32.9 C
Balāngīr
Wednesday, April 23, 2025

ମାର୍ଚ୍ଚ ୧୯ରୁ ୨୫ ଅନୁଷ୍ଠିତ ହେବ ଜଗନ୍ନାଥ ମହୋତ୍ସବ :ଯୋଗଦେବେ ସାଧ୍ବୀ ମାତା ଚଞ୍ଚଲ ନାଥ

Must read

ସୁବର୍ଣ୍ଣପୁର, (୧୮/୦୩) : ଆ.ପ୍ର. : ଚଳିତ ମାସ ମାର୍ଚ୍ଚ ୧୯ରୁ ୨୫ ପର୍ଯ୍ୟନ୍ତ ୭ ଦିନ ଧରି ପ୍ରଭୁଙ୍କ ଭଜନ କୀର୍ତ୍ତନରେ ଲୀଳାକ୍ଷେତ୍ର ସୁବର୍ଣ୍ଣପୁର କମ୍ପି ଉଠିବ ।WhatsApp Image 2025 03 18 at 22.03.19 ମାର୍ଚ୍ଚ ୧୯ରୁ ୨୫ ଅନୁଷ୍ଠିତ ହେବ ଜଗନ୍ନାଥ ମହୋତ୍ସବ :ଯୋଗଦେବେ ସାଧ୍ବୀ ମାତା ଚଞ୍ଚଲ ନାଥ

ସୋନପୁର ତ୍ରିବେଣୀ ସଙ୍ଗମ ରାମେଶ୍ବର ଷ୍ଟାଡିୟମରେ ଶ୍ରୀ ଜଗନ୍ନାଥ ମହୋତ୍ସବ ଅନୁଷ୍ଠିତ ହେବ । ତେବେ ଉତ୍ସବରେ ବିଶେଷ ଆକର୍ଷଣ ସାଜିବେ ବିଶିଷ୍ଟ ସାଧିକା ସାଧ୍ବୀ ଚଞ୍ଚଲନାଥ । ଉତ୍ସବରେ ଶ୍ରଦ୍ଧାଳୁ ମାନଙ୍କୁ ସାଧୁସେବା କରିବାର ସୁଯୋଗ ମିଳିବ ବୋଲି କମିଟି ତରଫରୁ କୁହାଯାଇଛି । ଉତ୍ସବର ସମସ୍ତ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେବା ପାଇଁ ହୋଟେଲ ମୁନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଉତ୍ସବର ସଭାପତି ଗଦାଧର ବାରିକ, ସଂପାଦକ ଶ୍ୟାମାଓଁ ପ୍ରସାଦ ମିଶ୍ର, ବୈକୁଣ୍ଠ ଶତପଥୀ, ଶ୍ରୀବତ୍ସ ମଲ୍ଲିକ, ଶ୍ରଦ୍ଧାଞ୍ଜଳି ମିଶ୍ର, ଆରତି ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ସାତ ଦିନ ବ୍ୟାପୀ ପଞ୍ଚ କୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ, ନାମ, ପ୍ରବଚନ, ଭଜନ କାର୍ଯ୍ୟକ୍ରମ, ଜଗନ୍ନାଥଙ୍କ ୩୨ଟି ବେଶ, ସାଧୁସେବା ଏବଂ ତ୍ରିବେଣୀ ସଙ୍ଗମରେ ସାହିସ୍ନାନ ଆଦି ଅନୁଷ୍ଠିତ ହେବ। ପୁରୀର ପାରମ୍ପରିକ ସେବାୟତ ମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ପ୍ରସାଦ ଏଠାରେ ଉପଲବ୍ଧ ହେବ । ତେବେ ଜନସାଧାରଣ ମୀନାବଜାର ଏବଂ ରବୋଟିକ ସୋ’ର ମଧ୍ୟ ମଜା ନେଇ ପାରିବେ ବୋଲି କମିଟି ପକ୍ଷରୁ କୁହାଯାଇଛି ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...