ରିପୋର୍ଟ : ନରୋତ୍ତମ ପାଢ଼ୀ
ମୁନିଗୁଡ଼ା, (୨୧/୧୨) : ରାୟଗଡା ଜିଲ୍ଲା ମୁନିଗୁଡ଼ା ଥାନା ନିକଟସ୍ଥ ସହିଦ୍ ଲକ୍ଷ୍ମଣ ନାଏକଙ୍କ ଛକ ନିକଟରେ ବୃଦ୍ଧା ଜଣକ ମାର୍କେଟିଙ୍ଗ୍ କରି ଫେରୁଥିବାବେଳେ ଏକ ଟେଙ୍କର ଗାଡି ପଛପଟକୁ ଆସି ଚକାତଲେ ଦୁଇଟି ଗୁଡକୁ ମାଡିଦେବା ଫଳରେ ବୃଦ୍ଧା ଜଣକ ସାଂଘାତିକ ଗୁରୁତର ।
ସଡ଼କ ଦୁର୍ଘଟଣାରେ ଗୁରୁତର ଅବସ୍ଥାରେ ବୃଦ୍ଧା ଜଣକ ପଡିଥିବାର ଖବର ପାଇ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡିନମ୍ବର OD15 J 2125 ଟେଙ୍କର ଗାଡିକୁ ଅଟକ ରଖିବା ସହ ଗୁରୁତର ବୃଦ୍ଧା ଙ୍କୁ ଉଦ୍ଧାର କରି ପୋଲିସ ଭେନ୍ ଯୋଗେ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ପହଞ୍ଚାଇବା ପରେ ପ୍ରଥମେ ପ୍ରାଥମିକ ଚିକିସ୍ଛା କରାଇଥିଲେ । ଗୁରୁତର ବୃଦ୍ଧା ଜଣକ ହେଲେ କୁମୁଡ଼ା ବାଲି ହରିଜନ ସାହିର ଭିତିବାଥ୍ରା,ବୟସ 65 ବର୍ଷ ପ୍ରାୟ ହେବ ବୋଲି ଜଣାପଡିଛି ସେ ଗତକାଲି ବାର୍ଦ୍ଧକ୍ୟ ଭତ୍ତା ପାଇ ଥିଲେ। ତାଙ୍କର ଗୋଟିଏ ପୁଅ ଓ ବୋହୂ କେରଲଯାଇ ଦାଦନ ଖଟୁଛନ୍ତି ବୋଲି ଜଣାପଡ଼ିଛି । ତାଙ୍କ ଘରେ କେହି ନଥିବା ରୁ ଏକୁଟିଆ ହେବାରୁ ଗ୍ରାମରେ ନିଜର ଝିଅ ଓ ଜ୍ୱାଇଁ ଘରେ ରହି ଆସୁଥିଲେ ଆଜି ସକାଳୁ ମୁନିଗୁଡ଼ା ମାର୍କେଟ ଆସି ନିଜ ଆବଶ୍ୟକ ଜିନିଷ ପତ୍ର କିଣି ଘରକୁ ଫେରିବା ସମୟରେ ମୁନିଗୁଡ଼ା ତିନିକୋଣିଆ ଛକନିକଟରେ ଏହି ଦୁର୍ଘଟଣା ହୋଇଯାଇଥିଲା ।
ବୃଦ୍ଧା ଜଣକ ଦୁଇଟି ଗୋଡ଼ରେ ଟେଙ୍କର ଗାଡି ଚକା ଚଢ଼ି ଯିବାରୁ ବହୁତ ଆଘାତ ଲାଗିଥିବା ସହିତ ଗୋଟିଏ ଗୋଡ ଭାଙ୍ଗିଥିବା ହେତୁ ଗୁରୁତର ଅବସ୍ଥାରେ ଡ଼ାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟକୁ ସ୍ଥାନାନ୍ତରିତ କରିଥିବା ଜଣାପଡ଼ିଛି । ଏଥିସହିତ ଗୁରୁତର ବ୍ୟକ୍ତିଙ୍କୁ ମେଡିକାଲ ଟ୍ରିଟମେଣ୍ଟ ନିମନ୍ତେ ମୁନିଗୁଡ଼ା ପୋଲିସ ପ୍ରଶାସନ ତରଫରୁ ୨୦୦୦ ଟଙ୍କା ସହାୟତା ପ୍ରଦାନ କରିଥିଲେ । ମୁନିଗୁଡ଼ା ପୋଲିସ ଏସ୍ ଆଇ ବିକାଶ ଦେବନାଥ, ଏସ୍ ଆଇ ପ୍ରଶ୍ନ ନାଏକ,ଏ ଏସ୍ ଆଇ ଜୟ ଚନ୍ଦ୍ର ସାହୁ, ଏସ୍ ଆଇ ସୁଶିଲ ଜେନା, କମାଣ୍ଡର ଟୁଲୁ ପାଢ଼ୀ, ହୋମ୍ ଗାର୍ଡ ମନୁ ପାଣିଗ୍ରାହୀ, ହୋମ୍ ଗାର୍ଡ ରମେଶ ପ୍ରଧାନ, ପ୍ରମୁଖ ଦୁର୍ଘଟଣା ହୋଇଥିବା ବ୍ୟକ୍ତିଙ୍କୁ ଘଟଣାସ୍ଥଳରୁ ଉଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପହଞ୍ଚାଇବାରେ ସହାୟତା କରିଥିଲେ ।