ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୩୧/୦୫) : ମହାନଦୀରେ ଗାଧେଇବା ବେଳେ ଯୁବକ ନିଖୋଜ। ଏଭଳି ଘଟଣା ଘଟିଛି କଟକ ଜିଲ୍ଳା ନରାଜ କୈବର୍ତ୍ତ ସାହି ତୁଠରେ । ମୃତକଙ୍କର ପରିଚୟ ମିଳିନାହିଁ ।
ଆଜି ଦିନ ପ୍ରାୟ ଗୋଟିଏ ବେଳେ ୭ଜଣ ଯୁବକ କଟକ କାଳୀଗଳି ଅଞ୍ଚଳରୁ ନରାଜ ବୁଡ଼ା ବନ୍ଧ ନିକଟକୁ ଗାଧେଇବାକୁ ଯାଇଥିଲେ । ସେମାନେ ସମସ୍ତେ ସାଙ୍ଗହୋଇ ଗାଧେଇବା ବେଳେ ଜଣେ ଯୁବକ ଗଭିର ପାଣି ଭିତରକୁ ପଶିଯାଇଥିଲେ । ଆଉ ଯୁବକ ଜଣଙ୍କ ସମସ୍ଥଙ୍କ ଆଖି ଆଗରେ ପାଣିରେ ବୁଡ଼ି ଯାଇଥିଲେ । ତେବେ ନଦୀ କୂଳରେ ମାଛ ଧରୁଥିବା କିଛି ଲୋକ ଯୁବକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ଯୁବକ ଜଣଙ୍କ ସେମାନଙ୍କ ହାତରୁ ଖସିଯାଇଥିଲେ । ଆଉ ସେମାନେ ଯୁବକଙ୍କୁ ଖୋଜି ଖୋଜି ପାଇନଥିଲେ।ଏନେଇ ସ୍ଥାନୀୟ ଲୋକମାନେ ଗୋଡ଼ିସାହି ଫାଣ୍ଡି ପୁଲିସ ଓ ବାରଙ୍ଗ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ତେବେ ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ପହଞ୍ଚି ଯୁବକଙ୍କୁ ଖୋଜାଖୋଜି ଆରମ୍ଭ କରିଛି ।