କେନ୍ଦୁଝର, (୧୩/୦୪) : ଆପ୍ର. : ବିଦ୍ୟାଳୟ ଯାଉଥିବା ସମୟରେ ମହୁମାଝି ଆକ୍ରମଣରେ ଆହତ ହେଲେ ଛାତ୍ରଛାତ୍ରୀ । ମହୁମାଛି ଆକ୍ରମଣରେ ୮ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ରହିଛି ।
ସୂଚନା ଅନୁଯାୟୀ ଶନିବାର କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳର କାଳିକାପ୍ରସାଦ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ଏକ ଅଟୋରେ ସ୍କୁଲକୁ ଯାଉଥିବା ବେଳେ ଗାଁ ମୁଣ୍ଡରେ ହଠାତ୍ ମହୁମାଛି କେଉଁ ଆଡ଼ୁ ଉଡ଼ିଆସି ବିନ୍ଧି ପକାଇଥିଲେ । ଫଳରେ ପିଲାଙ୍କ କାନ, ବେକ, ହାତ ଫୁଲିଯାଛି । ଅଟୋ ଡ୍ରାଇଭର ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ଆହତ ଛାତ୍ରଛାତ୍ରୀଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।