32.9 C
Balāngīr
Monday, April 28, 2025

ମୁନିଗୁଡାରେ ପବିତ୍ର ଉଗାଦି ପର୍ବ ପାଳିତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ମୁନିଗୁଡା,୩୦/୩-ଆପ୍ର): ମୁନିଗୁଡାର ମୁନିଖୋଲସ୍ଥିତ ବାସବୀ କନିକା ପରମେଶ୍ୱରୀ ମନ୍ଦିର ପରିସରରେ ବାସବୀ କଲିଙ୍ଗ ବୈଶ୍ୟ ସଙ୍ଘ ତରଫରୁ ପବିତ୍ର ଉଗାଦି ପର୍ବ ମହାଡମ୍ବରର ସହ ପାଳିତ ହୋଇଯାଇଛି l

କଳିଙ୍ଗ ବୈଶ୍ୟ ସଙ୍ଘ ଓ ଯୁବକ ସଙ୍ଘର ମିଳିତରେ ଅନୁଷ୍ଠିତ ପର୍ବରେ ପ୍ରଥମେ ପୁରୋହିତ ଜଗବନ୍ଧୁ ପଣ୍ଡା ଓ ଅଶୋକ ରଥଙ୍କ ପୌରାହିତ୍ୟରେ ରୀତିନୀତି ଅନୁଯାୟୀ ମାଆଙ୍କ ନିକଟରେ ପୁଜାର୍ଚ୍ଚନା କରିବା ପରେ ନୁତତ ପଞ୍ଜିକା ପୂଜାର୍ଚ୍ଚନା କରାଯିବା ପରେ ସଙ୍ଘର ବରିଷ୍ଠ ଉପଦେଷ୍ଟା ଭି. ଚନ୍ଦ୍ରଶେଖର ପଞ୍ଜିକା ପଠନ କରିବା ସହ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ l ପରେ ସଙ୍ଘର ସଭାପତି କେ.ସତ୍ୟନାରାୟ ରାଓ ଓ ଯୁବକ ସଙ୍ଘର ସଭାପତି ଟି.ଅଶୋକ କୁମାରଙ୍କ ମିଳିତ ସଂଯୋଜନାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l803b25bc 08bf 4243 b71c ab0f81c431f0 ମୁନିଗୁଡାରେ ପବିତ୍ର ଉଗାଦି ପର୍ବ ପାଳିତ

ଉକ୍ତ ସଭାରେ ଏହି ପର୍ବ ପାଳନର ମୁଖ୍ୟ ଉଦେଶ୍ୟ ସମ୍ପର୍କରେ ବୁଝାଇବା ସହ ସଙ୍ଘ କିପରୀ ଆଗାମୀ ଦିନରେ ଏକତ୍ରିତ ହୋଇ ସମସ୍ତ ପର୍ବ ଗୁଡିକୁ ରୀତିନୀତି ଅନୁଯାୟୀ ସମ୍ପାଦନା କରିବ ଏବଂ ସାମାଜିକ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରିବ ସେନେଇ ଆଲୋଚନା କରାଯାଇଥିଲା l ଏହି ଅବସରରେ ପୁରହିତ ଜଗବନ୍ଧୁ ପଣ୍ଡା, ସାମ୍ବାଦିକ ଗଣେଶ୍ୱର ରାଓ, ପ୍ରେସ କ୍ଳବ ସଭାପତି ରାଜୀବ ଲୋଚନ ଦାସ, ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକ ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ଶେଷରେ ସଙ୍ଘ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ମନୋରଞ୍ଜନ ନିମନ୍ତେ ଏକ ମେଲୋଡିର ଆୟୋଜନ କରାଯାଇଥିଲା l

“‘धरती ने आपको याद किया’: पीएम मोदी और मंत्रियों ने ‘भारत की बेटी’ सुनीता विलियम्स की अंतरिक्ष से वापसी का जश्न मनाया”

ଉକ୍ତ କାର୍ଯ୍ୟକ୍ରମକୁ କଳିଙ୍ଗ ବୈଶ୍ୟ ସଙ୍ଘର କଳିଙ୍ଗ ବୈଶ୍ୟ ସଙ୍ଘର ସମ୍ପାଦକ ପି.ରାମବାବୁ,କୋଷାଧକ୍ଷ ଲାଡି ସିମାଞ୍ଚଳ,କଳିଙ୍ଗ ବୈଶ୍ୟ ଯୁବକ ସଙ୍ଘର ଉପ ସଭାପତି ଜି.ଚୈତନ୍ୟା ସମ୍ପାଦକ ଜି.କ୍ରାନ୍ତି ଓ କୋଷାଧକ୍ଷ ଜି.ଶ୍ରୀନାଥ, କେ.ଶ୍ରୀନିବାସ,ନରେଶ କୁମାର,ସନ୍ତୋଷ କୁମାର,ରାଜେଶ କୁମାର,ଚାଣ୍ଟି ପ୍ରମୁଖଙ୍କ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ l

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...