32.9 C
Balāngīr
Sunday, July 20, 2025

ମୁନିଗୁଡ଼ା ଉନ୍ନୟନକୁ ନେଇ ବିଧାୟକଙ୍କ ସହ ବିସ୍ତୃତ ଆଲୋଚନା

Must read

ରିପୋର୍ଟ : କ୍ଷମା ସାଗର ଦାଶ୍
ମୁନିଗୁଡ଼ା, (୧୦/୮) : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ୍ ପୂର୍ତ୍ତ ବିଭାଗ ଅତିଥି ଭବନ ପରିସରରେ ବିଷମକଟକ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନୀଳମାଧବ ହିକକା ମୁନିଗୁଡ଼ା ଅଞ୍ଚଳର ଉନ୍ନୟନକୁ ନେଇ ମୁନିଗୁଡ଼ା ବିଶିଷ୍ଟ ବ୍ୟକ୍ତି ବିଶେଷ, ସାମାଜିକ ସଂଗଠନ ମାନଙ୍କ ସହ ବିଶଦ ଆଲୋଚନା କରିଥିଲେ ।

ମୁନିଗୁଡ଼ା ଯୁବନେତା ନୀଳାମ୍ବର ବିଭାରଙ୍କ ସଭାପତିତ୍ବ ଓ ସାଂସଦ ପ୍ରତିନିଧି ମାନସ କୁମାର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି ସମାବେଶରେ ମୁନିଗୁଡ଼ା ଉନ୍ନୟନ ଉପରେ ସବିଶେଷ ଆଲୋଚନା ହୋଇଥିଲା । ମୁନିଗୁଡ଼ା ଅଞ୍ଚଳ ତରଫରୁ ମୁନିଗୁଡ଼ା ବ୍ୟବସାୟୀ ସଂଘ, ପ୍ରେସ କ୍ଲବ ଓ ମୁନିଗୁଡ଼ା କଂଗ୍ରେସ ତରଫରୁ ବିଭିନ୍ନ ଉନ୍ନୟନ ଉପରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବିଶେଷତ ମୁନିଗୁଡ଼ାର ରେଳ ଷ୍ଟେସନ ମଧ୍ୟ ଥିବା ବିଭିନ୍ନ ସମସ୍ୟା,ଯାତ୍ରୀ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ମୁନିଗୁଡ଼ା ରେଳ ଷ୍ଟେସନ ଅମୃତ ଯୋଜନା ଅନ୍ତର୍ଭୁକ୍ତ ହୋଇଥିଲେହେଁ ଏଠାରେ ଯାତ୍ରୀ ସମସ୍ୟା ଉତ୍କଟ ରୂପ ନେଇଛି ।

ଏ ବିଷୟକୁ ନେଇ ମୁନିଗୁଡ଼ା ବ୍ୟବସାୟୀ ସଂଘ ଓ ପ୍ରେସ କ୍ଲବ ବିଭିନ୍ନ ସମୟରେ ରେଳ ବିଭାଗ ମୁଖ୍ୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାହା ପୂରଣ ହୋଇନାହିଁ।ମୁନିଗୁଡ଼ା ଷ୍ଟେସନରେ ଲିଫ୍ଟ ବ୍ୟବସ୍ଥା, ରାମ୍ପ ବ୍ରିଜ, ଟ୍ରେନ କୋଚ ଗୁଡ଼ିକ ଚିହ୍ନଟ ସିଗ୍ନାଲ ବ୍ୟବସ୍ଥା,ଶୀତତାପ ନିୟନ୍ତ୍ରିତ ଯାତ୍ରୀ ବିଶ୍ରାମ କକ୍ଷ, ଯାତ୍ରୀ ବିଶ୍ରାମଳୟ, ସାଧାରଣ ଅପେକ୍ଷା କକ୍ଷ, ଉଭୟ ସାଇଡ ଟିକେଟ କାଉଣ୍ଟର, ଷ୍ଟେସନ ପ୍ରବେଶ ପାର୍ଶ୍ୱରେ ୨୦ଟି ଦୋକାନ ଘର, ଅଫିସ ସମୟରେ ମୁନିଗୁଡ଼ାରୁ ରାୟଗଡ଼ା ଡି ଏମ ୟୁ ଟ୍ରେନ ଚଳାଚଳ,ଅଗ୍ରୀମ ଟିକେଟ ସଂରକ୍ଷଣ କାଉଣ୍ଟର ବ୍ୟବସ୍ଥା ୭ଦିନବଢାଇବା, ପାନୀୟ ଜଳ, ଉଭୟ ପଟେ ଶୌଚାଳୟ ବ୍ୟବସ୍ଥା ସହ ଅନେକ ଉନ୍ନୟନ ଉପରେ ଦାବି ରଖାଯାଇଥିଲା ।

ଏହାପରେ ମୁନିଗୁଡ଼ା ଟ୍ରାଫିକ ସମସ୍ୟା,ଷ୍ଟ୍ରୀଟ ଲାଇଟ୍, ରାସ୍ତାଘାଟର ଦୂରାବସ୍ଥା,ଦୁର୍ବଳ ଡ୍ରେନେଜ ସମସ୍ୟା, ସ୍ୱାସ୍ଥ୍ୟ ବିଭାଗର ବିକଳ ଅବସ୍ଥା ବିଷୟ ଉଠାଇବା ସହିତ ଏହାର ଉନ୍ନତି ପାଇଁ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ବହୁ ରାଷ୍ଟ୍ରୀୟ କମ୍ପାନୀ ବେଦାନ୍ତର ମୁନିଗୁଡ଼ା ପ୍ରତି ବୈମାତୃକ ମନୋଭାବ ଉପରେ ଆଲୋଚନା ହୋଇଥିଲା । ମୁନିଗୁଡ଼ା ଅଞ୍ଚଳ ପ୍ରତି କମ୍ପାନୀର ଯେତିକି ଦାୟିତ୍ୱ ରହିବା କଥା ଅଦ୍ୟାବଧି ତାହା ନହୋଇ ପାରିବା ନେଇ ଅସନ୍ତୋଷ ବ୍ୟକ୍ତ କରାଯିବା ସହ ବିଧାୟକଙ୍କୁ ଦୃଷି ଆକର୍ଷଣ କରାଯାଇଥିଲା ।

ଏହି ଆଲୋଚନାରେ ମୁନିଗୁଡ଼ା ବ୍ୟବସାୟୀ ସଂଘ ତରଫରୁ ସଭାପତି ଚିନ୍ତାମଣି ସାହୁଙ୍କ ସହ ସମ୍ପାଦକ ପ୍ରଭାତପାଣିଗ୍ରାହୀ, ଭି.ଚନ୍ଦ୍ରଶେଖର, ନରେଶ ଗୁପ୍ତା, କାଳିଆ ସାହୁ, କାଳିଆ ଦାସ,ପ୍ରଣବ ନିଶଙ୍କ,ପ୍ରେସ କ୍ଲବ ସଭାପତି ରାଜୀବ ଲୋଚନ ଦାସଙ୍କ ସହ ମନୋରଞ୍ଜନ ଦଳାଇ,ସୀମାଞ୍ଚଳ ପଣ୍ଡା, ଲଡ଼ି ଶଙ୍କର,ଗଣେଶ୍ୱର ରାଓ,ଅଜିତ ଗୌଡ଼,ଜନନେତା ରମେଶ ପାଲକା ପ୍ରସାଦ ସାହୁକାର, ଦିଲ୍ଲୀପ ପଟ୍ଟନାୟକ ଗୈରୀ ପାତ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।ବିଧାୟକ ଶ୍ରୀଯୁକ୍ତ ହିକାକା ଏବିଶୟକୁ ସେ ସଂପୃକ୍ତ ବିଭାଗ ସହ ଆଲୋଚନା କରି ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପୁରୁଷୋତ୍ତମପୁର ଅଟୋ ୟୁନିଅନ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପୁରୁଷୋତ୍ତମପୁର, (୧୯/୦୭) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ମା କନକା ଅଟୋ ମୋବାଇଲ ସଂଘ ଚାଳକ ସଂଘ ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା...

ଅର୍ଜୁନପୁର ଜଙ୍ଗଲ ରୁ ଚୋରି ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକ ଜବତ : ୨ ଅଭିଯୁକ୍ତ କୁ ଗିରଫ 

ସୁବର୍ଣ୍ଣପୁର, (୧୯/୦୭) : ଆ.ପ୍ର : ସୁବର୍ଣ୍ଣପୁର ବନ ବିଭାଗ ରେଞ୍ଜର କୌଣସି ସୂତ୍ର ରୁ ଖବର ପାଇ ରେଞ୍ଜର ସୁବାସ ମହାପାତ୍ର ବିଶ୍ଵସ୍ତ ସୂତ୍ରରୁ ଖବର ପାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ...

ମାନସିକ ଚାପଗ୍ରସ୍ତ ଯୁବକଙ୍କ ଆତ୍ମହତ୍ୟା

ବୁର୍ଲା, (୧୯/୦୭) : ଆପ୍ର. : ବୁର୍ଲା ସହର ଶ୍ରୀରାମ ବିହାରର ଜଣେ ଯୁବକ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୁଲିସ ଶବ ଜବତ...

ଧାନ ବିକ୍ରି ପାଇଁ ଆଜିଠୁ ଆରମ୍ଭ ହେଲା ଚାଷୀ ପଞ୍ଜୀକରଣ: ଅଗଷ୍ଟ ୨୦ ଯାଏଁ କରିପାରିବେ ଆବେଦନ; ଜାଣନ୍ତୁ ପଞ୍ଜୀକରଣର ପୂରା ପ୍ରକ୍ରିୟା

ଭୁବନେଶ୍ୱର, (୧୯/୦୭) : ଆପ୍ର. : ଆଜି ଠାରୁ ଆରମ୍ଭ ହେଉଛି ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକିୟା। ଏହା ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର...

ଫାସଡ ସୁକତେଲ ବ୍ରିଜଠାରେ ଦୁଇଟ୍ରକ ମୁହାଁମୁହିଁ ଧକ୍କା

ଲୋଇସିଂହା, (୧୯/୦୭) :ଆପ୍ର. : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଫାସଡ ନିକଟସ୍ଥ ସୁକ୍‌ତେଲ ପୋଲ ଉପରେ ଗତକାଲି ରାତିରେ ଦୁଇଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ...