ଗୁଣୁପୁର, (୦୪/୦୫) : ଆପ୍ର. : ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ସଉରା ବିକ୍ରମପୁର ଗ୍ରାମରେ ଘଟିଛି ଏକ ଅଭାବନିୟ ଘଟଣା ।
ସେହି ଗ୍ରାମର ପଣ୍ଡା ଶବର ନାମକ ଏକ ବ୍ୟକ୍ତି ନିଜ ପୋଡ଼ଶୀ ଚୈତନ୍ୟ ଶବର ( ୪୮) ଙ୍କୁ ଟାଙ୍ଗୀଆ ରେ ହାଣି ନିର୍ମମ ଭାବେ ହତ୍ୟା କରିଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଅଭିଯୁକ୍ତ ପଣ୍ଡା ହତ୍ୟା କରିବା ପରେ ପଦ୍ମପୁର ଥାନାରେ ଆତ୍ମସମର୍ପଣ କରିଛି । ସୂଚନା ଅନୁଯାୟୀ, ଚୈାତନ୍ୟ ଶବର ଆଜି ସକାଳେ କୋଣସି କାମରେ ଡମ୍ବସରା ଯାଇ ମଧ୍ୟାହ୍ନ ସମୟରେ ଘରକୁ ଫେରି ନିଜ ପରିବାର ସହିତ ଖାଇବାକୁ ବସିଥିବା ବେଳେ ପୋଡ଼ଶୀ ପଣ୍ଡା ଶବର ଓ ତାଙ୍କ ପୁଅ ଆସି ଟାଙ୍ଗୀଆରେ ହାଣି ନିର୍ମମ ଭାବେ ହତ୍ୟା କରିଥିଲା । କେଉଁ କାରଣରୁ ହତ୍ୟା କରିଲା ତାହା ଜାଣିନଥିବା ମୃତ୍ୟୁକଙ୍କ ସ୍ତ୍ରୀ ମାଲୁଣି ଶବର କହିଛନ୍ତି ।
ଏହି ସମ୍ପର୍କରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଦଳ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି । ତଦନ୍ତ ପରେ ହତ୍ୟାକାଣ୍ଡ ଘଟଣାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଥିବା ବେଳେ ହତ୍ୟାକାରୀଙ୍କୁ କଠୋର ଶାସ୍ତି ଦେବା ପାଇଁ ମୃତଙ୍କ ପରିବାର ଲୋକେ ଦାବି କରିଛନ୍ତି । ପୋଲିସ ମୃତ ଦେହକୁ ଶବ ବ୍ୟବଚ୍ଛେଦ ପାଇଁ ଗୁଣପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିବା ବେଳେ ମାମଲା ରୁଜୁ କରି ପଣ୍ଡା ଶବରକୁ ଥାନାରେ ଅଟକ ରଖିଥିବା ପଦ୍ମପୁର ପୋଲିସ ଥାନା ଅଧିକାରୀ ଧରଣୀ ଧର ପ୍ରଧାନ ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି ।