32.9 C
Balāngīr
Monday, April 28, 2025

ମନ୍ଦିରରେ ଝୁଲୁଛି ବ୍ୟକ୍ତିଙ୍କ ମୃତ ଦେହ, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୦୧/୦୩) : ଶିବ ମନ୍ଦିର ଭିତରୁ ଉଦ୍ଧାର ହୋଇଛି ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ । ଯାଜପୁର ଟାଉନ ଥାନା ମୋଟରଙ୍ଗାପାଳ ଗ୍ରାମର ଇଶାଣେଶ୍ୱର ଶିବ ମନ୍ଦିର ଭିତରୁ ଜଣେ ବ୍ୟକ୍ତିଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।

ମୃତକ ଜଣକ ହେଲେ ଉକ୍ତ ଗ୍ରାମର ମନୋଜ ଜେନା (୪୫)। ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଛାନଭିନ ଆରମ୍ଭ କରିଛି । ମୋଟରଙ୍ଗାପାଳ ଗ୍ରାମର ମନୋଜ ଜେନା ଗତକାଲି ବେପାର କରିବାକୁ ଘରୁ ବାହାରି ଯାଇଥିଲେ । ଗତକାଲି ଭଲ ବ୍ୟବସାୟ ମଧ୍ୟ ହୋଇଥିଲା । କିନ୍ତୁ ମଧ୍ୟାହ୍ନ ସମୟରେ ସେ ଆଉ ଘରକୁ ଫେରି ନ ଥିଲେ । ପରିବାର ଲୋକ ତାଙ୍କୁ ଫୋନ୍ କରିବାରୁ ବିଳମ୍ବ ହୋଇଗଲାଣି ଯାଇ ହେବ ନାହିଁ ବୋଲି କହିଥିଲେ । ଏହା ପରେ ରାତି ହୋଇଯାଇଥିଲା କିନ୍ତୁ ସେ ଆଉ ଘରକୁ ଫେରି ନ ଥିଲେ ।

ଏ ନେଇ ପରିବାର ଲୋକ ବହୁତ ଖୋଜା ଖୋଜି କରି ପାଇ ନ ଥିଲେ । ତେବେ ଆଜି ସକାଳେ ଗାଁ ନିକଟସ୍ଥ ବିଲ ମଝିରେ ଥିବା ଇଶାଣେଶ୍ୱର ଶିବ ମନ୍ଦିରରେ ଜଣେ ବ୍ୟକ୍ତିଙ୍କୁ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ଲୋକ ଦେଖିଥିଲେ । ଖବର ପାଇ ମନୋଜଙ୍କ ପରିବାର ଲୋକ ମଧ୍ୟ ଘଟଣା ସ୍ଥଳରେ ପହଁଚି ଥିଲେ । ତେବେ ଉକ୍ତ ମୃତ ଦେହଟି ମନୋଜଙ୍କ ହୋଇଥିବା ପରିବାର ଲୋକ ଚିହ୍ନଟ କରିଥିଲେ । ମନୋଜଙ୍କ ଘରେ ସ୍ତ୍ରୀ, ଦୁଇଟି ସନ୍ତାନ ଏବଂ ବୁଢୀ ମାଆ ଅଛନ୍ତି ।

ତାଙ୍କର କାହା ସହିତ ଶତ୍ରୁତା ନ ଥିଲାବେଳେ ସେମିତି କିଛି ଚିନ୍ତାଗ୍ରସ୍ତ ଥିବା ଜଣାପଡ଼ୁ ନ ଥିଲା ବୋଲି ମନୋଜଙ୍କ ପୁଅ ଶୁଭ ଜେନା କହିଛନ୍ତି । ତେବେ ଏ ନେଇ ଯାଜପୁର ଟାଉନ ଥାନାକୁ ଖବର ଦିଆଯିବା ପରେ ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରିଛି । ଏହା ହତ୍ୟା ନାଁ ଆତ୍ମହତ୍ୟା ସ୍ପଷ୍ଟ ହୋଇ ନ ଥିବାବେଳେ ପୋଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...