32.9 C
Balāngīr
Thursday, June 12, 2025

ଆଇ.ଡ଼ି.ଏ. ହିଲ ସିଟି ବ୍ରାଞ୍ଚ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ବୋରିଗୁମ୍ମା,୩୧/୦୫): ବୋରିଗୁମ୍ମା ବ୍ଲକ୍ କାଠଗଡ଼ା ପ୍ରାଥମିକ ବିଦ୍ୟାଳୟ ଠାରେ ବିଶ୍ଵ ତମ୍ବାଖୁ ବର୍ଜନ ଦିବସ ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ତଥା ସଚେତନତା ଶିବିର ଆୟୋଜିତ ହୋଇଯାଇଛି । WhatsApp Image 2025 05 31 at 6.32.45 PM 1 ଆଇ.ଡ଼ି.ଏ. ହିଲ ସିଟି ବ୍ରାଞ୍ଚ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଆଇ.ଡ଼ି.ଏ. ହିଲ ସିଟି ବ୍ରାଞ୍ଚ ନାମକ ଦନ୍ତ ଚିକିତ୍ସକ ମାନଙ୍କର ଏହି ସଂଗଠନ ଦ୍ଵାରା ଆୟୋଜନ କରା ଯାଇଥିବା ଏହି ଶିବିରରେ ଜୟପୁର ମାନ୍ୟବର ବିଧାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦାନ କରିଥିବା ସହ କିଛି ରୋଗୀଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ବ୍ଲକ୍ କଂଗ୍ରେସ ସଭାପତି ଅଶୋକ ଗନ୍ତାୟତ, ଜିଲ୍ଲା ପରିଷଦ ସଭ୍ୟ ପିଙ୍କୁ ଶତପଥି,ଭାଜପା.ନେତା ଅଭିମନ୍ୟୁ ନାୟକଙ୍କ ସମେତ ଆଶା ଓ ଅଙ୍ଗନବାଡି କର୍ମୀ ମାନେ ଯୋଗଦାନ କରିଥିବା ଜଣାପଡିଛି ।ଏହି ଶିବିରରେ ସମୁଦାୟ ୨୭୮ ଜଣ ରୋଗୀ ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବିତରଣ କରା ଯାଇଥିଲା ।WhatsApp Image 2025 05 31 at 6.32.45 PM ଆଇ.ଡ଼ି.ଏ. ହିଲ ସିଟି ବ୍ରାଞ୍ଚ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ସଭାପତି ଡଃ.ଅଶୋକ କୁମାର ଦାଶ, କୋଷାଧ୍ୟକ୍ଷ ଡଃ.ସିଦ୍ଧାନ୍ତ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାକଧାନରେ ଆୟୋଜିତ ଏହି ଶିବିରରେ ଡଃ ସୁରଭି ମହାନ୍ତି, ଡଃ ଦୀପନିତ ସରକାର, ଡଃ ପୂଜା ସରକାର, ଡଃ ସୂଚୀସ୍ମିତା ମହାପାତ୍ର, ଡଃ ଫୌଜିଆ ତନବୀର, ଡଃ. ସୂଚେତା ପି. ଡଃ. ବେହେରା , ଡଃ.ଆର୍.କେ.ବେଉରିଆ, ଡଃ. ପ୍ରତ୍ୟୁଶା ନନ୍ଦ, ଡଃ.ଅମିତ ଦାଶ, ଡଃ ଦେବ ଦେବାର୍ଚ୍ଚନ ପ୍ରମୁଖ ଯୋଗ ଦେଇଥିବା ବେଳେ ପୂର୍ବତନ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଡଃ. ଅରୁଣ କୁମାର ପାଢ଼ୀ ତଥା ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଡଃ. ଦିଲ୍ଲୀପ କୁମାର ନାଥଙ୍କ ମାର୍ଗ ଦର୍ଶନରେ ତଥା କାଠରଗଡ଼ା ସ୍ୱାସ୍ଥ୍ୟକେନ୍ଦ୍ରର ଡଃ. ଶିବପ୍ରସାଦ ମହାରଣାଙ୍କ ସହଯୋଗରେ ଏହି ଶିବିର ସଫଳତାର ସହ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...