32.9 C
Balāngīr
Thursday, June 12, 2025

ମିଥ୍ୟା ଓ ଗୁଜବକୁ ନେଇ ରାଇକିଆ ପୋଲିସ୍ ଅଫିସ୍ ଠାରେ ରେଶାନ୍ତି କମିଟି ବୈଠକ ଅନୁଷ୍ଠିତ

Must read

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୨୨/୦୮) : କନ୍ଧମାଳ ଜିଲ୍ଲା ରାଇକିଆ ଥାନାର କକ୍ଷରେ ସାମ୍ପ୍ରଦାୟିକ ହିଂସା ଘଟିବ ବୋଲି ଗଣ ମାଧ୍ୟମରେ ପ୍ରସାରିତ ହେଉଥିବା ଏକ viral ଭିଡିଓ ସହ ଲିଖିତ ସୂଚନାକୁ ନେଇ ବ୍ଲକ ସ୍ତରୀୟ ଶାନ୍ତି କମିଟି ଘୁ. ଉଦୟଗିରି SDPO ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।

ଉକ୍ତ ଗୁଜବ ଖବର ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଫେକ ଅଟେ ଏଣୁ ଭୟ ନ କରି ବାହାରକୁ ପଳାୟନ ନ କରିବାକୁ ବୈଠକରେ SDPO, ରାଇକିଆ ବିଡିଓ, ରାଇକିଆ ତହସିଲଦାର, ସିଡିପିଓ ସ୍ପଷ୍ଟୀକରଣ ଦେଇଥିଲେ ।  ପୁଣି ଉପସ୍ଥିତ ନିର୍ବାଚିତ ଜିଲ୍ଲା ପରିଶଦ ସତ୍ୟ ବାନ ପାତ୍ର,ଓଜଗନ୍ନାଥ ମନ୍ଦିର ପୂଜା କମିଟି ସଭାପତି ,। ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକ, ଶ୍ରୀ ଅକ୍ଷୟ କୁମାର ପ୍ରଧାନ, ଅଶୋକ ପ୍ରଧାନ, ସୁରଞ୍ଜନ ପ୍ରଧାନ, ଜଳନ୍ଧର ପ୍ରଧାନ, ପୂର୍ବତନ ଚେୟାରମ୍ୟାନ ତଥା ସମିତି ସଭ୍ୟ ଶ୍ରୀ ପ୍ରଦୀପ ପ୍ରଧାନ,ପୂଜା କମିଟି ସଭାପତି ଶ୍ରୀ ନାରାୟଣ ପ୍ରସାଦ ମହାନ୍ତି,ବିଜେଡି ସଭାପତି ଶ୍ରୀ ରାଜମୋହନ ଦିଗାଳ,ନଳୀନ କାନ୍ତ ନାୟକ ଓ ସୁଶାନ୍ତ କୁମାର ନାୟକ,ଜେରମ,ଏବଂ ପୁରୁଷୋତ୍ତମ, ପାଳକ ସଙ୍ଘ ,ବଣିକ ସଙ୍ଘ ସଭ୍ୟବୃନ୍ଦ ଓ ଗଣମାଧ୍ୟମ ପ୍ରତିନିଧିମାନେ ବୈଠକରେ ଯୋଗ ଦେଇ viral କରିଥିବା ବ୍ୟକ୍ତିଙ୍କୁ ଚିନ୍ହଟ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ମତ ଦେଇଥିଲେ ତତସହିତ ଅନ୍ୟତ୍ର ପଳାୟନ ନ କରିବା ନିମନ୍ତେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଜନସାଧାରଣଙ୍କୁ ଜଣାଇବାକୁ ଉପସ୍ଥିତ ନେତୃସ୍ଥାନୀୟଙ୍କୁ ଅନୁରୋଧ କରିଥିଲେ ପୁଣି ପ୍ରଶାସନିକ ସ୍ତରରେ ସଜାଗ ରହିବା ସହ, କୌଣସି ସାମ୍ପ୍ରଦାୟିକ ହିଂସାର ଭୟ ନ କରିବା ପାଇଁ ଲୋକ ମାନଙ୍କୁ କହି ଛନ୍ତି । ଓ ଥାନା ଅଧିକାରୀଙ୍କୁ କମିଟିର ନିଷ୍ପତ୍ତିକ୍ରମେ SDPO ନିର୍ଦ୍ଦେଶ ଦେଇଥିଲେ,ଆଜିର ବୈଠକରେ ସବୁ ବର୍ଗର ନେତୃସ୍ଥାନୀୟ ବ୍ୟକ୍ତିବୃନ୍ଦ ଯୋଗ ଦେଇଥିଲେ । ଶେଷରେ ଥାନା ଆଶୁତୋଷ ପାଇକରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...