ବାଲିଗୁଡା, (୧୯/୩) : ଆ.ପ୍ର. : ବାଲିଗୁଡା ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ମଞ୍ଚ ପକ୍ଷରୁ ଭତ୍ତା ହିତାଧିକାରୀ ଙ୍କ ଅଧିକାର ଓ ସୁରକ୍ଷା ନିମନ୍ତେ ବାଲିଗୁଡାରେ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଅଛି l
ଏହି ଶୋଭାଯାତ୍ରା ରେ ବାଲିଗୁଡା ଉପଖଣ୍ଡ ର ନଅ ଗୋଟି ବ୍ଲକ ର ବିଭିନ୍ନ ଭତ୍ତା ହିତାଧିକାରୀ ଯୋଗ ଦେଇଥିଲେ l ଏହି ଅବସରରେ ଗାୟତ୍ରୀ ମନ୍ଦିର ନିକଟରୁ ଭତ୍ତା ହିତାଧିକାରୀ ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା ରେ ବାହାରି ବାଲିଗୁଡା ଉପଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ପହଂଚିଥିଲେ l ବାଲିଗୁଡା ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ମଞ୍ଚ ପକ୍ଷରୁ ବାଲିଗୁଡା ଉପଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ସାତ ଦଫା ଦାବିପତ୍ର ପ୍ରଦାନ କରାଯାଇଅଛି l ନୂତନ ସରକାର ଗଠନ ପୂର୍ବରୁ ସମସ୍ତ ଭତ୍ତା ହିତାଧିକାରୀ ଙ୍କୁ ମାସିକ ତିନି ହଜାର ଟଙ୍କା ଭତ୍ତା ପ୍ରଦାନ କରାଯିବା ନେଇ ପ୍ରତିଶୃତି ଦିଆଯାଇଥିଲେ ସୁଦ୍ଧା ଏଯାଇଁ ସରକାର ପ୍ରତିଶୃତି ପାଳନ କରିନଥିବା ଭତ୍ତା ହିତାଧିକାରୀ ସୁରକ୍ଷା ମଞ୍ଚ ଦାବି କରିଛି l
ଏଥିସହ ଭିନ୍ନକ୍ଷମ ଓ ବିଧବା ଭତ୍ତା ହିତାଧିକାରୀ ଙ୍କୁ ପାଞ୍ଚ କେଜି ଚାଉଳ ବଦଳ ରେ ପଞ୍ଚତିରିଶି କେଜି ପ୍ରଦାନ ସହ ସରକାର ଙ୍କ ଆବାସ ଯୋଜନାରେ ସାମିଲ କରିବା ଓ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ରେ ମିଳୁଥିବା କୋଡିଏ ହଜାର ଟଙ୍କା ବଦଳ ରେ ପଚାଶ ହଜାର ଟଙ୍କା କୁ ସହାୟତା ରାଶି ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ କରାଯାଇଛି l
ତେଣୁ ଭତ୍ତା ହିତାଧିକାରୀ ଙ୍କ ନ୍ୟାର୍ଯ୍ୟ ଦାବି ସରକାର ପୂରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଓଲ୍ହାଇବାକୁ ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ମଞ୍ଚ ର କାର୍ଯ୍ୟକର୍ତ୍ତା ଉପଦେଷ୍ଟା ଫିଲିପ କୁମାର ଦିଗାଳ, ଅଶୋକ ମଳିକ, ଇମାନୁଏଲ ନାୟକ ସଭାପତି ପରମାନନ୍ଦ ନାୟକ ସମ୍ପାଦକ ସୁରକ୍ଷିତ ନାୟକ ସମେତ କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି |