32.9 C
Balāngīr
Thursday, July 10, 2025

ମମିତାଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ମାରୁତି ସେନା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

Must read

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୫/୧୦) : ଆଜି ବୌଦ୍ଧ ଜିଲ୍ଲା ମାରୁତିସେନା ପକ୍ଷରୁ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତାଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା |WhatsApp Image 2021 10 26 at 10.56.06 AM ମମିତାଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ମାରୁତି ସେନା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

ସେହି ବିଦ୍ୟାଳୟର ସଭାପତି ଗୋବିନ୍ଦ ସାହୁ ଦ୍ଵାରା ଅପହରଣ ଓ ହତ୍ୟା ମାମଲାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବୀ କରି ବୌଦ୍ଧ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖକୁ ଯାଇ ମମିତା ମେହେରଙ୍କ କେଶର CBI ତଦନ୍ତ ଓ ଦୋଷୀଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ଦିନ ପ୍ରାୟ ୧୨ ଘଣ୍ଟା ସମୟରେ ମାରୁତି ସେନାର ସମସ୍ତ ସଦସ୍ୟ କଚେରୀ ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ମମିତାଙ୍କୁ ନ୍ୟାୟ ପ୍ରଦାନ ଦାବୀ ଓ ଦୋଷୀଙ୍କ ବିରୋଧରେ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏହି ମାମଲାରେ ସମ୍ପୃକ୍ତ ଥିବା ସମସ୍ତ ଅପରାଧୀଙ୍କୁ ଗିରଫ ଦାବୀ ଓ ଏହାର ନିରପେକ୍ଷ CBI ତଦନ୍ତ କରିବା ସହ ମମିତାଙ୍କୁ ନ୍ୟାୟ ଦେବା ପାଇଁ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଓ ଏହା ସହ ବିଦ୍ୟାଳୟର ସଭାପତି ଗୋବିନ୍ଦ ସାହୁଙ୍କୁ ଫାଶୀଦଣ୍ଡ ଦିଆଯାଉ ବୋଲି ମଧ୍ୟ କୁହାଯାଇଥିଲା ।

ଏଥିରେ ମାରୁତି ସେନାର ସମସ୍ତ ସଦସ୍ୟ ଶୁଶିଲ କୁମାର ପାତ୍ର, ପ୍ରଶାନ୍ତ କର୍ଣ୍ଣ, ମହାଦେବ କଲତା, ସୁବାଷ ଚନ୍ଦ୍ର ସାହୁ, କେଶବ ହରି ଦୀପ, ସ୍ୱାଧୀନ ପରିଡ଼ା, ଜ୍ଞାନେନ୍ଦ୍ର ଜେନା, ଦିବାକର ମେହେର, ଶଶୀ ମହାକୁଡ, ସମ୍ବିତ ପଟ୍ଟନାୟକ ଓ ଲୋକନାଥ ମଲ୍ଲିକ ଉପସ୍ଥିତ ରହି ଦାବୀ ପତ୍ର ପ୍ରଦାନ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...