32.9 C
Balāngīr
Wednesday, April 23, 2025

ମାଟ୍ରିକ ପରୀକ୍ଷାର ଶେଷ ଦିନରେ ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୬/୦୩) : ଆଜି ସରୁଛି ମାଟ୍ରିକ ପରୀକ୍ଷା । ଶେଷ ଦିନରେ ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

ଚଳିତ ବର୍ଷ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ଦେଉଛନ୍ତି ପରୀକ୍ଷା । ପରୀକ୍ଷା ଫେବ୍ରୁଆରି ୨୧ ତାରିଖରୁ ଆରମ୍ଭ ହୋଇଥିଲା । ଶାନ୍ତି ଶୃଙ୍ଖଳାର ସହିତ ପରୀକ୍ଷା ଶେଷ କରିବା ପାଇଁ ବୋର୍ଡ ପକ୍ଷରୁ କଡ଼ାକଡ଼ି ବ୍ୟବସ୍ଥା କରାଯାଇଛି । ପରୀକ୍ଷାରେ କପିରେ ରୋକ ଲଗାଇବା ପାଇଁ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ରରେ କ୍ୟୁଆର କୋଡର ବ୍ୟବସ୍ଥା କରାଯାଇଛି । ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହେବ । ରାଜ୍ୟର ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଚାଲିଛି । ୩୧୪ଟି ନୋଡାଲ ସେଣ୍ଟର କରାଯାଇଛି, ଯେଉଁଠି ପ୍ରଶ୍ନପତ୍ର ରଖାଯାଉଛି। ନୋଡାଲ ସେଣ୍ଟରରେ ମଧ୍ୟ ସିସିଟିଭି ଲଗାଯାଇଛି । ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କୁ କଡାକଡି ଯାଞ୍ଚ କରାଯାଇ ପରୀକ୍ଷା କେନ୍ଦ୍ରକୁ ଛଡାଯାଉଛି । ମାର୍ଚ୍ଚ ୧୯ରୁ ମାଟ୍ରିକ ପରୀକ୍ଷାର ଖାତା ଦେଖା ଆରମ୍ଭ ହେବ । ପ୍ରାୟ ୧୩ ଦିନ ପର୍ଯ୍ୟନ୍ତ ଖାତା ଦେଖା ଚାଲିବ । ଏହା ପରେ ପରୀକ୍ଷା ଫଳ ପ୍ରକାଶ ପାଇବ ।

 

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...