32.9 C
Balāngīr
Wednesday, April 23, 2025

ମଝିଘରିଆଣୀ ମନ୍ଦିରରେ ଓଡ଼ିଆ ଲେଖାକୁ ଅଣଦେଖା, ଇଂରାଜି ଲେଖାକୁ ଗୁରୁତ୍ଵ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରାୟଗଡ଼୦୫/୦୪-ଆପ୍ର): ରାୟଗଡ଼ ଜିଲ୍ଳାର ପ୍ରସିଦ୍ଧ ମନ୍ଦିର ମା ମଝିଘରିଆଣୀ ମନ୍ଦିରରେ ଓଡ଼ିଆ ଭାଷାରେ ଲେଖାକୁ ଅଣଦେଖା କରାଯାଉଛି। ଏପରିକି ଇଂରାଜି ଭାଷାର ବୋର୍ଡ ଗୁଡ଼ିକ ଲଗେଇବା ସହ ମନ୍ଦିର ପ୍ରବେଶ ଦ୍ଵାରରେ, ମନ୍ଦିର ପାର୍ଶ୍ୱରେ, ମନ୍ଦିର ଭିତରେ ଯେଉଁଠି ଦେଖିବେ ଇଁରାଜୀ ଲେଖା ଦେଖିବାକୁ ମିଳୁଛି।eae7b29f 9710 4a34 b2dd 419a5016ea1c ମଝିଘରିଆଣୀ ମନ୍ଦିରରେ ଓଡ଼ିଆ ଲେଖାକୁ ଅଣଦେଖା, ଇଂରାଜି ଲେଖାକୁ ଗୁରୁତ୍ଵ

ମଝିଘରିଆଣୀ ମନ୍ଦିରକୁ କିଛି ଦିନ ତଳେ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପାର୍କିଂ ସ୍ଥଳରେ “MGT” ଇଁରାଜୀ ଭାଷାରେ ବଡ଼ ବଡ଼ ଅକ୍ଷରରେ ସିମେଣ୍ଟ ତିଆରି କରି ଲେଖା ଯାଇଛି। ଅନ୍ୟପଟେ ଇଂରାଜି ରେ”MGT” ବୋଲି ଲେଖାକୁ ବିଭିନ୍ନ ମହଲରୁ ନିନ୍ଦା ଏବଂ ଗଣ ମାଧ୍ୟମରେ ଖବର ପ୍ରଚାର୍ ପ୍ରସାର ହେବା ପରେ, ମନ୍ଦିର ପରିଚାଳନା କମିଟି ତରବରିଆ ଭାବରେ ଚିତ୍ରକାରଙ୍କୁ ଡାକି ସେହି “MGT” ଲେଖା ପଛ ପଟ କାନ୍ଥରେ ଲୋକ ଦେଖାଣିଆ ଓଡ଼ିଆ ଏବଂ ତେଲୁଗୁ ଭାଷାରେ ଲେଖିଛନ୍ତି। ଏଠାରେ ସବୁରି ମନରେ ପ୍ରଶ୍ନ ଉଠିଛି ଯେ, ରାୟଗଡ଼ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠାରେ ଇଁରାଜୀ ରେ ନାମ ଲେଖା ଫଳକର ଆବଶ୍ୟକତା କଣ ରହିଛି! ପୁଣି ଏହି ରାୟଗଡ଼ ଜିଲ୍ଲାରେ ଓଡ଼ିଆ ଏବଂ ତେଲୁଗୁ ଭାଷାଭାଷୀ ରହନ୍ତି।844122ff 2ffb 43ea 9f84 d8ad28ba0e82 ମଝିଘରିଆଣୀ ମନ୍ଦିରରେ ଓଡ଼ିଆ ଲେଖାକୁ ଅଣଦେଖା, ଇଂରାଜି ଲେଖାକୁ ଗୁରୁତ୍ଵ

ଏହିଭଳି ଇଂରାଜି ଭାଷାର ନାମ ଫଳକ ଲଗାଇ ମନ୍ଦିର ପରିଚାଳନା କମିଟି ଓଡ଼ିଆ ମାତୃଭାଷା କୁ ଏବଂ ସ୍ଥାନୀୟ ଅଂଚଳର ତେଲୁଗୁ ଭାଷାକୁ ମଧ୍ୟ ଅଣଦେଖା କରୁଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ସରକାରଙ୍କ ନିର୍ଦ୍ଧେଶ ଅନୁସାରେ ଏପ୍ରିଲ ପହିଲାରୁ ଉତ୍କଳର ସାହିତ୍ୟ ସଂସ୍କୃତି ଓ ପରମ୍ପରାକୁ ଗୁରୁତ୍ଵ ଦେବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଧେଶ ରହିଛି। ବର୍ତ୍ତମାନ୍ ୧୪ ଦିନ ଧରି ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଅନ୍ୟପଟେ ସରକାରି , ବେସରକାରୀ, ସ୍କୁଲ, କଲେଜ, ଧାର୍ମିକ ଅନୁଷ୍ଠାନ ଗୁଡ଼ିକରେ ଓଡିଆ ନାମ ଫଳକ ରହିବା ନେଇ ଗତ ୦୪ ତାରିଖ ଶୁକ୍ରବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ପଦଯାତ୍ରା ବାହାର କରଯାଇଥିଲା। ଏହା ମାଧ୍ୟମରେ ଜନସଚେତନତା ସୃଷ୍ଟି କରିବା ସହ ଡ଼ାକବାଜି ଯନ୍ତ୍ର ଦ୍ବାରା ଓଡ଼ିଆରେ ଲେଖା ଓ ଓଡ଼ିଆ ରେ ନାମ ଫଳକ ରହିବା ବାଧ୍ୟତାମୂଳକ ନଚେତ୍ ଆଇନ୍ ଅନୁଯାୟୀ ନୋଟିସ କରିବା ପ୍ରଚାର୍ କରାଯାଉଅଛି। ଏପରି ସ୍ଥଳେ ରାୟଗଡ଼ ଅତିହ୍ୟ, ସଂସ୍କୃତି , ପରମ୍ପରାକୁ ମଧ୍ୟ ଗୋଟିଏ ପ୍ରକାର ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଅତି ଶିଘ୍ର ଏହି ଇଁରାଜୀରେ “MGT” ଲେଖାକୁ ପରିବର୍ତ୍ତନ କରିବା ପାଇଁ ଦାବି ହୋଇଛି।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...