ରିପୋର୍ଟ : କ୍ଷମା ସାଗର ଦାଶ
ରାୟଗଡା, (୨୮/୨) : /ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅନ୍ତର୍ଗତ ପାତ୍ରଗୁଡା ଗ୍ରାମ ର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କ ଆନୂକୁଲ୍ୟ ରେ ମହାଆଡମ୍ବରରେ ଶିବ ରାତ୍ରଜାଗର ଯାତ୍ରା ପାଳନ କରାଯାଇଅଛି ।
୨୬/୨/୨୦୨୫ ଦିନ ଆରମ୍ଭ ହୋଇ ୨୭/୨/୨୦୨୫ ତାରିଖଦନି ଶେଷ ହୋଇଥିବା ଜଣାଯାଏ ୨୬ ତାରିଖ ଦିନ ଜାଗର ପାଇଁ ସକାଳୁ ରିତିକ୍ରାନ୍ତି ରେ ସକାଳୁ ଆରମ୍ଭ କରାଯାଇଛି । ଏହା ପରେ ରାତ୍ର ମହାଦିପ ମନ୍ଦିର ଉପରକୁ ଉଠାଯାଇଥିଲା। ଗ୍ରାମ ର ସଭାପତି ଡମ୍ବରୁଧର ଶତପଥି ଙ୍କ ଦ୍ବାରା ରିବନ କାଟି ବାବା ଲଡ଼ୁ ବାବାଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଳ ଓ ଧିପ ଦ୍ଵିପ ଦେଇ ପୂଜା କରାଯାଇ ନାଟକ ଆରମ୍ଭ କରାଯାଇଥିଲା।ଦର୍ଶକ ମାନଙ୍କ ପାଇଁ ନୟଗଡା ସରଣକୁଳ ଠାରୁ ଓଃ ଶ୍ରୀଶ୍ରୀ ଲଡୁବାବା ନାଟ୍ୟ ସଂସଦ ତରଫରୁ ରାମାୟଣ ନାଟକ ଦୁଇଦିନ ଧରି ପରିବେଷଣ କରାଯାଇଥିଲା । ପାତ୍ରଗୁଡା ଗ୍ରାମ ବାସି ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସୋହଯୋଗ କରିଥିଲେ ।
ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ବାସନ୍ତୀ ଦାସ, ଅମ୍ବିକା ଦେଓ, ଶୈଳବାଳା ପାତ୍ର ପୁନାଲୁ ଜାକେଶିକା, ପୂର୍ଣ୍ଣିମି ଜାକେଶିକା ରାମାୟଣ ନାଟକ ର ଦାଇତ୍ୱ ନେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଶତପଥୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ସମସ୍ତ ମାଁ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହିଭଳି ଗ୍ରାମ ର କଳା, ସଂସ୍କୃତି ଏବଂ ଆମ ପରମ୍ପରା କୁ ବଜାଇ ରଖିବାକୁ ପରାମର୍ଶ ଦେଇଥିଲେ ।