32.9 C
Balāngīr
Wednesday, April 30, 2025

ମିଡିଆ ମହାକୁମ୍ଭ ୨୦୨୫ : ପତ୍ରକାରିତାର ଏକତା

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପ୍ରୟାଗରାଜ, (୨୨/୦୨) : ରାଷ୍ଟ୍ରୀୟ ପତ୍ରକାର ମହାସଂଘ ଦ୍ୱାରା ଆୟୋଜିତ ସର୍ବ ଭାରତୀୟ ଗଣମାଧ୍ୟମ ମହାକୁମ୍ଭ ଵିଶ୍ୱନାଥ ପ୍ରସାଦ ମହାବିଦ୍ୟାଳୟ, ମୁରତଗଞ୍ଜ, କୌଶାମ୍ବି ରେ ଅନୁଷ୍ଠିତ ହୋଇଥିଲା ।WhatsApp Image 2025 02 22 at 09.23.39 ମିଡିଆ ମହାକୁମ୍ଭ ୨୦୨୫ : ପତ୍ରକାରିତାର ଏକତା

ଏହି ଉତ୍ସବରେ ଦେଶର ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ସଂପାଦକ, ମୁଖ୍ୟ ସଂପାଦକ ଏବଂ ପତ୍ରକାରମାନେ ଏକତ୍ରିତ ହୋଇଥିଲେ। ଉତ୍ସବର ମୁଖ୍ୟ ଅତିଥି ଏବଂ ପୂର୍ବତନ ବିଜେପି ସାଂସଦ ଏବଂ ମନ୍ତ୍ରୀ ପ୍ରଫେସର ଡ଼. ରୀତା ବାହୁଗୁଣା ଜୋଶୀଙ୍କୁ ରାଷ୍ଟ୍ରୀୟ ପତ୍ରକାର ମହାସଂଘର ଜାତୀୟ ଅଧ୍ୟକ୍ଷ ଡ଼. ପବିତ୍ର ମୋହନ ସାମନ୍ତରାୟ ଏକ ଉତ୍ତରୀୟ ଏବଂ ସ୍ମୃତି ଫଳକ ପ୍ରଦାନ କରି ସମ୍ମାନିତ କରିଥିଲେ । ଏହି ଅବସରରେ ପୂର୍ବତନ ବିଜେପି ସାଂସଦ ବିନୋଦ ସୋଂକର ଏବଂ ପୂର୍ବତନ ବିଧାୟକ ସଞ୍ଜୟ ଗୁପ୍ତା ମଧ୍ୟ ଉପସ୍ଥିତ ଥିଲେ ।ପ୍ରଫେସର ଜୋଶୀ ଉତ୍ସବର ଉଦ୍ଘାଟନ କରିଥିବା ସମୟରେ ପ୍ରଚାର ଓ ପତ୍ରକାରିତାର ଡିଜିଟାଲ ପରିବର୍ତ୍ତନ ଏବଂ ଏବର୍ଷର ପ୍ରୟାଗରାଜ ମହାକୁମ୍ଭର ଡିଜିଟାଲିକରଣ ଉପରେ ଗୁରୁତ୍ୱ ଦେଇଥିଲେ ।

ସେ ରାଷ୍ଟ୍ରୀୟ ପତ୍ରକାର ମହାସଂଘର ଉଦ୍ୟମକୁ ସ୍ୱୀକୃତି ଦେଇ ମିଡିଆର ଭୂମିକା ଶକ୍ତିଶାଳୀ କରିବା ଉପରେ ଜୋର ଦେଇଥିଲେ । ସମସ୍ତ ସଂପାଦକ, ମୁଖ୍ୟ ସଂପାଦକ ଏବଂ ପ୍ରତିଷ୍ଠାତା ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା । ଉତ୍ତର ପ୍ରଦେଶ ସଂଯୋଜକ ଏବଂ ଅନୁଷ୍ଠାନ ଆୟୋଜକ ମହମ୍ମଦ ଇସ୍ତିଆକ୍ ଙ୍କୁ ତାଙ୍କ ଅଗ୍ରଗାମୀ ପ୍ରୟାସ ପାଇଁ ବିଶେଷ ସମ୍ମାନ ଦିଆଯାଇଥିଲା।ବିନୋଦ ସୋଂକର ମହାକୁମ୍ଭ ୨୦୨୫ ର ସଫଳ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱର ପ୍ରଶଂସା କରିଥିଲେ।ଏହି ଉତ୍ସବରେ ପୂର୍ବତନ ଅତିରିକ୍ତ DGP, ଓଡ଼ିଶା ଓ ଓଡ଼ିଶା ହ୍ୟୁମାନ ରାଇଟ୍ସ କ୍ଲିନିକର ଅଧ୍ୟକ୍ଷ ଡ.ଗୋପବନ୍ଧୁ ମଲ୍ଲିକ, ପ୍ରୟାଗରାଜ ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ଶିଵ ମୋହନ ମୌର୍ଯ୍ୟ, IFSMN ର ଅଧ୍ୟକ୍ଷ ଅରୁଣ ଗୋଏଲ, ନୂଆ ଦିଲ୍ଲୀ ନଗର ପରିଷଦ ଅଧ୍ୟକ୍ଷ ବିରେନ୍ଦ୍ର କୁମାର ଫୌଜୀ ଏବଂ କବିତା ପାସୀ ମଧ୍ୟ ଉପସ୍ଥିତ ଥିଲେ ।

ଏହି ମିଡିଆ ମହାକୁମ୍ଭ ଭାରତର ସାଂସ୍କୃତିକ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ରକ୍ଷା କରିବାରେ ପତ୍ରକାରିତାର ମହତ୍ତ୍ୱପୂର୍ଣ୍ଣ ଭୂମିକାକୁ ପ୍ରକାଶ କରିଥିଲା। ଏପରି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ ମିଡିଆ ମହାକୁମ୍ଭ ୨୦୨୫ କୁ ଏକ ଐତିହାସିକ ଘଟଣା ଭାବେ ସ୍ମରଣୀୟ କରିବ । ବି. ଏସ୍. ଦେଶପାଣ୍ଡେ, ମହାସଂଘ ମୁଖ୍ୟ ସଂଯୋଜକ ଓ ବିରେନ୍ଦ୍ର ସାଇନୀ, ସଂଯୋଜକ ଏବଂ ଦିଲ୍ଲୀ ଏନ. ସି . ଆର୍. ଅଧ୍ୟକ୍ଷ ପ୍ରମୁଖ ସମାବେଶ ଚାଳନା କରିଥିଲେ ।

ଏହି ଅବସରରେ ମହାସଂଘର ପ୍ରତିଷ୍ଠାତା ସଦସ୍ୟମାନେ ଯଥା :ଶିଵ ପ୍ରକାଶ, କେ. ସଂଜୀବ, ମେହେତାବ ଖାନ ଚନ୍ଦ୍ର, ଗୋପୀନାଥ ସାହୁ, ହିମାଂଶୁ ଉପାଧ୍ୟାୟ, ଜିତେନ୍ଦ୍ର ସିଂହ, କମଲେଶ ସାହୁ, ମନୋଜ ଗୋଏଲ, ମନୋଜ କେଶରୱାନୀ, ନୀରଜ୍ ମନସୁର, ପ୍ରିୟବ୍ରତ ନାୟକ, ସବିଲ ଅହମଦ୍, ସରତ ବେହେରା, ସର୍ଵେ ଆଲମ୍, ସନ୍ୱାଜ୍ ଅଖ୍ତର, ସାନ୍ତି ଗୌତମ, ତବଜିଲ ଅହମଦ୍, ଦାହିର ଅହମଦ୍, ବିକାଶ ଗୌତମ, ଅବିଦ୍ ହୁସେନ୍, ଏମ୍ ଡି ଅବିଦ୍, ଡ଼. ଶଶିଭୂଷଣ କୁମାର, ଏମ୍. ଡି. ନସିମ୍, ଏମ୍. ଡି. ନୌସିବ୍, ଏମ୍. ଡି. ଶାହରୁଖ୍, ଅବଦୁଲ କାଦିର୍, ଅଜୟ କୁମାର ଚୌଧୁରୀ, ଅଲି ଅହମଦ୍, ଅମନ୍ ନାରାୟଣ ସ୍ଵାମୀ, ଅସଗର୍ ଅଲି, ବକର୍ ହୁସେନ୍, ବସବ୍ ଗୌଡ଼ା, ଦୀପକ୍ କୁମାର ସାହୁ, ତାହିର୍ ଅହମଦ୍, ପ୍ରିୟରଞ୍ଜନ କର ପ୍ରମୁଖ ସମ୍ମାନୀତ ହୋଇଥିଲେ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...