32.9 C
Balāngīr
Sunday, July 13, 2025

ମାଗଣା ସ୍ବାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ ,୭୮୮ ଲୋକ ହେଲେ ଉପକୃତ; ଯୋଗ ଦେଲେ ୧୨ରୁ ଉର୍ଦ୍ଧ ଡାକ୍ତର

Must read

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ମୁରିବାହାଲ, (୨୦/୩) : ଆ.ପ୍ର. : କଣ୍ଟାବାଞ୍ଜି, ମାରୱାଡ଼ି ଯୁବା ମଞ୍ଚ ଓ ମାରୱାଡ଼ି ପ୍ରଗତି ଶାଖା ତରଫ ରୁ ମୁରଲୀ କ୍ରିଷ୍ଣା ଫାଉଣ୍ଡେସନ ଓ କ୍ରିଷ୍ଣା ବିକାଶ ହସ୍ପିଟାଲ୍ ବରଗଡ଼ ଙ୍କ ସହଯୋଗ ରେ ଗୁରୁବାର ସ୍ଥାନୀୟ ହରିଭବନ ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ।

ମାରୱାଡ଼ି ଯୁବା ମଞ୍ଚ ର ସଭାପତି ବିମଳ ଜୈନ ଓ କାର୍ଯ୍ୟକ୍ରମ ସଂଯୋଜକ ମୋହନ ସୋନି ଙ୍କ ନେତୃତ୍ଵ ରେ ସ୍ୱର୍ଗୀୟ ସତୀଶ କୁମାର ସୋନି ଙ୍କ ସ୍ମୃତି ରେ ହୋଇଥିବା ଏହି ଶିବିରରେ ମୁଖ୍ୟ ଅତିଥି ଭାଭେ ସ୍ଥାନୀୟ ତହସିଲଦାର ବିଶନାଥ ଖାଲଖୋ , ସମ୍ମାନିତ ଅତିଥି ଅଗ୍ରୱାଲ ସଭାର ସଭାପତି କୈଳାସ ଅଗ୍ରୱାଲ ଯୋଗ ଦେଇଥିବା ବେଳେ ବିକାଶ ମେଡିକାଲର ଡ଼ା ଅଜିତ ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ । ଶିବିରରେ ୭୮୮ ଲୋକ ଉପକୃତ ହୋଇଥିବା ବେଳେ ୫ ରୋଗୀଙ୍କୁ ଆଖି ଅପରେସନ ପାଇଁ ବରଗଡ଼ ପଠା ଯାଇଛି ଅନ୍ୟ ପକ୍ଷରେ ୧୨ ରୁ ଉର୍ଦ୍ଧ୍ବ ଡାକ୍ତର ଏହି ଶିବିର ଯୋଗ ଦେଇଥିଲେ| ରୋଗୀ ମାନଙ୍କ ବିଭିନ୍ନ ରୋଗ ର ମାଗଣା ପରାମର୍ଶ ଦେବା ସହ ସମସ୍ତ ରୋଗୀଙ୍କ ମାଗଣା ରକ୍ତଚାପ, ମଧୁମେହ, ଚକ୍ଷୁ ପରୀକ୍ଷା ଆବଶ୍ୟକ ଔଷଧ ଦିଆଯାଇଥିଲା ।

୨୫ ଜଣିଆ ଟିମ ସେବା ଦେଇଥିବା ବେଳେ ଡାକ୍ତର ପ୍ରଣୟ ପାଣିଗ୍ରାହୀ ଶିଶୁରୋଗ ବିଶେଷଜ୍ଞ, ଡାକ୍ତର ସନ୍ତୋଷ ଟେଟେ ମେଡିସିନ ବିଶେସଜ୍ଞ, ଡାକ୍ତର ରାଜେଶ ଷଡଙ୍ଗୀ କାନ ନାକ ରୋଗ ବିଶେଷଜ୍ଞ, ଡାକ୍ତର ସୌଭିକ ଦଶୁକିଲ ମୁଖ ସର୍ଜରୀ, ଡାକ୍ତର ଶ୍ରଦ୍ଧା ସୁମନ ପାଲ ଦନ୍ତରୋଗ,ଡାକ୍ତର ମନୋଜ କୁମାର ସାହୁ ମୂତ୍ର ରୋଗ ବିଶେଷଜ୍ଞ, ଡାକ୍ତର ମନାଲି ଡେକାରାଜା ଚର୍ମରୋଗ ବିଶେଷଜ୍ଞ,ଡାକ୍ତର ନାରାୟଣ ପ୍ରସାଦ ମିଶ୍ର ଅସ୍ଥିସଲ୍ୟ ବିଶେଷଜ୍ଞ,ଡାକ୍ତର ଯସୋବନ୍ତ୍ ଧନବଲ୍ ଫୁସଫୁସ ଓ ଛାତି ରୋଗ ବିଶେଷଜ୍ଞ, ଡାକ୍ତର ଅମନ୍ ଦାସ ଫିଜିଓଥେରୋପି ସହ ଟିମ୍ ଯୋଗ ଦେଇଥିଲେ । ଏହି ଶିବିରକୁ ବିପୁଳ ଆର୍ୟ୍ଯ, ଆରତି ମିତ୍ତଲ, ଦିପା ଜୈନ,ପୂଜା ଅଗ୍ରୱାଲ, ରୁଚିକା ଖଣ୍ଡବାଳ,ଗୋପାଳ ଅଗ୍ରୱାଲ, ନାରାୟଣ ଅଗ୍ରୱାଲ, ଅନୁପ ଅଗ୍ରୱାଲ, ଆଶୁତୋଷ ଖେମକା,ଋଷି ଅଗ୍ରୱାଲ, ମନିଶ ଅଗ୍ରୱାଲ, ରୋହିତ ଲାଠ ପ୍ରମୁଖ ସହଯୋଗ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର, (୧୩/୦୭) : ଆପ୍ର. : ପାଟଣା ବନାଞ୍ଚଳ ଡୁମୁରିଆ ବିଟ୍ ଅନ୍ତର୍ଗତ ପିଛୁଳାବେଡା ଗ୍ରାମ ନିକଟରେ ଗୋଟିକିଆ ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ ଏବଂ ଜଣେ ଗୁରୁତର । ସୂଚନା ଅନୁଯାୟୀ ସେମାନେ...

ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ

ନୀଳଗିରି, (୧୩/୦୭) :ଆପ୍ର. : ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ । କେନାଲ କାମ ଚାଲିଥିବା ବେଳେ ବଜ୍ରପାତରେ ୩ ଶ୍ରମିକ ମୃତ । ବାଲେଶ୍ବର ଜିଲ୍ଲା ନୀଳଗିରି ଛତ୍ରପୁରରେ...

ଜୀବନର ସଠିକ୍ ମାର୍ଗ ଗୁରୁଙ୍କ ପ୍ରେରଣା ଓ ଆଶ୍ରିବାଦରୁ ପ୍ରାପ୍ତ ହୋଇଥାଏ

ମୁନିଗୁଡ଼ା, (୧୩/୦୭) : ଆପ୍ର. : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାସ୍ଥ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସର ଶାରଦା ମଣ୍ଡପରେ ଆଜି ନେତାଜୀ ପ୍ରଭାତ ଶାଖା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ତରଫରୁ ଗୁରୁ...

ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ, ଭୁବନେଶ୍ବର ଏମସରେ ଚାଲିଛି ଚିକିତ୍ସା

ବାଲେଶ୍ବର, (୧୩/୦୭) : ଆପ୍ର. : ବାଲେଶ୍ବର ଫକୀର ମୋହନ ସ୍ଵୟଂଶାସିତ କଲେଜରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଇଣ୍ଟିଗ୍ରେଟେଡ ବିଏଡ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଭୁବନେଶ୍ବର ଏମସରେ...