ଯାଜପୁର, (୧୧/୦୬) : ଆପ୍ର. : କାଳିଆପାଣି ଥାନା ମହୁଲଖାଲ ନିକଟରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ ୧ ଗୁରୁତର ହୋଇଛନ୍ତି ।
ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଅଞ୍ଚଳର ୫ ଯୁବକ ଏକ ଇଟିଗା କାରରେ ନିଜ ଘର ଅଭିମୁଖେ ଫେରୁଥିଲେ । ଗାଡିଟି ଦ୍ରୁତଗତିରେ ଥିବାବେଳେ ମହୁଲ ଖାଲ ନିକଟରେ ଥିବା ଟନିଙ୍ଗରେ ଭାରସାମ୍ୟ ହରାଇ କାରଟି ଏକ ଗଛ ରେ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧ ଗୁରୁତର ହୋଇ କଳିଙ୍ଗନଗର ଟାଟା ମେଡିକା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୨ ମୃତକ ହେଲେ କାଦୁଅ ବନ୍ଦୀ ଗାଁର ବିଶ୍ୱନାଥ ମହାନ୍ତ ଓ ମହୁଲ ଖାଲ ଗାଁର ସଞ୍ଜୟ କୁମାର ମହାନ୍ତ ବୋଲି ସୂଚନା ମିଳିଛି । ଖବର ପାଇ କଳିଆପାଣି ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।