32.9 C
Balāngīr
Friday, June 13, 2025

ମହନ୍ତ ନରେନ୍ଦ୍ର ଗିରି ଓଡ଼ିଆ : ପ୍ରୟାଗରାଜରେ ସନ୍ଦେହଜନକ ମୃତ୍ୟୁ ହୋଇଥିଲା ସିବିଆଇ ତଦନ୍ତ ଜାରି 

Must read

ରିପୋର୍ଟ : ସୁଭାସିସ ନାୟକ
ବାଲେଶ୍ୱର,(୨୯/୯) : ଉତ୍ତର ପ୍ରଦେଶ ପ୍ରୟାଗରାଜଠାରେ ଥିବା ବାଗାମ୍ବରୀ ମଠର ମହନ୍ତ ନରେନ୍ଦ୍ର ଗିରି ଙ୍କ ମୃତ୍ୟୁକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଆଜି ଏକ ରୋଚକ ଖବର ହସ୍ତଗତ ହୋଇଛି । ମହନ୍ତ ନରେନ୍ଦ୍ର ଗିରି ଜଣେ ଓଡ଼ିଆ ଏବଂ ତାଙ୍କ ଜନ୍ମସ୍ଥାନ ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ପାଣିଷଣ୍ଡା ଗ୍ରାମ ବୋଲି ପରିବାର ଲୋକେ ଦାବି କରିଛନ୍ତି ।

ଅଦ୍ୟାବଧି କୌଣସି ଗଣମାଧ୍ୟମ ମହନ୍ତ ନରେନ୍ଦ୍ରଙ୍କ ଜନ୍ମସ୍ଥାନ କେଉଁଠି ବୋଲି ଠାବ କରିପାରିନଥିବା ବେଳେ ଆଜି ରାତିରେ ତାଙ୍କ ପରିବାର ତରଫରୁ ଏଭଳି ସୂଚନା ମିଳିଛି । ପାଣିଷଣ୍ଡା ଗ୍ରାମର ସନାତନ ଗିରି ଓ ରମାମଣି ଗିରିଙ୍କ ଛଅ ଜଣ ପୁଅ-ଝିଅଙ୍କ ମଧ୍ୟରୁ ମହନ୍ତ ନରେନ୍ଦ୍ର ଗିରି ଥିଲେ ସବୁଠାରୁ ବଡ଼ । ନରେନ୍ଦ୍ରଙ୍କର ଆଉ ଦୁଇ ଭାଇ ଲକ୍ଷ୍ମୀକାନ୍ତ ଗିରି ଓ ପୂର୍ଣ୍ଣଚନ୍ଦ୍ର ଗିରି ଏବେ ନିଜ ଗାଁ ପାଣିଷଣ୍ଡାରେ ରହୁଛନ୍ତି । ତିନି ଭଉଣୀ ବାସନ୍ତୀ ବେହେରା, ଗୁରୁବାରୀ ଜେନା ଓ ସନିଆ ପାତ୍ର । ପ୍ରାୟ ୫୨ ବର୍ଷ ତଳେ କୌଣସି ଏକ କାରଣରୁ ଗାଁ ଏବଂ ପରିବାର ଛାଡ଼ି ବାହାରକୁ ପଳାଇ ଯାଇଥିଲେ ନରେନ୍ଦ୍ର । ତା’ ପରେ ପରିବାର ଲୋକ ଯେତେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା ।

ଏଇ ପ୍ରାୟ ୧୦ ବର୍ଷ ତଳେ ବାଗାମ୍ବରୀ ମଠର ମହନ୍ତ ହେବା ପୂର୍ବରୁ ସେ ନିଜ ଗାଁକୁ ଆସିଥିଲେ । ଗାଁରେ ପ୍ରାୟ ୧୫ ଦିନ କାଳାତିପାତ କରିଥିଲେ । ଏହି ସମୟରେ ସାନଭାଇ ପୂର୍ଣ୍ଣଚନ୍ଦ୍ରଙ୍କ ସ୍ତ୍ରୀ ତାଙ୍କର ସମସ୍ତ ସେବା ଯତ୍ନ କରିଥିଲେ । ଏଭଳିକି ସେହି ଗ୍ରାମରେ ବିବାହ ହୋଇଥିବା ଭଉଣୀ ବାସନ୍ତୀ ବେହେରାଙ୍କ ଘରକୁ ମଧ୍ୟ ଯାଇ ୩ ଦିନ ରହିଥିଲେ । ବାଗାମ୍ବରୀ ମଠର ମହନ୍ତ ହେବା ନେଇ ମଧ୍ୟ ଗ୍ରାମରେ ସେ ପୂର୍ବରୁ ସୂଚନା ଦେଇଥିଲେ ।

ମହନ୍ତ ଦାୟିତ୍ୱ ମିଳିବା ପରେ ସେ ଆଉ ପରିବାର ବା ଗାଁକୁ ଆସି ପାରିବେ ନାହିଁ ବୋଲି କହି ଯାଇଥିଲେ ବୋଲି ଭାଇ ପୂର୍ଣ୍ଣଚନ୍ଦ୍ର ଗିରି, ଭଉଣୀ ବାସନ୍ତୀ ବେହେରା ଓ ପୂର୍ଣ୍ଣଚନ୍ଦ୍ରଙ୍କ ପୁଅ ଜୟନ୍ତ ଗିରି ଏ ସଂପର୍କରେ ସୂଚନା ଦେଇଛନ୍ତି । ପ୍ରକାଶଯୋଗ୍ୟ, ଅଖିଳ ଭାରତୀୟ ଆଖଡା ପରିଷଦର ସଭାପତି ତଥା ବାଗାମ୍ବରୀ ମଠର ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ଗତ ୨୦ ତାରିଖରେ ତାଙ୍କ କୋଠରୀ ଭିତରୁ ସନ୍ଦିଗ୍ଧ ଅବସ୍ଥାରେ ଠାବ କରାଯାଇଥିଲା । ଏଥିସହ ମୃତ୍ୟୁଶଯ୍ୟା ନିକଟରୁ ଏକ ସୁଇସାଇଡ୍‌ ନୋଟ ମଧ୍ୟ ପୁଲିସ ଉଦ୍ଧାର କରିଥିଲା । ସେଥିରେ ସେ ତାଙ୍କ ଆତ୍ମହତ୍ୟା ପାଇଁ ୩ ଜଣଙ୍କୁ ଦାୟୀ କରିଥିଲେ । ପ୍ରଥମେ ଉତ୍ତର ପ୍ରଦେଶ ପୁଲିସ ତଦନ୍ତ କରୁଥିଲା ବେଳେ ପରେ ସିବିଆଇକୁ ତଦନ୍ତ ଭାର ଦିଆଯାଇଥିଲା ।

ନରେନ୍ଦ୍ର ଗିରି ସୁଇସାଇଡ ନୋଟରେ ଯେଉଁ ୩ ଜଣଙ୍କ ବିଷୟରେ ଉଲ୍ଲେଖ କରିଥିଲେ ସିବିଆଇ ସେମାନଙ୍କୁ ଗିରଫ କରିଛି । ସେମାନେ ହେଲେ ନରେନ୍ଦ୍ର ଗିରିଙ୍କ ଶିଷ୍ୟ କୁହାଯାଉଥିବା ଆନନ୍ଦ ଗିରି, ହନୁମାନ ମନ୍ଦିରର ମୁଖ୍ୟ ପୂଜାରୀ ଆଦ୍ୟା ପ୍ରସାଦ ତିୱାରୀ ଓ ତାଙ୍କ ପୁଅ ସନ୍ଦୀପ ତିୱାରୀ । ନରେନ୍ଦ୍ର ଗିରିଙ୍କୁ ଆତ୍ମହତ୍ୟା କରିବା ଲାଗି ବାଧ୍ୟ କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି । ଗିରଫ ପରେ ୩ ଅଭିଯୁକ୍ତଙ୍କୁ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ୩ ଅଭିଯୁକ୍ତଙ୍କୁ ୭ ଦିନ ପାଇଁ ସିବିଆଇ ହେପାଜତକୁ ପଠାଇଛନ୍ତି ।

ସିବିଆଇ ଆଜି ନୈନୀ ସେଣ୍ଟ୍ରାଲ ଜେଲ୍‌ରେ ୩ ଅଭିଯୁକ୍ତଙ୍କର ମେଡିକାଲ ପରୀକ୍ଷା କରିବା ପରେ ରିମାଣ୍ଡରେ ନେଇଛି । ପ୍ରଥମ ଦିନରେ ୩ ଜଣଙ୍କୁ ପୃଥକ ପୃଥକ ଭାବେ ୭ ଘଣ୍ଟା ଧରି ଜେରା କରାଯାଇଛି । ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇବା ଲାଗି ସିବିଆଇ ଯଥାସମ୍ଭବ ପ୍ରୟାସ ଚଳାଇଛି । ଏପରିକି ବାଗାମ୍ବରୀ ମଠରେ ରହୁଥିବା ସାଧୁସନ୍ଥ ଓ କର୍ମଚାରୀଙ୍କର ସାଇକୋଲଜିକାଲ ଆଟୋସ୍ପୀ କରାଯାଇଛି ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...