32.9 C
Balāngīr
Thursday, July 10, 2025

ମମିତାଙ୍କ ଯୋଜନା ବଦ୍ଧ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି ସହ ମନ୍ତ୍ରୀ ଙ୍କୁ ବହିଷ୍କାର ଦାବି

Must read

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୧୨/୧୧) : ଓଡ଼ିଶାର ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ରୁ ଶିକ୍ଷୟତ୍ରୀ ମମିତାଙ୍କ ଯୋଜନା ବଦ୍ଧ ହତ୍ୟା ଘଟଣା ର ଅଭିଯୁକ୍ତ ଫେରାର ମାମଲାରେ ସିବିଆଇ ତଦନ୍ତ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ବହିଷ୍କାର ଦାବିକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା ।

ମମିତାଙ୍କ ଯୋଜନା ବଦ୍ଧ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି ସହ ମନ୍ତ୍ରୀ ଙ୍କୁ ବହିଷ୍କାର ଦାବି ପାଇଁ ୬ ଘଣ୍ଟିଆ ବନ୍ଦ ଡାକରା କୁ ଟିଟିଲାଗଡ଼ ଓ ସଇଁତଲା କଂଗ୍ରେସ ସମର୍ଥନ ଜଣାଇବା ସହିତ ସଇଁନ୍ତଳା ରୁ ଟିଟିଲାଗଡ଼ କୁ ଏକ ବାଇକ ରେଲି କରିଥିଲା । ଜିଲ୍ଲା ବ୍ଲକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ ଙ୍କ ନେତୃତ୍ୱ ଓ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଙ୍କ ସଭାପତିତ୍ୱରେ ଆନ୍ଦୋଳନ କୁ ସମର୍ଥନ କରି ନିଜେ ଏକ ବାଇକ ରେଲିରେ ଟିଟିଲାଗଡ଼ ପର୍ଯ୍ୟନ୍ତ ପହଞ୍ଚିଥିଲେ |

ଥାନା ସମ୍ମୁଖରେ ଧାରଣା ଦେବା ସହ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଙ୍କୁ ବହିଷ୍କାର ଦାବି କରିବା ସହ ଗିରଫ କରିବା ପାଇଁ ପୂର୍ବତନ ମନ୍ତ୍ରୀ ଶ୍ରୀ ସୁରେନ୍ଦ୍ର ସିଂ ଭୋଇ ଦାବି କରିଛନ୍ତି । ଅନ୍ୟପଟେ ଟିଟିଲାଗଡ଼ ଥାନାରୁ ଗୋବିନ୍ଦ ସାହୁ ଫେରାର ମାରିବାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ଥିବା ଏବଂ ସ୍ମାର୍ଟ କାର୍ଡ଼ ବଣ୍ଟନ କାର୍ୟ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଉପସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ ।

ଟିଟିଲାଗଡ଼ ଥାନା ଅଧିକାରୀ ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ତାଙ୍କ ଅଗୋଚର ରେ କେତେ ଦିନ ଧରି ସେ ଥାନା ରେ ଥିଲେ ? ସେହିପରି ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ଥିବା ଆଖୁ କିଆରୀ ରୁ କିପରି ଗିରଫ କେତେ ସମୟ ପରେ କରାଗଲା ? ସେ ତାଙ୍କ ଭଉଣୀ ବଙ୍ଗୋମୁଣ୍ଡା ସ୍ଥିତ ଘରେ କେବେ ପହଞ୍ଚିଥିଲେ ଓ ଅଭିଯୁକ୍ତ ଗୋବିନ୍ଦ ତାଙ୍କ ଘରେ ଥିବା ନେଇ ପୋଲିସ କୁ ବାରମ୍ବାର ତାଙ୍କ ଜ୍ୱାଇଁ ଫୋନ ରେ ସୂଚନା ଦେବା ସତ୍ୱେ ପୋଲିସ କାହିଁକି ଗିରଫ କରି ନ ଥିଲା ? ଏହା କେବଳ ଅଭିଯୁକ୍ତ ତଥା କ୍ଷମତା ରେ ଥିବା ଦିବ୍ୟଶଙ୍କର ଙ୍କ ଯୋଜନା ବଦ୍ଧ ଭାବେ ଷଡଯନ୍ତ୍ର କରି କେବଳ ଗୋବିନ୍ଦ କୁ ଗିରଫ ଓ କିଛି କର୍ମଚାରୀ ଙ୍କୁ ସସପେଣ୍ଡ କରିଦେଇ ଘଟଣା ଚପେଇ ଦିଆଯିବା ଉଦ୍ୟମ କରୁଛନ୍ତି ବୋଲି କୁହାଯାଇଛି ।

ଏକ ବଡ଼ ଧରଣର ରହସ୍ୟ ଉନ୍ମୋଚନ ନ ହେଉ ବୋଲି କ୍ଷମତାଧାରୀ ଶାସକ ଗୋବିନ୍ଦ ସହ ମିଶି ଘଟଣା ଘଟେଇଛନ୍ତି । ଏପରି କି ଟିଟିଲାଗଡ଼ ଥାନା ରେ ସେ ନ ଥାଇ ଫେରାର ଦର୍ଶାଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏଣୁ ତୁରନ୍ତ ସିବିଆଇ ତଦନ୍ତ ସହ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କୁ ବହିଷ୍କାର ଦାବି କରାଯାଇଛି ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...