ପୁରୁଷୋତ୍ତମପୁର, (୦୮/୦୫) : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତ ରେ ଆସିଛନ୍ତି l
ମୁଖ୍ୟମନ୍ତ୍ରୀ ଦିନ ୧୧.୩୦ ରେ ତାରାତାରିଣୀ ମନ୍ଦିର ତଳେ ଅସ୍ଥାୟୀ ହେଲପେଡ ରେ ପହଞ୍ଚିବା ପରେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ମନ୍ଦିର ରେ ପହଞ୍ଚି ମାଙ୍କ ଦର୍ଶନ କରିଵା ସହ ପୂଜାର୍ଚନା କରିଥିଲେ l ମାଙ୍କ ଦର୍ଶନ ପରେ ହିଲଟପ ରେ ସୌନ୍ଦର୍ଯ୍ୟ ଦର୍ଶନ ସହିତ ମନ୍ଦିର ର ଚାଲିଥିବା ବିଭିର୍ନ୍ନ କାର୍ଯ୍ୟକ୍ରମ ର ନକ୍ସା ଦେଖିଥିଲେ l ଏହାପରେ ଗଣମାଧ୍ୟମ ଆଗରେ ପରମ ସୌଭାଗ୍ୟ ହେଲା ମାଆ ଙ୍କୁ ଦର୍ଶନ କରିଲି ଓ ବିକଶିତ, ସମୃଦ୍ଧ ଓଡିଶା ପାଇଁ ପ୍ରାର୍ଥନା କରିଲି, ଲୋକଙ୍କ ବିକାଶ ହେଉ ବୋଲି ମାଆଙ୍କ ନିକଟରେ ପାର୍ଥନା କରିଛି, ଉର୍ନ୍ନତି ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯିବ, ଅନୁସାଙ୍ଗିକବ୍ୟବସ୍ତା ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି l
ପ୍ରଥମ ଥର କରି ମୁଖ୍ୟମନ୍ତ୍ରୀ ମାଆଙ୍କ ପୀଠକୁ ଆସି ବାହୁତ ଖୁସି ଥିବାର କହିଛନ୍ତି l ଏପଟେ ସେବାୟତ ମାନେ ମାଆଙ୍କ ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇଛନ୍ତି l ତେବେ ସେଠାରୁ ଫେରି ଗାଙ୍ଗ ଦହଣି ସରକାରୀ ଉର୍ନ୍ନିତ ଉଚ ବିଦ୍ୟାଳୟ ର ଶତ ବାର୍ଷିକୀ ସମାରୋହ ରେ ପହଞ୍ଚି ଭାଷଣ ମାଧ୍ୟମରେ ମାଆ ତାରା ତାରିଣୀ ପିଠର ଉର୍ନ୍ନତି ପାଇଁ ୩୦ କୋଟି ଟଙ୍କା ର ଡିପିଆର ପ୍ରସ୍ତୁତ କରାଯାଇଛି l ଖୁବ ଶୀଘ୍ର ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଲେ l
ମୁଖ୍ୟମନ୍ତ୍ରୀ ଙ୍କ ମନ୍ଦିର ଦର୍ଶନ ସମୟରେ ଜିଲ୍ଲା ର ବହୁ ବିଧାୟକଙ୍କ ସମେତ ଆସିକା ସାଂସଦ ଅନୀତା ସୁଭଦର୍ଶନୀ, ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ, କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ନାୟକ, ଦିଗପହଣ୍ଡି ବିଧାୟକ ସିଧାନ୍ତ ମହାପାତ୍ର,ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଙ୍କ ସହ ବହୁ ବିଧାୟକ ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁ, ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର, ଛତ୍ରପୁର ଉପଜିଲ୍ଲାପାଳ ସୁଭାଶିଷ ବରାଳ,, ଜିଲ୍ଲା ସୂଚନା ଅଧିକାରୀ ରବୀନ୍ଦ୍ର କୁମାର ବେହେରା, ବିଜେପି ଜିଲ୍ଲା ସମ୍ପାଦକ ଅନିଲ କୁମାର ପଣ୍ଡା, ହିଞ୍ଜିଳି ବିଧାୟକ ପାର୍ଥି ଶିଶିର ମହାପାତ୍ର,ଯଂଜ୍ଞ ଦାଶ, ସୀତାରାମ ପାଣିଗ୍ରାହୀ ଙ୍କ ସହ ବହୁ ସରକାରୀ ଅଫିସର, ପୁରୁଷୋତ୍ତମପୁର ଏସ୍ଡ଼ିପିଓ ଡ଼ଃ ଦୀପକ କୁମାର ମିଶ୍ର,ଆଇ ଆଇ ସି ରାଜେଶ ନାୟକ, ପୋଲିସ ଅଧିକାରୀ, ଏନେ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଡନ ସେନା ଓ ଷ୍ଟାଫ ଙ୍କ ସହ ପରିମଳ କର୍ମଚାରୀ ଏବଂ ତହସିଲ ଷ୍ଟାଫ, ବ୍ଲଜ ଷ୍ଟାଫ ଏଇଓ ସରୋଜ କୁମାର ସାବତ, ଜନ୍ତ୍ରୀ ନାଗ ଭୂଷଣ ଯାଦବ, ପୂର୍ତ୍ତ ବିଭାଗ ଯେଇ ସୋନିଆ ପ୍ରଧାନ, ଓ ୱାର୍କ ସରକାରପର୍ଶୁ ରାମ ଗୌଡ଼, ନେତା କର୍ମୀ ମାନେ ଉପସ୍ଥିତ ଥିଲେ l ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ଦୃଷ୍ଟି ରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା l
ଗାଙ୍ଗ ଦହଣୀ ବୈଠକ ସ୍ଥଳରେ ଜିଲ୍ଲାର ସବୁ ବିଧାୟକ ଙ୍କ ସହ ଗଞ୍ଜାମ ଜିଲ୍ଲା ପାଳ ଦିବ୍ୟଜ୍ୟୋତି ପରିଡା, ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା, ବିଡ଼ିଓ ଶରତ ଚନ୍ଦ୍ର ପାତ୍ର, ଙ୍କ ସହିତ ଗାଙ୍ଗ ଦହଣିସରପଞ୍ଚ, ସମିତି ସଭ୍ୟ, ଜାମୁନି ସରପଞ୍ଚ ସମିତି ସଭ୍ୟ ଙ୍କ ସହିତ ଯୁବ ନେତା ନିର୍ମଳ ଚନ୍ଦ୍ର ସାହୁ, ମଞ୍ଚରେ ବ୍ଳକ ଅଧକ୍ଷା ପିଙ୍କିବେହେରା ୩୭ ନଂ ଜିଲ୍ଲା ପରିଷଦ ରଂଜିତ ବେହେରା, ଓ ଗାଙ୍ଗ ଦହଣି ସରପଞ୍ଚ, ସମିତି ସଭ୍ୟ ମଞ୍ଚାସିନ ଥିଲେ l
ଏହା ସହ ସବୁ ସରପଞ୍ଚ ସମିତି ସଭ୍ୟ,ଏନଏସି ଅଧକ୍ଷ,କୃଷ୍ଣ ଚନ୍ଦ୍ର ପଣ୍ଡା, ଏନଏସି କାଉନ ସିଲରମାନେ ଓ ଅଧକ୍ଷା ପ୍ରତିନିଧି ଜଗତ ବନ୍ଧୁ ପଣ୍ଡା, ଉପସ୍ଥିତ ଥିଲେ l ଗାଙ୍ଗ ଦେହଣି ସଭାରେ ସ୍କୁଲ ରେ ପଢ଼ୁଥିବା ବହୁ ବୃଦ୍ଧ, ବୃଦ୍ଧା ଙ୍କୁ ଆଲୁମିନା ଭାବେ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ l ଏବଂ ଋଷିକୁଲ୍ୟା ନଦୀରେ ପାଣି ଶୁଖିଯାଉଥିବାରୁ ଶୁଣି ବିଭିନ୍ନ ସ୍ଥାନରେ ଡେମ କରିଲେ ଜଳସେଚନ ର ବହୁବିଧ ଉର୍ନ୍ନତି ସହ ଶସ୍ୟ ଉତ୍ପାଦନ ହୋଇ ପାରିବ ଏବଂ ସେଥି ପାଇଁ ସେ କାର୍ଯ୍ୟ କରିବେ ବୋଲି କହିଥିଲେ l