ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୨୨/୨) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ପରିସରରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟ କ୍ରମରେ ୧୪ ଟି ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧି ସମେତ ଶତାଧୂକ ଶ୍ରମିକ ଯୋଗ ଦେଇ ସେମାନଙ୍କ ଅଞ୍ଚଳରେ କାର୍ଯ୍ୟ ହେଉଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ର ସୁବିଧା ଅସୁବିଧା ଓ ସମସ୍ୟା ସମ୍ପର୍କ ରେ ଶୁଣିବା ଅଭିଯୋଗ ସମ୍ପର୍କ ରେ ପ୍ରଶ୍ନ ପଚାରିବା ସହ ତାର ସମାଧାନ ପାଇଁ ଅନୁରୋଧ କରିଥିଲେ । ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ନିର୍ବାହୀ ଅଧୂକାରୀ ନରେନ୍ଦ୍ର କୁମାର ନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ଯକ୍ଷା ନନ୍ଦିନୀ ମଳିକ , ବ୍ଲକ ଅଧ୍ଯକ୍ଷା ମିଶାବତୀ ମଳିକ , ଉପାଧ୍ଯକ୍ଷା ନିକଜିନୀ ଦିଗାଳ, ବିଡିଓ ଦୀପ୍ତି ପ୍ରକାଶ ବେହେରା,ଏବିଡିଓ ପ୍ରଦୀପ ବାଘ,ଜିଲ୍ଲା ସାମାଜିକ ସମୀକ୍ଷକ ଦୁଃଶାସନ ନାୟକ ,ସହକାରୀ ଯନ୍ତ୍ରୀ ଆଶିଷ ରଞ୍ଜନ ପାତ୍ର, ରେଞ୍ଜର ଡି ସୁବାଷ, ବ୍ଲକ ସାମାଜିକ ସମୀକ୍ଷକ ରୂପକ ପ୍ରଧାନ ସମେତ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧୂକାରୀ,ଶ୍ରମିକ ଓ ଜନସାଧାରଣ ଯୋଗଦେଇଥିଲେ ।
ବ୍ଳକର ୧୪ ଟି ଗ୍ରାମ ପଞ୍ଚାୟତରେ ଉକ୍ତ ୬ମାସ ମଧ୍ୟରେ ୧୮୮୫ ଟି ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ହାତକୁ ନିଆଯାଇଥିଲା ସେଥ୍ମଧ୍ୟରୁ ୧୧୯୬ ଟି କାର୍ଯ୍ୟ ସମ୍ପୂର୍ଣ ହୋଇଛି, ୧୯ କୋଟି ୨୦ ଲକ୍ଷ ୬୪ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ରେ ୧୩ ହଜାର ୭୬୯ ପରିବାର ଜବ କାର୍ଡ ଆବେଦନ କରିଥିବା ବେଳେ ୬ଲକ୍ଷ ୪ ହଜାର ୩୪୧ ଜଣ ଜବ କାର୍ଡ ହାତେଇଛନ୍ତି । ୧୫୩୦ ପରିବାର ୧୦୦ଦିନର କାମ କରି ରୋଜଗାର ପାଇଥିବା ଜନ ଶୁଣାଣୀ ବୈଠକରେ ପ୍ରତି ପଞ୍ଚାୟତରେ କାର୍ଯ୍ୟ କରୁଥିବା କାର୍ଯ୍ୟ ନିର୍ବାହୀ ଅଧୂକାରୀ ସୂଚନାଦେଇଛନ୍ତି । ଏପିଓ ରାଜେଶ କୁମାର ସାହୁ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଏହି ଜନ ଶୁଣାଣି କାର୍ଯ୍ୟକ୍ରମ ରେ ନିର୍ବାଚିତ ପ୍ରତିନିଧି ବିଭାଗୀୟ ଅଧିକାରୀ ଜିଆରଏସ, ଗାଁ ସାଥି ଉପସ୍ଥିତ ଥିଲେ ।