32.9 C
Balāngīr
Tuesday, July 15, 2025

ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସ୍ତଗିତ ହେଲା ଅନଶନ; ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ମିଳିଲା ଲିଖିତ ପ୍ରତିଶ୍ରୁତି ୨୦୨୬ ରୁ ହେବ ମାଟ୍ରିକ ପରୀକ୍ଷା କେନ୍ଦ୍ର

Must read

ରିପୋର୍ଟ : ନରୋତ୍ତମ ପାଢ଼ୀ
ମୁନିଗୁଡା, (୧୪/୧) : ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ହେବ ବୋର୍ଡ଼ ପରୀକ୍ଷା କେନ୍ଦ୍ର। ଆସନ୍ତା ୨୦୨୬ ମସିହା ଠାରୁ ଅମ୍ୱାଦଳା ଓ ଏହାର ଆଖପାଖ ପରିଧି ମଧ୍ୟରେ ଶିକ୍ଷାର୍ଥୀ ଦେବେ ମାଟ୍ରିକ ପରୀକ୍ଷା ।WhatsApp Image 2025 01 14 at 19.39.07 1 ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସ୍ତଗିତ ହେଲା ଅନଶନ; ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ମିଳିଲା ଲିଖିତ ପ୍ରତିଶ୍ରୁତି ୨୦୨୬ ରୁ ହେବ ମାଟ୍ରିକ ପରୀକ୍ଷା କେନ୍ଦ୍ର

ପରୀକ୍ଷା କେନ୍ଦ୍ରର ଦୂରତାକୁ ନେଇ ଯାତାୟାତ ରେ ହେଉଥିବା ସମସ୍ୟା ଛାତ୍ର ଛାତ୍ରୀଙ୍କ ପାଇଁ ଅତିରିକ୍ତ ମାନସିକ ଚାପ ହେବ ନାହିଁ । ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ଅନୁସୂଚିତ ଜାତି ଜନଜାତି କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ। ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ୱାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଦୀର୍ଘ ୫୦ କିଲୋମିଟର ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା କେନ୍ଦ୍ରକୁ ଯିବା ଆସିବା କରୁଥିବା ବେଳେ ଅସହ୍ୟ ଯନ୍ତ୍ରଣା ଅତିରିକ୍ତ ମାନସିକ ଚାପ ଅନୁଭବ କରିଥିଲେ । ଉକ୍ତ ବିଷୟକୁ ନେଇ ସ୍ଥାନୀୟ ସାମାଜିକ କର୍ମୀ ରଞ୍ଜନ ସ୍ୱାଇଁ ଗତ ୧୨ ତାରିଖ ରବିବାର ଦିନ ଠାରୁ ଆମରଣ ଅନଶନରେ ବସିଥିଲେ । ଉକ୍ତ ଅନଶନକୁ ଅଭିଭାବକ, ଛାତ୍ର ଛାତ୍ରୀ, ଅଞ୍ଚଳର ସରପଞ୍ଚ, ବୁଦ୍ଧିଜୀବୀ ମାନେ ସମର୍ଥନ କରିଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।WhatsApp Image 2025 01 14 at 19.39.07 ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସ୍ତଗିତ ହେଲା ଅନଶନ; ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ମିଳିଲା ଲିଖିତ ପ୍ରତିଶ୍ରୁତି ୨୦୨୬ ରୁ ହେବ ମାଟ୍ରିକ ପରୀକ୍ଷା କେନ୍ଦ୍ର

ବିଷମ କଟକ ବିଧାୟକ ନୀଳ ମାଧବ ହିକକା, କୋରାପୁଟ ସାଂସଦ ସପ୍ତଗିରୀ ଶଙ୍କର ଉଲାକା ପ୍ରଶାସନିକ ଅଧିକାରୀ ମାନଙ୍କ ଉପରେ ଚାପ ପକାଇ ଥିଲେ। ସେହିପରି ମୁନିଗୁଡା ସାଂସଦ ପ୍ରତିନିଧି ରଜନୀ କାନ୍ତ ପୋଡ଼ାଲ, ବିଜେପି ନେତା ସିମାଞ୍ଚଳ ପାତ୍ର, ରବୀନ୍ଦ୍ର ବିଶ୍ୱାଳ, ଡମ୍ବୁର ହଂସ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ବୁଦ୍ଧିଜୀବୀ ତ୍ରିନାଥ ପାତ୍ର ପ୍ରମୁଖ ଅନଶନ କାରିଙ୍କ ସହ ସବୁ ପରିସ୍ଥିତିରେ ଯୋଗା ଯୋଗ ରଖିଥିବା ବେଳେ ମୁନିଗୁଡା ବ୍ଲକ କଂଗ୍ରେସ ସଭାପତି ନୀଳାମ୍ବର ବିଭାର ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।

ବିଷମ କଟକ ସାଂସଦ ପ୍ରତିନିଧି ଦିଲ୍ଲୀପ ପଟନାୟକ ମଧ୍ୟ ଫୋନ କଲ୍ ଯୋଗେ ଅନଶନକାରୀଙ୍କ ସହ ଆଲୋଚନା କରୁଥିଲେ । ସେହିପରି ସୋମବାର ଦିନ ସନ୍ଧ୍ୟା ସମୟରେ ବିଷମ କଟକ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଉଲାକା ଓ ଯୁବନେତା ଭିକାରୀ ନାହାକ ମନ୍ତ୍ରୀ ଶ୍ରୀ ଗଣ୍ଡଙ୍କ ସହ ଆଲୋଚନା କରି ଅନଶନକାରୀ ଙ୍କ ସହ ମନ୍ତ୍ରୀ ସିଧାସଳଖ ଫୋନ ଯୋଗେ କଥା ହେବା ସହ ଆସନ୍ତା ବର୍ଷ ଅମ୍ୱାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାଟ୍ରିକ ବୋର୍ଡ଼ ପରୀକ୍ଷା କେନ୍ଦ୍ର ଅମ୍ୱାଦଳା ଓ ଏହାର ଆଖପାଖ ୫ କିଲୋମିଟର ଦୂରରେ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ପ୍ରତିଦିନ ଜିଲ୍ଲା ଓ ବ୍ଲକ ପ୍ରଶାସନ ଅନଶନକରି ସାମାଜିକ କର୍ମୀ ରଞ୍ଜନ ସ୍ବାଇଁଙ୍କ ନିକଟରେ ପହଁଚି ଆଶ୍ୱାସନା ଦେଇ ବିଫଳ ହୋଇଥିବା ବେଳେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ, ଜିଲ୍ଲା ନିରୀକ୍ଷକ ଘନଶ୍ୟାମ ଭୁଇଆଁ, ଅତିରିକ୍ତ ତହସିଲଦାର ଶୁଭେନ୍ଦୁ ସାହୁ ପ୍ରମୁଖ ଆମରଣ ଅନଶନ ନିକଟରେ ପହଞ୍ଚି ଚଳିତ ବର୍ଷ ଅମ୍ୱାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ବସ ଯୋଗେ ମୁନିଗୁଡା ନେବା ଆଣିବା କରିବା ସହ ଆସନ୍ତା ବର୍ଷ ହେବାକୁ ଥିବା ମାଟ୍ରିକ ବୋର୍ଡ଼ ପରୀକ୍ଷା କେନ୍ଦ୍ର ଅମ୍ୱାଦଳା ଓ ଏହାର ଆଖପାଖ ୫ କିଲୋମିଟର ଦୂର ମଧ୍ୟରେ ପରୀକ୍ଷା କେନ୍ଦ୍ର କରାଯିବ ବୋଲି ଅଞ୍ଚଳର ସର୍ବ ସାଧାରଣ, ବୁଦ୍ଧିଜୀବୀ, ରାଜନୈତିକ ନେତା କର୍ମୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ଗଣମାଧ୍ୟମଙ୍କ ସମ୍ମୁଖରେ ଅନଶନକାରି ଙ୍କୁ ଏକ ଲିଖିତ ପ୍ରତିଶ୍ରୁତି ଦେଇ ପଇଡ ପାଣି ପିଆଇ ଅନଶନ ଭଙ୍ଗ କରିଥିଲେ ।

ପରେ ଅନଶନକାରିଙ୍କୁ ସ୍ଥାନୀୟ ଥାନା ଅଧିକାରୀ କଳ୍ପନା ବେହେରା ଅମ୍ୱାଦଳା ମେଡିକାଲ ନେଇ ସ୍ଵାସ୍ଥ୍ୟ ପରୀକ୍ଷା କରି ତାଙ୍କ ଘରେ ଛାଡ଼ି ଆସିଥିବା ଜଣାପଡିଛି। ଆମରଣ ଅନଶନକୁ ସମର୍ଥନ ଦେଇଥିବା ସ୍ଥାନୀୟ ଜନ ସାଧାରଣ, ବୁଦ୍ଧିଜୀବୀ, ବିଭିନ୍ନ ରାଜନୈତିକ ଦଳ, ଛାତ୍ର ଛାତ୍ରୀ,ଅଭିଭାବକ ଓ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି ସାମାଜିକ କର୍ମୀ ରଞ୍ଜନ କୁମାର ସ୍ୱାଇଁ ।

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...