ମୁନିଗୁଡ଼ା ଆପ୍ର-୨୧/୦୬): ମୁନିଗୁଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ମାନଙ୍କ ମିଳିତ ସହଯୋଗରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷା ଶ୍ରୀମତୀ କଲ୍ୟାଣୀ ପାଢୀ ଉଦଘାଟନ କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୋଗ ଓ କ୍ରୀଡ଼ା ଶିକ୍ଷକ ଶ୍ରୀ ଚତୁର୍ଭୁଜ ବନ୍ ଛୋର ଛାତ୍ରଛାତ୍ରୀମାନଙ୍କୁ ଯୋଗର ଉପକାରିତା ବିଷୟରେ ସଚେତନ କରାଇଥିଲେ । ଆସନ, ପ୍ରାଣାୟମ ଓ ଧ୍ୟାନ ର ଅଭ୍ୟାସ କରାଇଥିଲେ । ଶପଥ ଗ୍ରହଣ ରୂପକ ଛାତ୍ରଛାତ୍ରୀ ତଥା ଶିକ୍ଷକ ଓ କର୍ମଚାରୀମାନେ ଯୋଗକୁ ଦୈନନ୍ଦିନ ଜୀବନରେ ଅଭ୍ୟାସ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଶ୍ରୀ ରମ୍ୟରଞ୍ଜନ ମିଶ୍ର ଶପଥ ପାଠ କରାଇଥିଲେ । ଯୁବ ରେଡ କ୍ରସ ବାହିନୀର କାଉନସିଲର ଶ୍ରୀ ରଘୁନାଥ ରେଡ୍ଡୀ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ଅନ୍ୟାନ୍ୟ ଶିକ୍ଷକ ଶ୍ରୀ ଅର୍ଜ୍ଜୁନ ପଣ୍ଡା ଓ ରମେଶ କୁଅଁର ଉପସ୍ଥିତ ରହି ଉତ୍ସାହ ଯୋଗାଇଥିଲେ।