ମୁରିବାହାଲ, (୨୨/୦୬) : ଆପ୍ର. : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ତଥା ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଶ୍ରୀଯୁକ୍ତ ସନ୍ତୋଷ ସିଂ ସାଲୁଜା (କୁକୁସିଂ) ରବିବାର ମୁରିବାହାଲ ବ୍ଲକର ୨୧ ଟି ଜଗନ୍ନାଥ ମନ୍ଦିରକୁ ଯାଇ ରଥଯାତ୍ରା ପାଇଁ ମହାପ୍ରଭୁଙ୍କ ନିମନ୍ତେ ପାଟ ବସ୍ତ୍ର ପ୍ରଦାନ କରିଛନ୍ତି ।
ଏହି ଅବସରରେ ଯଦୁପତି ଅଗସ୍ତି, ବୁଲୁ ବିଶି, ବିଜୟ ପାତ୍ର, ବୁଲୁ କୁମ୍ଭାର, ବେଣୁ ପସାୟତ, ଯୁଧାମନ ନାଗ, କମଳ ବୁଡେକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଏହି ବର୍ଷ ଭଳି ପୂର୍ବ ବର୍ଷ ମାନଙ୍କରେ ମଧ୍ୟ ସାଲୁଜା ରଥଯାତ୍ରା ସମୟରେ ମୁରିବାହାଲ ବ୍ଲକ ସମେତ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସମସ୍ତ ଜଗନ୍ନାଥ ମନ୍ଦିରରେ ବସ୍ତ୍ର ପ୍ରଦାନ କରିଥାନ୍ତି।ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କର ଯେତେ ଦିନ ପର୍ଯ୍ୟନ୍ତ ଶକ୍ତି ଦେଇଥିବେ ପ୍ରଭୁଙ୍କ ସେବା ଜାରି ରଖିବେ ବୋଲି ସାଲୁଜା କହିଛନ୍ତି ।