32.9 C
Balāngīr
Wednesday, April 30, 2025

ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଓଡିଶା, ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂ ଦେଓ ଓ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ରାୟଗଡା ଜିଲ୍ଲା ଗସ୍ତ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୭/୧୨) : ଓଡ଼ିଶାର ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ ଦିନିକିଆ ରାୟଗଡା ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ ଚାଲୁଥିବା ବିଭିନ୍ନ ସରକାରୀ ଯୋଜନା ଉପରେ ସମୀକ୍ଷା କରିଛନ୍ତି ।WhatsApp Image 2024 12 27 at 22.56.56 ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଓଡିଶା, ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂ ଦେଓ ଓ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ରାୟଗଡା ଜିଲ୍ଲା ଗସ୍ତ

ଏହି ସମୀକ୍ଷା ବୈଠକରେ ମାନ୍ୟବର ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଝାରୀ ଉପସ୍ଥିତ ଥିବା ବେଳେ ରୟଗଡ଼ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀ ଅଧ୍ୟକ୍ଷତା କରିଥିଲେ । ସମୀକ୍ଷା ବୈଠକ ପୂର୍ବରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ଃ.ମନମୋହନ ସିଂହଙ୍କ ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାରେ ଚାଲୁଥିବା ରେଲୱାଇ ପ୍ରକଳ୍ପ, ଜାତୀୟ ରାଜପଥ ଯୋଜନା ଦ୍ୱାରା ହେବାକୁ ଥିବା ପ୍ରକଳ୍ପ ଗୁଡିକର ଅଗ୍ରଗତି, ରାସ୍ତା ଓ ଗୃହ ବିଭାଗ, ଗ୍ରାମୀୟ ନିର୍ମାଣ ବିଭାଗରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ସେତୁବନ୍ଧ ଯୋଜନା, ବୃହତ୍ତ ସେତୁ ବନ୍ଧ ଯୋଜନା ଉପରେ ଆଲୋଚନା କରିଥିଲେ । ସେହିପରି ମହିଳା ଓ ଶିଶୁଵିକାଶ ଯୋଜନା ଅନ୍ତର୍ଗତ ଅଙ୍ଗନବାଡି କେନ୍ଦ୍ରର ଓ ଏହାର କାର୍ଯ୍ୟକାରିତା, ସୁଭଦ୍ରା ଯୋଜନା ଉପରେ ସମୀକ୍ଷା କରିଥିଲେ ।

ସେହିପରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଉପରେ ଜିଲ୍ଲାର ଖାଉଟି ସଂଖ୍ୟା, ରେସନ କାର୍ଡ, ଓ ଖାଦ୍ୟ ଆବଣ୍ଟନ, ଖରିଫ ଧାନ ସଂଗ୍ରହ ଉପରେ ପଚାରି ବୁଝିଥିଲେ । ଏହା ସହିତ ଓରମାସ ତରଫରୁ ସ୍ୱୟଂ ସହାୟକ ମାନଙ୍କ ଦ୍ୱାରା କେଉଁସବୁ କାର୍ଯ୍ୟକ୍ରମ ନିଆଯାଉଛି ସେ ଉପରେ ପଚାରି ବୁଝିଥିଲେ । ଏହାପରେ ଜିଲ୍ଲା ମଙ୍ଗଳ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଭିତ୍ତିଭୂମି ଓ ସ୍ଵାସ୍ଥ୍ୟ ସେବା ଯୋଗାଇବା ସକ୍ଷମ, ଅନ୍ୟାନ୍ୟ ଯୋଜନା ଓ କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ । ମଧ୍ୟମ ଜଳସେଚନ ବିଭାଗର ବିଭିନ୍ନ ପ୍ରକଳ୍ପ, କାର୍ଯ୍ୟକାରିତାର ଅଗ୍ରଗତି, ଧlର୍ଯ୍ୟ ସମୟରେ କାର୍ଯ୍ୟ ସମ୍ପାଦନ ଆଦି ଉପରେ ଆଲୋଚନା କରିଥିଲେ ।

ଜଙ୍ଗଲ ବିଭାଗର ବନିକରଣ, ଜଙ୍ଗଲ ନିଆଁ ପରିଚାଳନା ଓ ମଣିଷ ହାତୀ ବିବାଦର ପରିଚାଳନା ସମୀକ୍ଷା କରିଥିଲେ । ସେହିପରି ଟାଟା ପାୱାର ଉପରେ ଆଲୋଚନା କରି ଗ୍ରାମୀଣ ବିଦ୍ୟୁତ କରଣର ଅଗ୍ରଗତି ଓ ସମସ୍ୟା ଉପରେ ପଚାରି ବୁଝିଥିଲେ । ଗ୍ରାମୀୟ ଜଳଯୋଗାଣ ସଂସ୍ଥା ଉପରେ ସମୀକ୍ଷା କରି ପିଇବା ପାଣି ଓ ନଳରୁ ଜଳ ଯୋଗାଣ ପ୍ରକଳ୍ପ ଉପରେ ପଚାରି ବୁଝିଥିଲେ । ସେହିପରି ସାମାଜିକ ସୁରକ୍ଷା ଯୋଜନାର କାର୍ଯ୍ୟକାରିତା ।

ଜିଲ୍ଲା ଶିଳ୍ପ କେନ୍ଦ୍ର, ଜିଲ୍ଲା ଦକ୍ଷତା ବିକାଶ, ଜିଲ୍ଲା ଶ୍ରମ ବିଭାଗ, କୃଷି ବିଭାଗ ଓ ସମବାୟ ଉପରେ ସମୀକ୍ଷା କରି ଫସଲ ବୀମା ଯୋଜନାରେ ଚାଷୀମାନେ ଯେପରି ଉପକୃତ ହେବେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ମାନ୍ୟବର ରାଜସ୍ବ ମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଗ୍ରାମୀଣ ଆବାସ ଯୋଜନାରେ, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ଯୋଜନାର ଅଗ୍ରଗତି, ଉଦ୍ୟlନ ବିଭାଗ, ମତ୍ସ୍ଯ ବିଭାଗ, ଜଳଛାୟା ମିଶନ, ଜିଲ୍ଲା ପ୍ରାଣିସମ୍ପଦ ଆଦି ଉପରେ ସମୀକ୍ଷା କରିଥିଲେ l

ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆରୋକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ ଏସ କୁମାର, ଅତିରକ୍ତ ଜିଲ୍ଲାପାଳ ଭାସ୍କର ରଇତ, ସିଡିଓ ତଥା ଇଓ ଜିଲ୍ଲାପରିଷଦ, ଶ୍ରୀ ଅକ୍ଷୟ ଖେମୁଣ୍ଡୁ, ଉପଜିଲ୍ଲାପାଳ ଗୁଣୁପୁର ସୁଶ୍ରୀ କିରଣ ଦୀପ କୌର ସାହାଟେ, ଉପଜିଲ୍ଲାପାଳ ରାୟଗଡ଼, ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା କାନୁନଗୋ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ବିଡ଼ିଓ ଓ ତହସିଲଦାର ମାନେ ଉପସ୍ଥିତ ଥିଲେ। ଶେଷରେ ଉପଜିଲ୍ଲାପାଳ ରlୟଗଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

- Advertisement -spot_img

More articles

1 COMMENT

Comments are closed.

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...