32.9 C
Balāngīr
Wednesday, April 23, 2025

ମୁଖା ପିନ୍ଧି ଆତଙ୍କ ଖେଳାଉଥିବା ପାଞ୍ଚ ଦୁର୍ଦ୍ଧାନ୍ତ ଡକାୟତ କୁ ବାନ୍ଧିଲା ତୁମୁଡିବନ୍ଧ ପୋଲିସ

Must read

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୧୨/୩) : ତୁମୁଡିବନ୍ଧ ଥାନା ଅଂଚଳ ରେ ଦୀର୍ଘ ଦୁଇ ମାସ ଧରି ଆତଙ୍କ ଖେଳେଇଥିବା କୁଖ୍ୟାତ ଡକାୟତି ଗ୍ୟାଙ୍ଗ କୁ ଗିରଫ କରିଛି ତୁମୁଡିବନ୍ଧ ପୋଲିସ lWhatsApp Image 2025 03 12 at 20.48.18 ମୁଖା ପିନ୍ଧି ଆତଙ୍କ ଖେଳାଉଥିବା ପାଞ୍ଚ ଦୁର୍ଦ୍ଧାନ୍ତ ଡକାୟତ କୁ ବାନ୍ଧିଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ ଥାନା ଅଂଚଳ ରେ ଏହି ଡକାୟତି ଗ୍ୟାଙ୍ଗ ମୁଖା ପିନ୍ଧି ବନ୍ଧୁକ ମୁନରେ ଡକାୟତି କରିବା ସହ ଭୁଜାଲି ଦେଖାଇ ଆତଙ୍କ ଖେଳାଇ ଠିକାଦାର ଓ ବ୍ୟବସାୟୀ ଘରେ ପଶି ଡକାୟତି କରୁଥିଲେ l ଏହି କୁଖ୍ୟାତ ଡକାୟତି ଗ୍ୟାଙ୍ଗ ର ମୋଟ ପାଞ୍ଚ ଜଣ ଦୁର୍ଦାନ୍ତ ଡକାୟତ ଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ l ଏହି ପାଞ୍ଚ ଜଣିଆ ଗ୍ୟାଙ୍ଗ ତୁମୁଡିବନ୍ଧ ଅଂଚଳ ରେ ମାସ୍କ ପିନ୍ଧି ଭୁଜାଲି ଓ ବନ୍ଧୁକ ମୁଣ୍ଡ ରେ ରଖି ଡକାୟତି କରିବା ପରେ ମୁନିଗୁଡା ଅଂଚଳ ର ବିଭିନ୍ନ ଜଙ୍ଗଲ ରେ ଯାଇ ଆତ୍ମଗୋପନ କରୁଥିଲେ l ତେବେ କୋଟଗଡ଼ ରୁ ଏହି ଗ୍ୟାଙ୍ଗ ମୁନିଗୁଡା ଯାଉଥିବା ସମୟରେ ପୋଲିସ କାବୁ କରି ଗିରଫ କରିଥିବା ନେଇ ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି l

ଏହି ପାଞ୍ଚ ଡକାୟତି ଙ୍କ ଠାରୁ ୧୫୦ ଗ୍ରାମ ସୁନା ଅଳଙ୍କାର,୧୬ ଗ୍ରାମ ରୁପା ଅଳଙ୍କାର ସମେତ ନଗଦ ୩୩୩୦୦ ଟଙ୍କା, ଦୁଇ ଟି ମୋବାଇଲ ଓ ପାଞ୍ଚଟି କଳା ମାସ୍କ ଜବତ କରିଛି ତୁମୁଡିବନ୍ଧ ପୋଲିସ l ଗିରଫ ୫ ଅଭିଯୁକ୍ତ ଙ୍କ ନାଁ ରେ ପୂର୍ବରୁ ମଧ୍ୟ ଚୋରି ଡକାୟତି ନେଇ ବିଭିନ୍ନ ଥାନା ରେ ମାମଲା ରହିଥିବା ମଧ୍ୟ କହିଛନ୍ତି ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ l ଗିରଫ ୫ ଅଭିଯୁକ୍ତ ହେଲେ ତୁମୁଡିବନ୍ଧ ଥାନା ମାଲିପଡ଼ା ର ପ୍ରିୟ ରଞ୍ଜନ ମଣ୍ଡଳ, ମୋତିରାମ ପରାସେଟ, ବୁଡ଼ାପଡା ର ପିଙ୍କୁ ନାୟକ, ଶଗଡ଼ିଆ ସାହିର ରିଚାର୍ଡ ନାୟକ ଓ ଦାରିଙ୍ଗିବାଡ଼ି ଥାନା କୁପିବାଡ଼ି ର ଜନକ ନାୟକ l ତେବେ ଗିରଫ ପାଞ୍ଚ ଅଭିଯୁକ୍ତ ଙ୍କ ବହୁତ ବଡ଼ ନେଟୱର୍କ ରହିଥିବା ବେଳେ ଏହି ଗ୍ୟାଙ୍ଗ ରେ ଆଉ କେହି ସାମିଲ ରହିଛି ସେ ନେଇ ଅଧିକ ତଦନ୍ତ ଜାରୀ ରହିଥିବା କହିଛନ୍ତି ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ|

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...