ପୁରୀ, (୦୭/୦୪) : ଆପ୍ର. : ଶ୍ରୀମନ୍ଦିରର ସିଂହଦ୍ଵାର ସମ୍ମୁଖରେ କିଛି ସେବାୟତଙ୍କ ଆକ୍ରମଣର ଶିକାର ହୋଇଛନ୍ତି ସାମ୍ବାଦିକ ।
ସାମ୍ବାଦିକ ମାନେ ରାମନବମୀ ଅବସରରେ ଖବର ପ୍ରସାରଣ କରୁଥିବା ସମୟରେ ସେବାୟତ ମାନେ ଆକ୍ରମଣ କରିଥିଲେ । ସେବାୟତ ମାନେ ସାମ୍ବାଦିକ ମାନଙ୍କ କ୍ୟାମେରା ଓ ମୋବାଇଲ୍ ଫୋନ୍ ଛଡ଼େଇ ନେବା ସହ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସାମ୍ବାଦିକ । ଆକ୍ରମଣର ଶିକାର ହୋଇ ଜଣେ ମହିଳା ସାମ୍ବାଦିକା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଜଣେ କ୍ୟାମେରା ମ୍ୟାନ ମଧ୍ୟ ଆହତ ହୋଇ ଚିକିତ୍ସା ହେଉଛନ୍ତି ।