32.9 C
Balāngīr
Saturday, July 12, 2025

ମନ୍ତ୍ରୀ କହିଲେ- ହାତୀ ଭାଙ୍ଗିଲେ ମିଳିବ ନୂଆ ଘର

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୩/୦୮) : ଦିନକୁ ଦିନ ତିକ୍ତ ହେବାରେ ଲାଗିଛି ହାତୀ ଓ ମଣିଷଙ୍କ ଭିତରେ ଥିବା ସମ୍ପର୍କ। ଜଙ୍ଗଲ କ୍ଷୟ ହେବାରୁ ହାତୀ ପଲ ଜନବସତି ମୁହାଁ ହେଉଛନ୍ତି ।

ହାତୀ ଯୋଗୁଁ ଯଦି ଲୋକଙ୍କ ଘର ସମ୍ପୂର୍ଣ କ୍ଷତିଗ୍ରସ୍ତ ହୁଏ ତେବେ ସରକାରଙ୍କ ଗୃହ ଯୋଜନାରେ ମିଳିବ ନୂଆ ଘରବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଯେଉଁଥିପାଇଁ ଅନେକ ସମୟରେ ହାତୀ ଓ ମଣିଷଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳେ । ଅନ୍ୟପଟେ ବିଭିନ୍ନ ସମୟରେ ମଣିଷଙ୍କ ରୋଷର ଶିକାର ହୋଇ ହାତୀ ମଧ୍ୟ ମରୁଛନ୍ତି । ଏହା ଛଡା ବିଦ୍ୟୁତ୍‌ ଆଘାତରେ ମଧ୍ୟ ହାତୀଙ୍କ ମୃତ୍ୟୁ ହେଉଛି । ଦୀର୍ଘ ବର୍ଷ ଧରି ଏହି ସମସ୍ୟା ଲାଗିରହିଥିଲେ ମଧ୍ୟ ଏହାର ଉଚିତ୍‌ ସମାଧାନ ହୋଇପାରୁନାହିଁ । ତେବେ ଏପରି ସ୍ଥଳେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଆଜି ବିଶ୍ବ ହସ୍ତୀ ଦିବସ ଅବସରରେ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବଡ଼ ଘୋଷଣା କରିଛନ୍ତି ।

ସେ କହିଛନ୍ତି, ଜଙ୍ଗଲ ଭିତରେ ଯେଉଁଠି ଗାଁ ଅଛି ସେଠରେ ସୋଲାର ବିଦ୍ୟୁତ୍‌ ଯୋଗାଇବା ପାଇଁ ବ୍ୟବସ୍ଥା ସହିତ ଖୋଲା ବିଦ୍ୟୁତ୍‌ ତାରକୁ କେବଲକୁ ପରିବର୍ତ୍ତନ କରାଯିବ । ଯାହା ଫଳରେ ହାତୀ ସୁରକ୍ଷିତ ରହିବେ। ମନ୍ତ୍ରୀ ଆହୁରି କହିଛନ୍ତି ଯେ, ପୂର୍ବରୁ ହାତୀ ଘର ଭାଙ୍ଗିଲେ ୨୦ ହଜାର ଟଙ୍କା କ୍ଷତିପୂରଣ ଦିଆଯାଉଥିଲା, କିନ୍ତୁ ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ହାତୀ ଯୋଗୁଁ ଯଦି ଲୋକଙ୍କ ଘର ସମ୍ପୂର୍ଣ କ୍ଷତିଗ୍ରସ୍ତ ହୁଏ ତେବେ ସରକାରଙ୍କ ଗୃହ ଯୋଜନାରେ ଯେତିକି ଅର୍ଥ ହିତାଧିକାରୀଙ୍କୁ ମିଳୁଛି ସେତିକି ଅର୍ଥ କ୍ଷତିଗ୍ରସ୍ତଙ୍କୁ ନୂତନ ଘର ନିର୍ମାଣ ପାଇଁ ଦିଆଯିବ ।

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...