ବଣାଇ, (୦୪/୦୭) :ଆପ୍ର. : ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । ସୁନ୍ଦରଗଡ଼ କୋଇଡ଼ା ଥାନା ଏରିଆନ ଛକ ନିକଟରେ ଭୟଙ୍କର ଦୁର୍ଘଟଣା ହୋଇଛି ।
ଭ୍ୟାନକୁ ଧକ୍କା ଦେଲା ହାଇୱା । ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଗୁରୁତର ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଭ୍ୟାନଟି ଶ୍ରମିକଙ୍କୁ ନେଇ ପ୍ଲାଣ୍ଟକୁ ଯାଉଥିବାବେଳେ ହାଇୱା ସହ ଧକ୍କା ହେବା ପରେ ଓଲଟି ପଡ଼ିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ହାଇୱା ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛି ।