32.9 C
Balāngīr
Friday, April 25, 2025

ମୁନିଗୁଡ଼ାର ବିଭିନ୍ନ ଅନୁଷ୍ଠାନ ପାଳିଲେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ

Must read

ରିପୋର୍ଟ : କ୍ଷମା ସାଗର ଦାଶ
ମୁନିଗୁଡ଼ା, (୨୫/୧୨) : ଆଜି ଭାରତର ଯଶସ୍ଵି ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀWhatsApp Image 2024 12 25 at 22.16.56 ମୁନିଗୁଡ଼ାର ବିଭିନ୍ନ ଅନୁଷ୍ଠାନ ପାଳିଲେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ

ଏହି ଅବସରରେ ମୁନିଗୁଡ଼ା ବ୍ଲକର ବିଭିନ୍ନ ଅନୁଷ୍ଠାନ ତରଫରୁ ଏହି ପୁଣ୍ୟ ଆତ୍ମାଙ୍କ ଜନ୍ମ ଜୟନ୍ତୀକୁ ରାଷ୍ଟ୍ରୀୟ ସମ୍ମାନର ସହ ପାଳନ କରାଯାଇଛି । ମୁନିଗୁଡ଼ା ସହରସ୍ଥ ସୁଭଦ୍ରା ଉଦ୍ଧବ ମଙ୍ଗଳ ଭବନ ପରିସରରେ ମୁନିଗୁଡ଼ା ମଣ୍ଡଳ ବିଜେପି ସଭାପତିଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରା, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦଳାଇ,ସମ୍ମାନିତ ଅତିଥି ରୂପେ ବିଜେପି ନେତା ମୀନକେତନ ଗୌଡ଼ ଉପସ୍ଥିତ ରହି ପ୍ରେରଣାଦାୟୀ ଭାରତମାତା ଓ ସ୍ୱର୍ଗତ ବାଜପେୟୀଜୀଙ୍କ ଫଟ ଚିତ୍ରରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବେହେରା କହିଥିଲେ ବାଜପେୟୀଙ୍କ ପବିତ୍ର ଜନ୍ମ ଦିବସକୁ ରାଷ୍ଟ୍ର ସୁଶାସନ ଦିବସ ଭାବେ ପାଳନ କରୁଥିବା ବେଳେ ବାଜପେୟୀଙ୍କ ଅନେକ କାଳଜୟୀ କୃତ୍ତିର ବର୍ଣ୍ଣନା କରିଥିଲେ।ପରେ ମୁଖ୍ୟବକ୍ତା ଶ୍ରୀଯୁକ୍ତ ଦଳାଇ ମା”ଭାରତୀଙ୍କ ସୁଯୋଗ୍ୟ ସନ୍ତାନ ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଏକାଧାରରେ ଜଣେ ରାଷ୍ଟ୍ରବାଦୀ ସନ୍ୟାସୀ, ସୁସାହିତ୍ୟିକ, ବିଶିଷ୍ଟ କବି, ସାମ୍ବାଦିକ, ସଂଗଠକ,ସମ୍ପାଦକ,ନିର୍ମଳ ରାଜନୈତିକ ବ୍ୟକ୍ତିତ୍ଵ,ବିଚକ୍ଷଣ ନେତୃତ୍ଵ,ଦୃଢ଼ ନିଷ୍ପତି, ସ୍ପଷ୍ଟବାଦୀ, ଅସାଧାରଣ ବୈଦେଶିକ ନିତିନିଷ୍ଟ, ହିନ୍ଦିତ୍ୱର ପ୍ରଚଣ୍ଡ ପ୍ରବକ୍ତା ସହ ସଭିଙ୍କ ସମ୍ମାନର ରାଜନେତା ବୋଲି କହିବା ସହ ତାଙ୍କ କାର୍ଯ୍ୟ କାଳର ସ୍ମୃତିକୁ ଉଜାଗର କରିଥିଲେ ।

ସେହିପରି ମୁନିଗୁଡ଼ା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଆୟୋଜିତ ଜୟନ୍ତୀ ପାଳନ ଅବସରରେ ବାଜପେୟୀଜୀଙ୍କ ଉପରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।ବରିଷ୍ଠ ସାହିତ୍ୟିକ କବି ଅକ୍ଷୟ କୁମାର ମଲ୍ଲିକଙ୍କ ସଭାପତିତ୍ବ ଓ କୃଷ୍ଣଚନ୍ଦ୍ର ମଲ୍ଲିକ ଓ ଉତ୍ତମ କୁମାର ଦାସଙ୍କ ସଂଯୋଜିତ ଜୟନ୍ତୀ ପାଳନ ଅବସରରେ ବାଜପେୟୀଙ୍କ ପ୍ରତିକୃତିରେ ପୁଷ୍ପାମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପରେ ସାହିତ୍ୟରେ ରାଷ୍ଟ୍ରବାଦ ଉପରେ ଆଲୋଚନା ହୋଇଥିଲା । ଭାରତରତ୍ନ, ପଦ୍ମଭିଭୂଷଣ ସ୍ୱର୍ଗତ ବାଜପେୟୀଙ୍କ କାଳଜୟୀ କବିତା, ପ୍ରବନ୍ଧ ଓ ରାଷ୍ଟ୍ର ସମ୍ବୋଧିତ ବିଭିନ୍ନ ପୁସ୍ତକ, ଭ୍ରମଣ କାହାଣୀ ସବୁ ମଧ୍ୟରେ ରାଷ୍ଟ୍ର ପ୍ରେମର ଝଲକ ଦେଖିବାକୁ ମିଳେ ବୋଲି ବରିଷ୍ଠ ସାମ୍ବାଦିକ,ସ୍ତମ୍ଭକାର ମନୋରଞ୍ଜନ ଦଳାଇ କହିଥିଲେ ।

ରାଜ ନୀତିର ଭୀଷ୍ମ ପିତାମହ ଅଟଳ ବିହାରୀ ବାଜପେୟୀଙ୍କ ସମୟକୁ ଶାସନ ବ୍ୟବସ୍ଥାର ସୁବର୍ଣ୍ଣ ଯୁଗ, ତାଙ୍କ ବ୍ୟକ୍ତିତ୍ୱରେ କୌଣସି ଦାଗ ନାହିଁ ତାଙ୍କ ଶାସନରେ ଅନୁଶାସନ, ପ୍ରତିବଦ୍ଧତା ଓ ସୁଶାନର ତ୍ରିବେଣୀ ସଙ୍ଗମ ଥିଲା ବୋଲି ବିଶିଷ୍ଟ ପରିବେଶବିତ କବି ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ରାଉତ କହିଥିଲେ।ପରେ ବିଷମକଟକ ସ୍ନାତକ ମହାବିଦ୍ୟାଳୟର ଅଧକ୍ଷ ଅଶ୍ଵିନୀ ପଣ୍ଡା, ଅକ୍ଷୟ ମଲ୍ଲିକ ପ୍ରମୁଖ ବାଜପେୟୀଙ୍କ କୃତ୍ତି ଉପରେ ବକ୍ତବ୍ୟ ରଖିଥିଲେ । ଉପସ୍ଥିତ କବିମାନେ ବାଜପେୟୀଙ୍କ ଉପରେ କବିତା ପାଠ କରିଥିଲେ । କବି ଉତ୍ତମ କୁମାର ଦାସ,ଶିକ୍ଷକ ଗୌରାଙ୍କ ରାଉତ,କୃଷ୍ଣଚନ୍ଦ୍ର ମଲ୍ଲିକ, ସଞ୍ଜୟ ପତି, ଚନ୍ଦନ ସିଂ,କାଳନ୍ଦୀ ନାୟକ,ଅଶ୍ଵିନୀ ପଣ୍ଡା,ସୁବାସ କୁରା, ରାଜକିଶୋର ବେହେରା,ରାଜକିଶୋର ସେନାପତି, ପ୍ରମୁଖ ଅନେକ କବି କବୟିତ୍ରୀ ସ୍ବରଚିତ କବିତା ପାଠ କରିଥିଲେ।

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...