32.9 C
Balāngīr
Wednesday, April 30, 2025

ମୁନିଗୁଡ଼ାରେ ୮୯ତମ ଉତ୍କଳ ଦିବସ ପାଳିତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ମୁନିଗୁଡ଼ା:ତା୧-୪/ଆପ୍ର): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଠାରେ ଅବସ୍ଥିତ ସୁଭଦ୍ରା ଉଦ୍ଧବ ମଙ୍ଗଳ ଭବନ ପରିସରରେ ମୁନିଗୁଡ଼ା ସାହିତ୍ୟ ସଂସଦ ଓ ମୁନିଗୁଡ଼ା ପ୍ରେସ କ୍ଲବର ମିଳିତ ଆୟୋଜନରେ ୮୯ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି।

ମୁନିଗୁଡ଼ା ପ୍ରେସ କ୍ଲବ ଉପସଭାପତି ମନୋରଞ୍ଜନ ଦଳାଇଙ୍କ ସଭାପତିତ୍ବ ଓ ମୁନିଗୁଡ଼ା ସାହିତ୍ୟ ସଂସଦ ସମ୍ପାଦକ ଉତ୍ତମ କୁମାର ଦାସଙ୍କ ସଂଯୋଜିତ ଏହି ଜାତୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସାହିତ୍ୟ ସଂସଦ ଉପଦେଷ୍ଟା ଡ.ଗୌରାଙ୍ଗ ଚରଣ ରାଉତ,ଅନ୍ୟତମ ସ୍ଵତନ୍ତ୍ର ଅତିଥି ସାହିତ୍ୟ ସଂସଦ ଉପସଭାପତି ରାଜକିଶୋର ବେହେରା,ମୁଖ୍ୟବକ୍ତା ସମ୍ବାଦ ସାହିତ୍ୟ ଘର ସଭାପତି ପି .ସୁଧାକର ପାତ୍ର,ସମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ସିମାଞ୍ଚଳ ପଣ୍ଡା,ପ୍ରମୋଦ କୁମାର ସାହୁକାର ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ରୂପେ ଉତ୍କଳ ଗୌରବ ମଧୁବାବୁଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ,ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ପରେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା।ଅତିଥିମାନେ ଓଡ଼ିଶାର ଐତିହ୍ୟ,ପରମ୍ପରା,ଭାଷା ସାହିତ୍ୟ ପ୍ରତି ଆମର ଅନୁରାଗ ଉପରେ ଆଲୋଚନା କରିଥିଲେ।e18dfbf3 0316 48f3 89da f140b17b57a7 ମୁନିଗୁଡ଼ାରେ ୮୯ତମ ଉତ୍କଳ ଦିବସ ପାଳିତ

ଓଡ଼ିଶାର ଶ୍ୱର୍ଣୀମ ଇତିହାସ,ବିପର୍ଯୟ,ପରେ ମଧୁବାବୁଙ୍କ ନେତୃତ୍ଵରେ ପୁନାର୍ଜାଗରଣ ଏବଂ ପରେ ଭାଷା ଭିତ୍ତିକ ନୂତନ ଓଡ଼ିଶା ପ୍ରଦେଶ ଗଠନ ସମ୍ବନ୍ଧୀୟ ଅନେକ ବିଷୟ ଉପରେ ଆଲୋକ ପାତ କରିବା ସହ ସମସ୍ତ ଓଡ଼ିଆ ପୂର୍ବସୁରି ମାନଙ୍କ ତ୍ୟାଗ,ତପସ୍ୟା,ବଳିଦାନ ଉପରେ ଆଲୋକପାତ କରିଥିଲେ।ଶେଷରେ ଓଡ଼ିଶା ଓ ଓଡ଼ିଆ ଅସ୍ମିତା ଉପରେ କବିତା ପାଠ କରାଯାଇଥିଲା।ଶେଷରେ ଏହି ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ସାହିତ୍ୟକୁ ଉଜ୍ଜୀବିତ ରଖି କାର୍ଯ୍ୟ କରୁଥିବା ବରିଷ୍ଠ ସାମ୍ବାଦିକ ସିମାଞ୍ଚଳ ପଣ୍ଡା,ଆଇନଜୀବୀ ମନୋଜ ପାତ୍ର,ଭାଷା ସାହିତ୍ୟ ସୁରକ୍ଷାରେ କାର୍ଯ୍ୟରତ ଶ୍ରେଷ୍ଠ ଓଡ଼ିଆ ଭାବେ ପି ସୁଧାକର ପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା।

ସତ୍ୟଭାମାପୁରରେ ରାଜ୍ୟ ସ୍ତରୀୟ ଓଡ଼ିଶା ଦିବସ ପାଳନ | ଓଡିଆ ପକ୍ଷ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

କବିତା ପାଠୋତ୍ସବରେ କବି କାଳନ୍ଦୀ ନାୟକ,ରାଜକିଶୋର ବେହେରା,ଅଶ୍ଵିନୀ ବାରିକ,ଗଣେଶ ସେଠୀ,ସୁବାସ କୁରା,ସୁଦର୍ଶନ ସାହୁ,ରାଜକିଶୋର ସେନାପତି,କବୟିତ୍ରୀ ନନ୍ଦିନୀ ଦାସ,ଆଇନଜୀବୀ ସୁଧାକର ମହାରଣା,ଓଡ଼ିଆ ଭାଷାବିତ ଦେବେନ୍ଦ୍ର ଆଚାର୍ଯ୍ୟ,ସାମ୍ବାଦିକ ମନୋରଞ୍ଜନ ଦଳାଇ,ରାମଚନ୍ଦ୍ର ବେହେରା,ପ୍ରମୋଦ ସାହୁକାର,ହାଡିପା ଗୌଡ଼,ସିଏଚ.ଗଣେଶ୍ୱର ରାଓ,ଧନୁ କୁସୁଲିୟା,କ୍ଷମା ସାଗର ଦାଶ୍,ପ୍ରସାଦ ସାହୁକାର ପ୍ରମୁଖ ସ୍ବରଚିତ ଓଡ଼ିଆ ଭାଷା ଓ ଅସ୍ମିତା ଉପରେ କବିତା ଆବୃତ୍ତି କରିଥିଲେ। ଶେଷରେ ସାମ୍ବାଦିକ କ୍ଷମାସାଗର ଦାଶ୍ ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...