କୋରାପୁଟ, (୨୧/୩) : ଆ.ପ୍ର. : ଆଜି ଜୟପୁର ଏୟାର ଷ୍ଟ୍ରିପ୍ ଠାରେ ଓଡ଼ିଶା ମାନ୍ୟବର ଖାଦ୍ୟ, ଯୋଗାଣ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଭାଜପା. ବରିଷ୍ଠ ନେତା ଶ୍ରୀ ଭାସ୍କର ଚନ୍ଦ୍ର ଭଟ୍ଟ ଗତ କାଲି ସ୍ଵାଗତ କରିଥିଲେ ।
ସୁରଭି ପାଣି , ଗୌତମ ସାମନ୍ତରାୟ, କୈବର୍ତ୍ତ କିଶୋର ସାମନ୍ତରାୟ ପ୍ରମୁଖ ଭାଜପା ନେତା ମାନେ ମଧ୍ୟ ସ୍ୱାଗତ କରିବା ଦେଖା ଯାଇଥିଲା । ଗତ କାଲି ସନ୍ଧ୍ୟା ୬ ଘଣ୍ଟା ସମୟରେ କୋରାପୁଟ ଦକ୍ଷତା ବିକାଶ ତାଲିମ କେନ୍ଦ୍ରରେ ରିଭ୍ୟୁ ମିଟିଂରେ ମାନ୍ୟବର ମନ୍ତ୍ରୀ ଯୋଗଦାନ କରିଥିଲେ ।