32.9 C
Balāngīr
Tuesday, July 15, 2025

“ମାଗଣା ରାସନ ଓ ଟଙ୍କା ଲୋକଙ୍କୁ କରୁଛି କୋଢ଼ିଆ”, ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୪/୦୨) : ମାଗଣା ରାସନ ଓ ଟଙ୍କା ପାଇ ସାଧାରଣ ଲୋକ କୋଢ଼ିଆ ହୋଇଗଲେଣି। ଆଉ କେହି ପରିଶ୍ରମ କରି ଅର୍ଥ ଉପାର୍ଜନ କରିବାକୁ ଚାହୁଁନାହାନ୍ତି।

କାରଣ ଘରେ ବସି ବସି ଖାଇବା ପାଇଁ ଚାଉଳ ମିଳି ଯାଉଛି। ଆଉ ଚଳିବା ପାଇଁ ଟଙ୍କା ବି ମିଳୁଛି । ତେଣୁ ଲୋକ ନିକମା ହୋଇ ଗଲେଣି । ଏପରି ଏକ କଡ଼ା ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ। ସହରାଞ୍ଚଳରେ ବାସହୀନ ଲୋକଙ୍କ ପାଇଁ ଆଶ୍ରୟ ଅଧିକାର ସହିତ ଜଡିତ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏପରି ଟିପ୍ପଣୀ ଦେଇଥିବା କଥା ସାମ୍ନାକୁ ଆସିଛି । ଯଦି ଦେଖିବା କେନ୍ଦ୍ର ସରକାର ହୁଅନ୍ତୁ କିମ୍ୱା କୌଣସି ରାଜ୍ୟ ସରକାର ଅବା କୌଣସି ଅନ୍ୟ ଦଳ । ନିର୍ବାଚନ ପୂର୍ବରୁ ସାଧାରଣ ଲୋକଙ୍କୁ ଅନେକ ଲୋଭ ଦେଖାଇଥାନ୍ତି ।

ଫ୍ରି ରାସନ ସହ ଟଙ୍କା ମଧ୍ୟ ଦେବା ପାଇଁ ଘୋଷଣା କରନ୍ତି। ଏପରିକି କିଛି ଦଳ କ୍ଷମତାକୁ ଆସିବା ପରେ ନିଜ ପ୍ରତିଶୃତି ପାଳନ କରନ୍ତି। ଏବଂ ଲୋକଙ୍କୁ କିଛି ସ୍କିମ ମାଧ୍ୟମରେ ଟଙ୍କା ଦେବା ସହ ମାଗଣା ଚାଉଳ ମଧ୍ୟ ପ୍ରତି ମାସ ଘର ଘରକା ପ୍ରଦାନ କରନ୍ତି।

ହେଲେ ସରକାରଙ୍କ ଏହି ମାଗଣା ଚାଉଳ ଓ ଟଙ୍କା ପାଇଁ ଅଧିକାଂଶ ଲୋକ କୋଢ଼ିଆ ହୋଇ ଗଲେଣି। ଆଉ କୌଣସି କାମ କାର୍ଯ୍ୟ ନକରି ଘରେ ବସି ରହୁଛନ୍ତି। କାରଣ ଘରେ ବସି ବସି ସେମାନଙ୍କ ପରିବାର ଚଳିଯାଉଛି।ତେଣୁ ପେଟ ପୋଷିବା ପାଇଁ କୌଣସି ଚିନ୍ତା ରହୁନି। ଯେଉଁ କାରଣ ପାଇଁ ସେମାନେ କାମ କରୁନାହାନ୍ତି। ବରଂ ଦିନକୁ ଦିନ ଅକର୍ମଣ୍ୟ ହୋଇ ପଡୁଛନ୍ତି। ଏକ ଆବେଦନର ଶୁଣାଣୀ କରି ଏପରି ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ।

ପୂର୍ବରୁ ମଧ୍ୟ ଗତ ବର୍ଷ, ନିର୍ବାଚନ ପ୍ରଚାର ସମୟରେ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ମାଗଣା ସୁବିଧା ପ୍ରଦାନ କରିବାର ଅଭ୍ୟାସକୁ ଚ୍ୟାଲେଞ୍ଜ କରି ଏକ ଆବେଦନର ଜବାବ ଦେବାକୁ କୋର୍ଟ କେନ୍ଦ୍ର ଏବଂ ନିର୍ବାଚନ କମିଶନଙ୍କୁ ଆବେଦନର ଉତ୍ତର ଦେବାକୁ କହିଥିଲେ।

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...