ରିପୋର୍ଟ: ପ୍ରଣତି ସାବତ //
କାଶୀନଗର (୩/୧୨): କାଶୀନଗର ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି | ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ସଭା ଗୃହ ରେ ମଣ୍ଡଳ ସ୍ତରୀୟ ଉତ୍ସବ କୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନର୍ମଦା ଦାସ ଉଦଘାଟନ କରିଥିଲେ |
ସିଅରସିସି ଜେ. ଲୋକନାଥ, ଆର. ମଧୁକୁମାର,, ବାସୁଦେବ ରାଓ,, ମୁରଲୀ କ୍ରିଷ୍ଣା, ଓ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ର ସଂଯୁକ୍ତା ବେହ୍ୱରା ଯୋଗ ଦେଇଥିଲେ | ଦିବ୍ୟାଙ୍ଗ ମାନଙ୍କୁ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ କରି ସେମାନଙ୍କୁ ସାହାଯ୍ୟ ସହାନୁଭୂତି ଯୋଗାଇଦେବା ଦରକାର ବୋଲି ଶ୍ରୀମତୀ ଦାସ କହିଛନ୍ତି | ଏମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ଥିଲା | ଖେଳ. ସଂଗୀତ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା | ସେମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା |