ରିପୋର୍ଟ : କ୍ଷମା ସାଗର ଦାଶ୍
ମୁନିଗୁଡ଼ା, (୧୧/୦୮) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସଦରମହକୁମାରେ ଥିବା ହନୁମାନ ମନ୍ଦିର ପରିସରରେ ମୁନିଗୁଡା ବିକାଶ ପରିଷଦର ଏକ ବୈଠକ ଅନୁଷ୍ଟିତ ହୋଇଯାଇଛି ।
ଏହି ବୈଠକରେ ୨୦୨୪/୨୫ ପାଇଁ ନୂତନ ପରିଷଦ ଗଠନ କରାଯାଇଛି ସର୍ବ ସମ୍ମତି କ୍ରମେ ଘନଶ୍ୟାମ ମାର୍ଥା (ସଭାପତି) ମାନସ ରଞ୍ଜନ ବେହେରା (ସମ୍ପାଦକ) ମୋନଜ କୁମାର ସାହୁ (କଷାଦକ୍ଷ) ରୁପେ ଚୟନ କରାଯାଇଥିବା ବେଳେ ଉପ ସଭାପତି ରୁପେ ଜି.କୁମାର ରାଜୁ,ଧରଣୀ ବେହେରା ସହ ସମ୍ପାଦକ ଭାବେ ଅଜିତ୍ ନାୟକ,ବିଶିକେସନ ପଲକିଆ ଓ ସାମାଜିକ ସମ୍ପାଦକ ଭାବେ ସୁଜିତ୍ କୁମାର ପ୍ରଧାନଙ୍କୁ ଚୟନ କରାଯାଇଛି । ପରେ ସ୍ଵାଧୀନତା ଦିବସ ପାଳନକୁ କିପରି ସୂଚାରୁରୂପେ ପାଳନ କରାଯିବ ଏ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା ।
ଏହି ବୈଠକରେ ମୁନିଗୁଡା ସରପଞ୍ଚ ଶରଶ୍ଵତି ଶବର ବିକାଶ ପରିଷଦ ର ଉପଦେଷ୍ଟା ଭି.ଚନ୍ଦଶେଖର ,ସମାଜ ସେବୀ ଜାମି ମେହେଶ,ଭାଗିରଥି ନାଗ଼ ଚକ୍ରପାଣି ମାର୍ଥା, ବିଜେପି ର ବରିଷ୍ଠ ନେତେ ଜି. ବିରଭଦ୍ର ଆଚାରି ଓ ମୁନିଗୁଡାର ବିଭିନ୍ନ ୱାଡର ସଭ୍ୟ ମାନେ ଉପସ୍ଥିତ ଥିବାବେଳେ ଭି. ଚନ୍ଦ୍ର ଶେଖର ମୁନିଗୁଡା ବାସୀ ଙ୍କ ସହଯୋଗ କାମନା କରି ବିକାଶ ପରିଷଦ ର ନୂତନ କର୍ମ କର୍ତ୍ତା ଙ୍କୁ ଶୁଭେଚ୍ଛା ଜଣାଇଥିଲେ ।