32.9 C
Balāngīr
Saturday, July 12, 2025

ମହାନଦୀ ବନ୍ୟା ପ୍ରତିରୋଧକ ଆଡିବନ୍ଧ ରିଂ ରୋଡ଼ ର ନିମ୍ନ ମାନର କାମ କୁ ନେଇ ଜନ ଅସନ୍ତୋଷ

Must read

ସୁବର୍ଣ୍ଣପୁର, (୨୩/୦୬) : ଆ.ପ୍ର : ବନ୍ୟା ପ୍ରତିରୋଧକ ଆଡି ବନ୍ଧ ପାଇଁ ସରକାର ଙ୍କ କୋଟିକୋଟି ଟଙ୍କା ଖର୍ଚ୍ଚ ରେ ଚାଲିଛି ରିଂ ରୋଡ଼ କାମ ।WhatsApp Image 2025 06 23 at 22.32.08 1 ମହାନଦୀ ବନ୍ୟା ପ୍ରତିରୋଧକ ଆଡିବନ୍ଧ ରିଂ ରୋଡ଼ ର ନିମ୍ନ ମାନର କାମ କୁ ନେଇ ଜନ ଅସନ୍ତୋଷ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ର ରହିଲା ଠାରୁ ବିନିକା ବ୍ଲକ ମହାଦେବପାଲି ପଞ୍ଚାୟତ ର ପଣ୍ଡକିଟାଲ ପର୍ଯ୍ୟନ୍ତ ଚାଲିଛି- ମହାନଦୀ ଓ ଅଙ୍ଗନଦୀ ବନ୍ୟା ପ୍ର ତି ରୋଧକ ଆଡି ବନ୍ଧ ରି ° ରୋଡ କାମ । କିନ୍ତୁ ଉଭୟ ନଦୀ କୂଳରୁ ଠିକାଦାର ହଜାର ହଜାର ଟ୍ରିପ ମାଟି ଉଠାଇ ଖୁଲମଖୁଲା ଭାବେ ଆଡି ବନ୍ଧରେ ପକାଉଛିନ୍ତି । ମାଟି ଉଠାଇବା ଯୋଗୁଁ ବର୍ଷା ଦିନରେ ମହାନଦୀରେ ବନ୍ୟା ଆସିଲେ ବନ୍ୟା ପାଣିରେ ଅଞ୍ଚଳ ର ଚାଷଜମି ଠାରୁ ଆରମ୍ଭକରି ଗାଁ ଭିତରକୁ ବନ୍ୟା ପାଣି ପଶି ଯିବାର ଆଶଙ୍କା ରହିଥିବା ବେଳେ ଏହି ଆଡି ବନ୍ଧ ର ସ୍ଥାୟୀତ୍ବ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଉଛି ।

ସୂଚନା ଅନୁସାରେ ବିନିକା ସହରର ରହିଲା ଠାରୁ ମହାଦେବପାଲି ପଞ୍ଚାୟତ ପଣ୍ଡକିଟାଲ ପର୍ଯ୍ୟନ୍ତ ୧୧ କିଲୋମିଟର ପର୍ଯନ୍ତ ଲମ୍ବିଛି ମହାନଦୀ ଓ ଅଙ୍ଗନଦୀ ଡାହାଣ ପାର୍ଶ୍ୱରେ ଏହି ରିଂ ରୋଡ଼ କାମ । ହେଳେ ଏହି ଆଡିବନ୍ଧ ର କାମକୁ ସୋନପୁର ତେଲ ଜଳସେଚନ ଡିଭିଜନ ପକ୍ଷରୁ କୋଟି କୋଟି ଟଙ୍କାରେ ତିଆରି ହେଉଛି । କିନ୍ତୁ ସରକାରୀ ବାବୁ ମାନେ ଉପସ୍ଥିତ ନ ରହି ଠିକାଦାର ସରକାରୀ ଗୋଚର ଜମିରୁ ବେଧଡକ ଭାବେ ଜେସିବି ମେସିନ ସାହାଯ୍ୟ ରେ ହଜାର ହଜାର ଟ୍ରିପ ମାଟି ଉଠାଇ ଆଡିରେ ପକାଯାଉଛି ।

ଏପରିକି ବିଭିନ୍ନ ସ୍ଥାନରେ ପୋଲ ତିଆରି ନ କରି ଠିକାଦାର ମନଇଚ୍ଛା ଭାବେ ନଳ ବସାଇଥିବାରୁ ମହାନଦୀ ଓ ଅଙ୍ଗନଦୀର ବନ୍ଯାପାଣି ରହିଲା, ସେଲେଡି, ତୁଲୁଣ୍ଡୁ ପାଲି, ଗରିଆପାଲି ଏବଂ ପଣ୍ଡକିଟାଲର ଚାଷଜମି ବୁଡିଯିବ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି । ସେହିପରି ଅନ୍ୟପକ୍ଷରେ ପାଣି ନିଷ୍କାସନ ପାଇଁ ତିଆରି ହେଉଥିବା କଲଭର୍ଟ କାମ ମଧ୍ୟ ଅତି ନିମ୍ନ ମାନର ହେଉଥିବା ବେଳେ କେଉଁଠି ଦବି ଗଳାଣି ତ ପୁଣି କେଉଁ ଠି ଫାଟି ଆଁ କରିଛି ଏପରି କି ଗୋଟି ଏ ବର୍ଷ ରେ ମାଟି ଦବି ମଧ୍ୟ ଗଳାଣି ।ଲୋକଙ୍କୁ ମହାନଦୀ ଓ ଅଙ୍ଗନଦୀର ବନ୍ୟା ଦାଉରୁ ସୁରକ୍ଷା ଦେବାପାଇଁ ୨୦.୧୦.୨୩ ମସିହାରେ କାମ ଆରମ୍ଭ ହୋଇ ୨୫.୧୦.୨୦୨୫ ପର୍ଯ୍ୟନ୍ତ କାମ ସରିବା କଥା ।

ସୋନପୁର ତେଳ ଜଳସେଚନ ଡିଭିଜନ ତରଫରୁ ୧୭ କୋଟି ୮୪ ଲକ୍ଷ ୫୫ ହଜାର ଟଙ୍କାରେ ଚାଲିଛି ଏହି ଆଡିବନ୍ଧ ବା ରିଂରୋଡ କାମ ହେଲେ ଠିକାଦାର ଏବଂ ବିଭାଗୀୟ କତୃପକ୍ଷଙ୍କ ମଧୁଚନ୍ଦ୍ରିକା ରେ ଚାଲିଥିବା କାମ ନିମ୍ନ ମାନର ବୋଲି ଲୋକେ ଅଭିଯୋଗ କରୁଥିବା ବେଳେ ତାକୁ ନେଇ ଜନ ଅସନ୍ତୋଷ ଦେଖା ଦେଇଛି । ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କତୃପକ୍ଷ ଦୃଷ୍ଟିଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣ ରେ ଦାବୀ ହେଉଛି ।

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...