ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୩/୦୬) : ମାଟି ତଳୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ କେନକେବା ବ୍ରିଜ ନିକଟ ଲାହାନ୍ତ ନଦୀ ପଠାରୁ ମୃତଦେହ ଠାବ କରାଯାଇଛି ।
ମୃତ ମହିଳାଙ୍କ ପରିଚୟ ମିଳି ନାହିଁ । ଆଜି ସକାଳେ ସ୍ଥାନୀୟ ଲୋକେ ଶୌଚପାଇ ନଦୀକୁ ଯାଇଥିଲେ । ନଦୀ ପଠାରେ ମହିଳାଙ୍କ ଚୁଡ଼ି ଓ ଗୋଡ଼ ମୁଦି ପଡ଼ିଥିବା ଦେଖିବାକୁ ପାଇଥିଲେ । ଏନେଇ ପୁଲିସକୁ ଜଣାଇଥିଲେ । ପୁଲିସ ପହଞ୍ଚି ମାଟିତଳୁ ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଥିଲା । ମହିଳାଙ୍କୁ କିଏ ଓ କାହିଁକି ହତ୍ୟା କରି ମାଟିପୋତି ଦେଲା ତାର କାରଣ ଅସ୍ପଷ୍ଟ ରହିଛି । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି ।