ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୩୦/୦୮) : ବୌଦ୍ଧ ଜିଲ୍ଲା ମର୍ଜାକୁଦ ବ୍ରିଜରୁ ମହାନଦୀକୁ ଡେଇଁ ପଡ଼ିଲେ ନାବାଳିକା । କିଛି ସମୟ ଖୋଜାଖୋଜି କରିବା ପରେ ନାବାଳିକାଙ୍କୁ ନଦୀରୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ନାବାଳିକା ଜଣଙ୍କ ନବମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ଆଜି ସକାଳେ ନାବାଳିକା ଜଣଙ୍କ ମର୍ଜାକୁଦ ବ୍ରିଜ ଉପରେ ଚପଲ ରଖି ହଠାତ୍ ମହାନଦୀକୁ ଡେଇଁ ପଡ଼ିଥିଲେ । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ଏହା ଦେଖି ଜୋରରେ ଚିତ୍କାର କରିଥିଲେ । ନଦୀରେ ଥିବା ନାଉରିଆ ଲୋକଙ୍କ ଚିତ୍କାର ଶୁଣି ନାବାଳିକାଙ୍କୁ ଉଦ୍ଧାର କରିବାକୁ ଖୋଜାଖୋଜି କରିଥିଲେ । କିଛି ସମୟ ଧରି ଖୋଜାଖୋଜି କରିବା ପରେ ନାବାଳିକାଙ୍କୁ ନଦୀରୁ ଉଦ୍ଧାର କରିଥିଲେ । ପରେ ଆମ୍ବୂଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ନାବାଳିକା ଜଣଙ୍କ କାହିଁକି ମହାନଦୀକୁ ଡେଇଁ ପଡ଼ିଲେ, ଏହା ପଛରେ କ’ଣ କାରଣ ରହିଛି ତାହା ଜଣାପଡ଼ି ନାହିଁ ।