ଗୁଣୁପୁର, (୩୦/୬) : ଆପ୍ର. : ନିର୍ବାଣ ଟ୍ରଷ୍ଟ ଗୁଣୁପୁର ଏବଂ ଓଡ଼ିଶାର ସର୍ବବୃହତ୍ତ ଚକ୍ଷୁ ଚିକିତ୍ସାଳୟ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁ ଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଗୁଣୁପୁର ସାରସ ଅଙ୍ଗଲୋ ବେଦିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ଶିବିରକୁ ଅଖିଳ ଭାରତ ସନ୍ଥ ସମିତି ପୂର୍ବ ଭାରତ ମନ୍ତ୍ରି ଓ ନିର୍ବାଣ ଟ୍ରଷ୍ଟ ଗୁଣୁପୁର ଚେୟାରମ୍ଯାନ ସ୍ଵାମି ନିର୍ବାଣାନନ୍ଦ ଗିରି ଙ୍କ ସଭାପତିତ୍ୱରେ ଉଦଘାଟନ ହୋଇଥିଲା । ମୁଖ୍ୟ ଅତିଥି ଓ ନିର୍ବାଣ ଟ୍ରଷ୍ଟ ଗୁଣୁପୁର ନାରାୟଣ ସେବା ସଭାପତି ଶ୍ରୀ ସୁବୁଦ୍ଧି ଭେଙ୍କେଟ ରାଓ, ଶ୍ରୀ ବାଦଲ ପାଣି, ଶ୍ରୀ ଶିବପ୍ରସାଦ ବେହେରା, ଶ୍ରୀ ଲାଡି ଗୋପାଳ, ଶ୍ରୀ ଗୋବିନ୍ଦ ଗୋଗରଙ୍ଗା, ଶ୍ରୀ ଲାଲୁ ନାୟକ, ଶ୍ରୀ ନାରାୟଣ ମହାରଣା, (ସମାଜସେବୀ ବୃନ୍ଦ) ଏବଂ ନିର୍ବାଣ ଟ୍ରଷ୍ଟ ଗୁଣୁପୁର ର ସମସ୍ତ କର୍ମଚାରୀ ଉପସ୍ଥିତ ହୋଇ ପ୍ରଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।
ଏଥିରେ ସମସ୍ତ ପ୍ରକାର ଚକ୍ଷୁ ର ପରୀକ୍ଷା ନିଃଶୁଳ୍କ କରାଗଲା । ମୋଟ ୯୫ ଜଣଙ୍କର ଚକ୍ଷୁ ପରୀକ୍ଷା କରଗଲା । ମୋଟ ୧୬ ଙ୍କୁ ଚଷମା ଦିଆଗଲା । ମୋଟ ୪୬ ଜଣଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଗଲା ଓ ଆଜି ୩୫ ଜଣ ଙ୍କୁ ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ପାଇଁ ହସ୍ପିଟାଲ୍କୁ ଗଲେ । ୧୯ ଜଣଙ୍କର ରେଟିନା ପରିକ୍ଷା କରଗଲା । କାର୍ଯ୍ୟକ୍ରମ ଶେଷରେ ସମସ୍ତ ଚକ୍ଷୁ ରୋଗି, ହସ୍ପିଟାଲ କର୍ମଚାରୀ ଓ ସମାଜସେବୀ ମାନେ ଅନ୍ନ ପ୍ରସାଦ ଗ୍ରହଣ କରିଥିଲେ ।