ରିପୋର୍ଟ : କ୍ଷମା ସାଗର ଦାଶ
ମୁନିଗୁଡ଼ା, (୫/୨) : ଆଜି ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାକୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଲୋକାର୍ପିତ କରିଛନ୍ତି ।
ଏହାର ଅଭାଷିକ ପ୍ରଦର୍ଶନ ଓଡ଼ିଶାର ସମସ୍ତ ବ୍ଲକରେ ସର୍ବସାଧାରଣଙ୍କ ଦେଖିବା ନିମନ୍ତେ ପ୍ରଦର୍ଶନ ହେବାର ବ୍ୟବସ୍ଥା ହୋଇଥିବା ଜଣାଯାଏ । ଏହି ପରିପ୍ରେକ୍ଷୀରେ ମୁନିଗୁଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଏହି ଉତ୍ସବର ଆବାସିକ ପ୍ରଦର୍ଶନର ଆୟୋଜନ ପଂଚାୟତରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାରଙ୍କ ତତ୍ତ୍ଵାବଧାନ ତଥା ପଞ୍ଚାୟତ ସମିତି ଅଧକ୍ଷା ଦୁଃଖିନୀ ନୁଣ୍ଡ୍ରୁକାଙ୍କ ଅଧ୍ୟକ୍ଷତା ଓ ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ସଂଯୋଜନାରେ ଆୟୋଜିତ ହୋଇଯାଇଛି ।
ମୁନିଗୁଡ଼ା ବ୍ଲକ ଉପାଧ୍ୟକ୍ଷ ଆଦର୍ଶ କୁଶୁଲିଆ,ଜିଲ୍ଲା ପରିଷଦ ସଦସ୍ୟା ମାଧବୀ କନ୍ଧପାଣି,ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନୁଣ୍ଡ୍ରୁକା,ସାଂସଦ ପ୍ରତିନିଧି ରଜନୀ ପୋଡ଼ାଲ,ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବେହେରା,ରାଜ୍ୟ ବିଜେପି ଓବିଶୀ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରା, ଜିଲ୍ଲା ବିଜେପି ସମ୍ପାଦିକା ସୁଶୀଳା ସରାଫ,ସ୍ଥାନୀୟ ସରପଞ୍ଚ ସରସ୍ଵତୀ ଶବର,ସମସ୍ତ ପଞ୍ଚାୟତର ଲୋକପ୍ରତିନିଧି, କାର୍ଯ୍ୟନିର୍ବାହୀ ଅଧିକାରୀ,ସମସ୍ତ ଯନ୍ତ୍ରୀ,ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ ଗ୍ରାମର ବିକାଶରେ ରାଜ୍ୟର ବିକାଶର କଥା କହିଥିଲେ । ଏହି କ୍ରମରେ ମୌଳିକ ଭିତ୍ତିଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସଦୃଢ଼ିକରଣ,ଜନଜାତି ଅଞ୍ଚଳରେ ସଡ଼କ ସଂଯୋଗିକରଣ, ଗ୍ରାମ୍ୟ ପର୍ଯ୍ୟଟନ ସ୍ଥଳରେ ବିକାଶ,ଶିକ୍ଷା କ୍ରୀଡା ଭିତ୍ତିଭୂମିର ବିକାଶ ସହ ଅନେକ ମୌଳିକ ସୁବିଧା ସୁଯୋଗ ଉପରେ ଗ୍ରାମୀଣ ବିକାଶର ଚିତ୍ର ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁନିଗୁଡାର ବିଭିନ୍ନ ଅଞ୍ଚଳରୁ ଅନେକ ମାଆ ଭଉଣୀ,ସାଧାରଣ ଜନତା,ମହିଳା ସ୍ଵୟଂ ସହାୟିକା ଗୋଷ୍ଟି,ମିଶନ ଶକ୍ତିର ସଦସ୍ୟା, ବ୍ଲକ ଓ ପଞ୍ଚାୟତର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଯନ୍ତ୍ରୀ ଅଶୋକ କୁମାର ପାତ୍ର,ପ୍ରମୋଦ କୁମାର ପରିଡ଼ା, ଗୌରୀ ନାୟକ, ସନ୍ଧ୍ୟାରଣୀ ମଲ୍ଲିକ, ରମେଶ ମିଞ୍ଜ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା, ବିପିଏମ ମମତା ରାଉଳ,ସିଦିପୀଓ ଡାଳିମ୍ବ ନାୟକ, ମୁଖ୍ୟ କିରାଣୀ ମନୋରଞ୍ଜନୀ କାର୍ଯି, ସାମାଜିକ ସୁରକ୍ଷା ସହକାରୀ କଳ୍ପନା ସାହୁ,ଜିଆରଏସ ଅଜିତ ନାଗ, ସମସ୍ତ ଏମ୍ବିକେ, ସିଆରସି, କୃଷି ମିତ୍ର, ପ୍ରକୃତି ମିତ୍ର ସଦସ୍ୟ ସଦସ୍ୟମାନେ ପରିଚାଳନାରେ ସହାୟତା କରିଥିଲେ ।