ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୩୧/୧୨) : ମୁରିବାହାଲ ବ୍ଳକ ଗୁଡିଘାଟ ପଞ୍ଚାୟତ ବାରବନ୍ଧ ଖେଳପଡିଆ ଠାରେ ମାଁ ବାରଖୁଲେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଯାପିତ ହୋଇଯାଇଛି ।
ଚାଚେରବେଙ୍ଗ ଦଳ ଓ ତୁରେକେଲା ଦଳ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ତୁରେକେଲାକୁ ହରାଇ ଚାଚେରବେଙ୍ଗ ଦଳ ଚମ୍ପିୟାନ ହୋଇଥିଲା । ଉଦଯାପନି ଦିବସରେ ଯୁବ ସମାଜ ସେବି କରୁଣା କର ମାଝୀ ମୂଖ୍ୟ ଅତିଥି, ସମ୍ମାନୀୟ ଅତିଥି ବଳବନ୍ତ ଭୋଇ, ଲୋକନାଥ ବଘାର, ଚୁଡ଼ାମଣି ସାହୁ, ପବିତ୍ର ସାହୁ,ଦେବରାଜ ପଧାନ ଓ ସୁଦର୍ଶନ ଭୋଇ ପ୍ରମୁଖ ମଞ୍ଚାସିନ ହୋଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ବିଜେତାକୁ ୧୮ ହଜାର ଓ ଉପବିଜେତାକୁ ୧୨ ହଜାର ଟଙ୍କା ଦେବା ସହ ଟ୍ରଫି ପ୍ରଦାନ କରିଥିଲେ।ଅମ୍ପିୟାର ମୁକୁନ୍ଦ ବଗର୍ତ୍ତୀ ଓ ଲେଗ ଅମ୍ପିୟାର ଭୁବନେଶ୍ଵର ଭୋଇ ଖେଳ ପରିଚାଳନା କରିଥିଲେ ।
ବାରବନ୍ଧ କ୍ରିକେଟ କ୍ଲବ ର କ୍ୟାପଟେନ ଧୁବଲେ ଭୋଇ, ଭାଇସ କ୍ୟାପଟେନ ଆକାଶ ସାହୁ, କମିଟି ସଭାପତି ଭିକାରୀ ଭୋଇ, ଉପସଭାପତି ପରମା ଭୋଇ, କାର୍ଯ୍ୟକାରୀ ଡିଙ୍ଗର ଭୋଇ ଉପଦେଷ୍ଟା ରାଜିନ୍ଦ୍ର ଭୋଇ, କମିଟି ମେମ୍ବର ପଦ୍ମନ ମାଝୀ, ମଣ୍ଟୁ ନାଏକ, ଅର୍ଜୁନ ଭୋଇ, ଦସ ଭୋଇ, ବିବେକ ସାହୁ, ଫକିର ସାହୁ, ବଣ୍ଟି ସାହୁ, ମଧୂସୁଦନ ମାଝି, ରଥ ତାଣ୍ଡି, ସୁବ୍ରତ ବଘାର, ଉମେସ ସାହୁ, ଉମାକାନ୍ତ ନାଏକ ପ୍ରମୁଖ ସହଯୋଗ କରିଥିଲେ ।