32.9 C
Balāngīr
Wednesday, April 23, 2025

ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୮/୦୨) : ଆଗାମୀ ତା- ୨୪/୦୨/୨୫ ସୋମବାର ଠାରୁ ୦୨/୦୩/୨୫ ରବିବାର ଦିନ ଯାଏଁ ହେବାକୁ ଯାଉଥିବା ସପ୍ତ ଦିନାତ୍ମକ ବିଶ୍ଵ ଶାନ୍ତି ତ୍ରୟମ୍ବକ ମହାଯଜ୍ଞ ତଥା ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବଙ୍କ ନବନିର୍ମିତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ, ମହାଶିବରାତ୍ରି କାର୍ଯ୍ୟକ୍ରମ ଓ ତିନି ଦିନାତ୍ମକ ଅଷ୍ଟପ୍ରହରୀ ଆଦି ଗୁଡିକ ସୁରୁଖୁରୁରେ ସମାପନ ହେବା ନିମନ୍ତେ ଆଜି -୧୭/୦୨/୨୫ ସୋମବାର ଦିନ ୯ ଟାରେ ମନ୍ଦିର ପରିସରରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଅଛି ।WhatsApp Image 2025 02 17 at 16.20.49 ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ଉକ୍ତ କାର୍ଯ୍ୟକ୍ରମରେ ତହସିଲଦାର ପ୍ରିୟ ଦର୍ଶିନୀ ସ୍ୱାଇଁ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲାର ପଣ୍ଡିତ ଶ୍ରୀ ନିଳ ମାଧବ ତ୍ରିପାଠୀଙ୍କ ସହିତ ରାୟଗଡ଼ା ରାଜ ପୁରୋହିତ ଶ୍ରୀ ବିରଞ୍ଚି ନାରାୟଣ ଦାସ ଏବଂ ବିଭିନ୍ନ ପଣ୍ଡିତ ତଥା ବ୍ରାହ୍ମଣମାନଙ୍କ ଦ୍ଵାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସପ୍ତ ଦିନାତ୍ମକ ଯଜ୍ଞରେ କର୍ତ୍ତା ଭାବରେ ପାଞ୍ଚ ଜଣଙ୍କୁ ଗ୍ରହଣ କରାଯାଇଛି। ଯଥା – ହରିଶ୍ଚନ୍ଦ୍ର ଦାସ, ବାଳକୃଷ୍ଣ ପାଣିଗ୍ରାହୀ, ଦେବାଶିଷ ବକ୍ସିପାତ୍ର, ନରେନ୍ କୁମୁନ୍ଦନ୍, ସୁଶାନ୍ତ ସାହୁ। ରାୟଗଡ଼ା ଜିଲ୍ଲାର ସର୍ବ ପୂରାତନ ସ୍ବୟମ୍ଭୁ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବଙ୍କ ଏହି ପବିତ୍ର କାର୍ଯ୍ୟକ୍ରମରେ ସମସ୍ତ ଭକ୍ତ ବୃନ୍ଦ ସପରିବାର ଯୋଗଦାନ କରି ମହାଦେବଙ୍କ ଆଶିର୍ବାଦ ଲାଭ କରିବା ସହ, ଆର୍ଥିକ ସହଯୋଗ ଓ ସେବା କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି ମନ୍ଦିର ପରିଚାଳନା କମିଟି ସଭାପତି ସୁନୀଲ ଚନ୍ଦ୍ର ପଣ୍ଡା (ଝୁନା ପଣ୍ଡା)। ଅନ୍ୟ ମାନଙ୍କ ମଧ୍ୟରେ ମନ୍ଦିର ପୂଜକ ପ୍ରଦୀପ ରଣା, ମନୋଜ ମିଶ୍ର (ବାବୁନା), ଅଜୟ ରଥ, ରଞ୍ଜନ ରଥ, ଗୋପ ରଞ୍ଜନ ବକ୍ସିପାତ୍ର, ପ୍ରଶାନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...