32.9 C
Balāngīr
Tuesday, May 20, 2025

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା : ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଜାତୀୟ ସମ୍ମିଳନୀ ଅନୁଷ୍ଠିତ

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...
  • ଯୋଗଦେଲେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ
  • ବ୍ୟକ୍ତି କେତେଦିନ ବଞ୍ଚେ ତାହା ମହତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ କିଭଳି ବଞ୍ଚେ ତାହା ଗୁରୁତ୍ୱପୂର୍ଣ୍ଣ ଏହା ଆମକୁ ଡ. ମହତାବଙ୍କ ଜୀବନୀରୁ ଶିକ୍ଷା ମିଳେ
  • ଆତ୍ମବିଶ୍ୱାସ ସହ ଜ୍ଞାନର ଅଦ୍ଭୁତ ସଂଯୋଗ ଥିଲେ ଡ. ମହତାବ
  • ଓଡିଶା ପାଇଁ ଡ. ମହତାବଙ୍କ ଅବଦାନକୁ ଇତିହାସ ସବୁବେଳେ ମନେ ରଖିବ
  • ଡ. ମହତାବଙ୍କ ଜୀବନୀରୁ ପ୍ରେରଣା ନେଇ ଆମେ ରାଷ୍ଟ୍ରର ପୁନଃ ନିର୍ମାଣରେ ବିଶ୍ୱ ଗୁରୁ ହୋଇ ପାରିବା
    ଯଦି ଇଚ୍ଛା ଥିବ ତେବେ ବାଟ ଅବଶ୍ୟ ମଳିବ, ପ୍ରତ୍ୟେକ ପ୍ରକଳ୍ପ ପୂରଣ ପାଇଁ ଇଚ୍ଛାଶକ୍ତିର ଆବଶ୍ୟକତା ଅଛି- କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀ
  • ଡ. ମହତାବ ଥିଲେ ଓଡିଶାର ଏକ ବହୁମୁଖୀ ସ୍ୱୟଂ ସମ୍ପୂର୍ଣ୍ଣ ଅନୁଷ୍ଠାନ
  • ଡ. ମହତାବ ହେଉଛନ୍ତି ଓଡିଶାର ସର୍ଦ୍ଦାର ପଟେଲ
  • ଡ. ମହତାବଙ୍କ ସ୍ମୃତିକୁ ପୁନଃ ଉଜ୍ଜୀବିତ କରିବା ପାଇଁ ଆଗାମୀ ଦିନରେ ଆହୁରି ପଦକ୍ଷେପ ନିଆଯିବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (୧୭/୦୪) : ଆପ୍ର. : ବ୍ୟକ୍ତି କେତେଦିନ ବଞ୍ଚେ ତାହା ମହତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ କିଭଳି ବଞ୍ଚେ ଓ ସେହି ସମୟ ମଧ୍ୟରେ କଣ କାମ କରେ ତାହା ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ହିଁ ଆମକୁ ଡ. ହରେକୃଷ୍ଣ ମହତାବଙ୍କ ଜୀବନରୁ ଶିକ୍ଷା ମିଳେ ବୋଲି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ଆଜି ରେଭେନ୍‌ସା ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଜାତୀୟ ସମ୍ମିଳନୀରେ ଯୋଗଦେଇ କହିଛନ୍ତି ।

ଓଡିଶାରେ ଶିକ୍ଷାର ବିକାଶ କରି ଡ. ମହତାବ ପ୍ରମାଣିତ କରି ଦେଇଥିଲେ ଯେ, ଆତ୍ମବିଶ୍ୱାସ ସହ ଜ୍ଞାନର ସଂଯୋଗ ରହିବା ନିହାତି ଆବଶ୍ୟକ । ହୀରାକୁଦ ବନ୍ଧ ନିର୍ମାଣ ହେଉ, ଅବା ଭୁବନେଶ୍ୱରକୁ ଓଡିଶାର ରାଜଧାନୀ ଭାବେ ପ୍ରତିଷ୍ଠା କରିବା ହେଉ, ସବୁଥିରେ ତାଙ୍କ ଅବଦାନକୁ ଇତିହାସ ସବୁବେଳେ ମନେ ରଖିବ। ସ୍ୱାଧୀନତା ଆନ୍ଦୋଳନ ସମୟରେ ମହାରାଷ୍ଟ୍ରର ଅହମଦ ନଗର ଜେଲରେ ଥିବା ବେଳେ ସେ ଓଡିଶାରେ ନୂତନ ସୂର୍ଯ୍ୟୋଦୟର ସ୍ୱପ୍ନ ଦେଖିଥିଲେ ବୋଲି ଶ୍ରୀ ଗଡକରୀ ନିଜ ଅଭିଭାଷଣରେ କହିଥିଲେ।

ସେ ପୁଣି କହିଥିଲେ ଯେ, ବିକାଶ ପାଇଁ କେବଳ ବ୍ୟକ୍ତିଗତ ପ୍ରୟାସ ନୁହେଁ, ସାମୁହିକ ପ୍ରୟାସ ଆବଶ୍ୟକ। ମଣିଷର ଆବଶ୍ୟକତା ପୂରଣ କରିବା ପାଇଁ ଦୃଢ ଇଚ୍ଛା ଶକ୍ତି ଆବଶ୍ୟକ । ଯଦି ଇଚ୍ଛା ଥିବ ବାଟ ଆପେ ମିଳିବ । ଦେଶରେ ଅର୍ଥ ଓ ଜ୍ଞାନକୌଶଳର ଅଭାବ ନାହିଁ । ପ୍ରତ୍ୟେକ ପ୍ରକଳ୍ପର ସଫଳତା ପାଇଁ ଇଚ୍ଛା ଶକ୍ତିର ଆବଶ୍ୟକତା ଅଛି । ଜଳ, ଶକ୍ତି, ପରିବହନ ଓ ଯୋଗାଯୋଗ, ଏହି ୪ଟି ମୂଳ ବିନ୍ଦୁ ଦ୍ୱାରା ଓଡିଶାର ବିକାଶ ସମ୍ଭବ । ଅସମ୍ଭବ ଶବ୍ଦ ମଧ୍ୟରେ ସମ୍ଭବକୁ ଖୋଜିବା ହିଁ ବିକାଶ ।

ଆଜିକାଲି ସମସ୍ତେ ଗାଁରୁ ସହର ଆଡକୁ ମୁଁହାଇଛନ୍ତି । କିନ୍ତୁ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ସେ ମୋତେ ଗାଁକୁ ରାସ୍ତା ନିର୍ମାଣର ଦାୟିତ୍ୱ ଦେଇଥିଲେ। ଆଜି ଆମେ କେବଳ ସ୍ମାର୍ଟ ସହର ନୁହେଁ, ସ୍ମାର୍ଟ ଭିଲେଜ ମଧ୍ୟ ବନାଇବାକୁ ଯାଉଛୁ। ଏଣୁ ଦୃଢ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ। ଏହି ସଂସ୍କାର ବ୍ୟକ୍ତିର ବ୍ୟକ୍ତିତ୍ୱକୁ ବିକାଶ କରେ ଏବଂ ଡ. ମହତାବ ନିଜ କଲମ ମୁନରୁ ଏହା ଶିକ୍ଷା ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ଡକ୍ଟର ହରେକୃଷ୍ଣ ମହତାବ ଏକାଧାରାରେ ଜଣେ ମହାନ୍ ସ୍ୱାଧିନତା ସଂଗ୍ରାମୀ, ରାଷ୍ଟ୍ରନୀତିଜ୍ଞ, କୁଟନୀତିଜ୍ଞ, ସାହିତ୍ୟିକ, ସାମ୍ୱାଦିକ ଓ ଐତିହାସିକ ଥିଲେ। ସେ ଥିଲେ ଯଥାର୍ଥରେ ଆଧୁନିକ ଓଡିଶାର ନିର୍ମାତା। ଆଜି ଆମେ ଯେଉଁ ଓଡ଼ିଶାର ସ୍ୱରୂପ ଦେଖୁଛେ, ସେ ସ୍ୱରୂପକୁ ସାକାର କରିଥିଲେ ଡଃ ମହତାବ୍।

ସ୍ୱାଧୀନତା ପରେ ସର୍ଦ୍ଦାର ପଟେଲ ଓ ଡଃ ମହତାବଙ୍କ ଉଦ୍ୟମରେ ୨୬ ଟି ଗଡ଼ଜାତ ରାଜ୍ୟ ଓଡ଼ିଶାରେ ମିଶିଲେ ଏବଂ ଓଡ଼ିଶାର କ୍ଷେତ୍ରଫଳ ୧ ଲକ୍ଷ ୫୫ ହଜାର ୭୦୭ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଲା। ଡଃ ମହତାବଙ୍କ ବୁଦ୍ଧି, ଜ୍ଞାନ ଓ ନିଷ୍ଠାପର ଉଦ୍ୟମ ପାଇଁ ଏହା ସଫଳ ହୋଇଥିଲା। ସେଥିପାଇଁ ତାଙ୍କୁ ଓଡିଶାର ସର୍ଦ୍ଦାର ପଟେଲ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଓଡ଼ିଶାବାସୀଙ୍କ ହୃଦୟରେ ଡ. ମହତାବ ସବୁଦିନ ପାଇଁ ଅମର ହୋଇ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ପୁଣି କହିଥିଲେ ଯେ, ଡ. ମହତାବ ଥିଲେ ଓଡିଶାର ଏକ ବହୁମୁଖୀ ସ୍ୱୟଂ ସଂପୂର୍ଣ୍ଣ ଅନୁଷ୍ଠାନ। ପ୍ରଜାତନ୍ତ୍ର ଖବର କାଗଜ ମାଧ୍ୟମରେ ଡ. ମହତାବ ଓଡିଶାରେ ସାମ୍ବାଦିକତାକୁ ଏକ ନୂଆ ରୂପ ଦେଇଥିଲେ। ଓଡ଼ିଶା ପାଇଁ ତାଙ୍କର ତିନୋଟି ଶ୍ରେଷ୍ଠ ଅବଦାନ ହେଉଛି ଓଡ଼ିଶାରେ ଗଡଜାତ ରାଜ୍ୟ ଗୁଡ଼ିକର ମିଶ୍ରଣ, ଭୁବନେଶ୍ୱରରେ ନୂଆ ରାଜଧାନୀ ପ୍ରତିଷ୍ଠା ଓ ହୀରାକୁଦ ବନ୍ଧ ସ୍ଥାପନ। ଏହା ସହିତ, ଓଡିଶା ରାଜ୍ୟ ସଂଗ୍ରହାଳୟ, ରାଜ୍ୟ ଲଳିତ କଳା ଏକାଡେମୀ, ରବୀନ୍ଦ୍ର ମଣ୍ଡପ, କଟକରେ ରେଡିଓ ଷ୍ଟେସନ, ହାଇକୋର୍ଟ, ବିଦ୍ୟାଧରପୁର ଧାନ ଗବେଷଣା କେନ୍ଦ୍ର, ଓଡିଶା ପବ୍ଲିକ ସର୍ଭିସ କମିଶନ ଇତ୍ୟାଦି ପାଇଁ ଡ. ମହତାବ ଚିର ସ୍ମରଣୀୟ ହୋଇ ରହିବେ।

ରାଜ୍ୟ ସରକାର ଡ. ମହତାବଙ୍କ ସ୍ମୃତିକୁ ପୁନଃ ଉଜ୍ଜୀବିତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ତାଙ୍କର ୧୨୫ତମ ଜନ୍ମ ବାର୍ଷିକୀ ୨୦୨୪ ନଭେମ୍ୱର ୨୧ ଠାରୁ ଏକବର୍ଷ ବ୍ୟାପୀ ପାଳନ କରାଯାଉଛି। ଏଥିପାଇଁ ଏକ କମିଟି ଗଠନ କରାଯାଇ ଡ. ମହତାବଙ୍କ କୀର୍ତ୍ତିକୁ ସ୍ମରଣୀୟ କରି ରଖିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। କେନ୍ଦ୍ର ସରକାର ମଧ୍ୟ ଡ. ମହତାବଙ୍କ ୧୨୫ ତମ ଜନ୍ମବାର୍ଷିକୀକୁ ପାଳନ କରିଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ ଉଦ୍‍ଘାଟନ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଡ. ମହତାବଙ୍କ ସ୍ମୃତିରେ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଏକ ଉତ୍କର୍ଷ କେନ୍ଦ୍ର ଗଠନ, ତାଙ୍କ ଜନ୍ମପୀଠ ଆଗରପଡ଼ା ଠାରେ ଏକ ସ୍ମୃତି ସ୍ମାରକୀ ଓ ବ୍ୟାଖାନ କେନ୍ଦ୍ର ପ୍ରତିଷ୍ଠା; ଭୁବନେଶ୍ୱର, ହୀରାକୁଦ ଓ ହଦଗଡ଼ ଠାରେ ମହତାବ ସ୍ମାରକୀ ନିର୍ମାଣ ଆଦି ଅନେକ ପଦକ୍ଷେପ ନିଆଯିବ । ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ତାଙ୍କ ନାମରେ ଓଡ଼ିଆ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହା ସହିତ ଭଦ୍ରକରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇ ତାଙ୍କ ନାମରେ ନାମିତ କରାଯିବ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ କହିଥିଲେ ଯେ, ଓଡିଶାର ବିକାଶ ପାଇଁ ଡ. ମହତାବଙ୍କ ଆକାଂକ୍ଷା, ଅଭିଳାଷ ଅନେକ ଥିଲା। ଆଜି ଏହାକୁ ସଫଳ ରୂପାୟନ ଦେବା ପାଇଁ ତାଙ୍କ ଦୂରଦୃଷ୍ଟିକୁ ପାଥେୟ କରି ଆମେ ଏକ ସମୃଦ୍ଧ ଓଡିଶା ଗଠନ କରିପାରିବୁ। ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମଞ୍ଚାସୀନ ଥିଲେ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ୍ ଗଡକରୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଡ. ହରେକୃଷ୍ଣ ମହତାବଙ୍କର ଜୀବନୀ ସମ୍ବନ୍ଧୀୟ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍‌ଘାଟନ କରିବା ସହ ଏହାର ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଓଡ଼ିଶା ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...