ସୁବର୍ଣ୍ଣପୁର, (୨୦/୦୪) ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ମହାଦେବପାଲି ଶ୍ରୀ ଶ୍ରୀ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇ ଆସୁଥିବା ବହୁ ପୁରାତନ ଶ୍ରୀରାମଲୀଳା ମହୋତ୍ସବ ଶନିବାର ରାବଣ ବଧ ତଥା ଶ୍ରୀରାମ ଅଭିଷେକ ସହ ମହାଦେବପାଲି ଶ୍ରୀରାମଲୀଳା ମହୋତ୍ସବ ଉଦଯାପିତ ହୋଇଯାଇଛି ।
ପ୍ରକାଶ ଥାଉକି ଯେ, ପ୍ରତି ବର୍ଷ ଚୈତ୍ରମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରୁ ଆରମ୍ଭ ହୋଇଥାଏ ଶ୍ରୀ ରାମଳିଲା ନାଟ୍ଯ ମହୋତ୍ସବ । ଯଥାବିଧି ମନ୍ଦିର ନିତୀକାନ୍ତି ପରେ ରାତିରେ ଭଗବାନ ଶ୍ରୀରାମ ଲକ୍ଷ୍ମଣ ସୀତା ତଥା ହନୁମାନଜୀ ଦାଣ୍ଡ ମଣ୍ଡପରେ ବିଜେ କରନ୍ତି ଏବଂ ସ୍ଵତନ୍ତ୍ର ପୂଜାର୍ଚ୍ଚନା ସହ ବିକ୍ରମ ନରେନ୍ଦ୍ର ରଚିତ ଶ୍ରୀରାମଲୀଳା ଗ୍ରନ୍ଥ ପଠନ ହୋଇ ପରବତ୍ତୀ ପର୍ଯ୍ୟାୟରେ ରାତି ପ୍ରାୟ ୧୦.୩୦ ଘଣ୍ଟା ସମୟରେ ନାଟକ ମଞ୍ଚସ୍ତ ହୋଇଥାଏ । ତେବେ ଗତ ୫ ତାରିଖରୁ ଶ୍ରୀ ରାମଳିଲା ନାଟ୍ଯ ମହୋତ୍ସବ ଶୁଭାରମ୍ଭ ହୋଇ ପ୍ରଥମ ରଜନୀରେ ଦୁର୍ମଦ ଦଶାନନର ଦିଗବିଜୟ ଏବଂ ଗୋଲକବିହାରୀ ବିଷ୍ଣୁ ଦଶାନନର ଅତ୍ୟାଚାରରେ ଊତ୍ପୀଡିତ ଦେବ ମଣ୍ଡଳୀର କଥାରେ ମାର୍ତଣ୍ଡ ବଂଶ ଦଶରଥଙ୍କ ପୁତ୍ର ଭାବେ ରାମ ଅବତାର ପାଇଁ ପ୍ରତିଶ୍ରୁତି ତଥା ରାଜର୍ଷି ଜନଙ୍କ କନ୍ୟା ମାଁ ସୀତାଙ୍କ ଜନ୍ମ ଅନୁଷ୍ଠିତ ହୋଇଥିଲା ଏବଂ ଦ୍ବିତୀୟ ରଜନୀରେ ଅଯୋଧ୍ୟାରେ ଜରତାଲିଳା ତଥା ଋଷ୍ଯଷୃଙ୍ଗଙ୍କ ପୁତ୍ରେଷ୍ଟି ଯଜ୍ଞ ଏବଂ ଚରୂପାନ ପରେ ରାମ ଜନ୍ମ ଆଦି ନାଟ୍ଯ ମଞ୍ଚସ୍ତ ହୋଇଥିଲା ଏଥିରେ ଅନେକ ଦମ୍ପତି ନିଜ ଶନ୍ତାନ ପ୍ରାପ୍ତି ପାଇଁ ଚରୁ ଭକ୍ଷଣ କରିଥାନ୍ତିଝ ।
ତୃତୀୟ ରଜନୀରେ ମହର୍ଷି ବିଶ୍ବାମିତ୍ରଙ୍କ ଜଜ୍ଞ ରକ୍ଷା ଅଶୁର ବିନାଶ ତଥା ତାଡକୀ ବଧ, ପାଷାଣ ଅହଲ୍ଯା ତାରଣ ଏବଂ ରାଜର୍ଷି ଜନକଙ୍କ ଦରବାରରେ ଶ୍ରୀରାମଙ୍କ ହସ୍ତରେ ଶିବଧନୁ ଭଗ୍ନ, ଚତୁର୍ଥ ରଜନୀ ରେ ମହାଆଡ଼ମ୍ବର ସହ ସୀତା ବିବାହ ତଥା ପ୍ରତ୍ୟାବର୍ତ୍ତନ ସମୟରେ ପର୍ଶୁରାମ ଭେଟ, ଶ୍ରୀରାମ ବନବାସ, ଭରତ ମିଳନ,ଶୃପଣଖୀ ଲୀଳା, ସିତା ଚୋରୀ, ବାଳି ବଧ, ସିତା ଠାବ, ତଥା ଲଙ୍କା ପୋଡି, ବିଭିଷଣ ଶରଣ, ରଥି ମହାରଥୀ କୁମ୍ଭକର୍ଣ, ଇନ୍ଦ୍ରଜିତ, ମହୀରାବଣ, ବୀରବାହୁ ତଥା ରାବଣ ବଧ ଏବଂ ଅଯୋଧ୍ୟା ପ୍ରତ୍ଯାଗମ ସହ ଶ୍ରୀରାମଙ୍କ ରାଜ୍ଯାଭିଷେକ ଭଗବାନ ଶ୍ରୀ ରାମ ଙ୍କ ଗ୍ରାମ୍ଯ ପରିକ୍ରମା ,ନଗର ବାସୀଙ୍କ ଦ୍ବାରା ପୁର୍ଣ୍ଣ କଳସ ଧୂପଦୀପ ସହ ସ୍ବାଗତ ସମ୍ବର୍ଦ୍ଧନା ଏବଂ ଶେଷରେ ଆଜି ମନ୍ଦିର ସମ୍ମୁଖରେ ସମସ୍ତ ଗ୍ରାମବାସୀ ପ୍ରସାଦ ଶେବନ ଅନୁଷ୍ଠିତ ହୋଇଯାଇଛି । ତେବେ ପୂଜା କାର୍ଯ୍ୟକ୍ରମରେ ଆଚାର୍ଯ୍ୟ କୁଳପୁରୋହିତ ଯୁଗଳ କିଶୋର ପୂଜାହାରୀ, ଶ୍ରୀନିବାସ ପୂଜାହାରୀ ସହ କର୍ତ୍ତା ଭାବେ ଗଉଁତିଆ ଫକୀରମୋହନ ନାୟକ ଏବଂ ବ୍ଯାସ ଭାବେ ସରୋଜ ନାୟକ ନିୟୋଜିତ ରହିଛନ୍ତି ।
ବିଭିନ୍ନ ଭୂମିକାରେ ଜନାର୍ଦନ ନାୟକ, ନରେନ୍ଦ୍ର ନାୟକ, ଗୁମାନଚନ୍ଦ୍ର ନାଏକ, କିରଟି ଭୁଏ, ଶଙ୍କଟମୋଚନ ନାୟକ, ଓମ୍ ନାୟକ, ସୋମ ନାୟକ, ବଜରଙ୍ଗି ନାୟକ, ମିତ୍ରଭାନୁ ନାଏକ, ପରିତୋଷ ହୋତା, କାର୍ତ୍ତିକ ବିଶ୍ବାଳ , ମନୋଜ ବାଘ, ରଞ୍ଜନ ନାଏକ, ଶାନ୍ତନୁ ନାୟକ, ଶନାତନ ପୁଜାହାରୀ, ଚିତ୍ତରଞ୍ଜନ ନାୟକ, ଟିଟୁ ନାୟକ, ବଣ୍ଟି ନାୟକ, ବାବୁଲୁ ନାୟକ, ଜୟରାମ ନାୟକ, ଶୁରୁ ନାଏକ, ହୃଷିକେଶ ନାୟକ ପ୍ରମୁଖ ଅଭିନୟ କରିଥିବା ବେଳେ ବାଦ୍ଯଯନ୍ତ୍ର ବ୍ରହ୍ମାନନ୍ଦ ପୂଜାହାରୀ, ସୁରେନ୍ଦ୍ର ଝାଙ୍କରଙ୍କ ସହ ଗୁମାନଚନ୍ଦ୍ର ନାଏକ, ବିଶ୍ବଜିତ ନାୟକ, ଅଞ୍ଜନ ନାଏକ ପ୍ରମୁଖ ଯୋଗଦେଇଥିଲେ ଏବଂ ନାଟ୍ଯ ପରିଚାଳନାରେ ନରେନ୍ଦ୍ର ନାୟକ,ଭଗବାନ ନାୟକ, କାର୍ତ୍ତିକ ନାୟକ, ରାଜେନ୍ଦ୍ର ଝାଙ୍କର, ପ୍ରଶାନ୍ତ ନାୟକ , ଛୋଟୁ ନାଏକ ସହ ଗ୍ରାମବାସୀ ପୁର୍ଣ୍ଣ ସହଯୋଗ କରିଥିଲେ ।