32.9 C
Balāngīr
Thursday, July 10, 2025

ମୁରିବହାଲ ପଞ୍ଚାୟତ ସମିତିର ଦ୍ଵିମାସିକ ବୈଠକ ଅନୁଷ୍ଠିତ

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୦୭/୦୮) : ମୁରିବାହାଲ ପଞ୍ଚାୟତ ସମିତିର ଷଷ୍ଠ ଦ୍ଵିମାସିକ ବୈଠକ ବୁଧବାର ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

ମୁରିବହାଲ ପଞ୍ଚାୟତ ସମିତିର ଦ୍ଵିମାସିକ ବୈଠକ ଅନୁଷ୍ଠିତ । ମୁଖ୍ୟ ଅତିଥି ରୂପେ ନବନିର୍ବାଚିତ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ପ୍ରଥମ ଥର ଏହି ବୈଠକରେ ଯୋଗ ଦେଇଥିବାରୁ ତାଙ୍କୁ ସ୍ବାଗତ କରାଯାଇଥିଲା । ବୈଠକରେ ବିଭିନ୍ନ ବିଷୟକୁ ନେଇ ସରଗରମ ଆଲୋଚନା ହୋଇଥିଲା। ଜିପିଡିଓ ଗଙ୍ଗାଧର ଛତର ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ ମଧ୍ୟ ସେଥିରେ କିଛି ଲେଖା ଯାଇନଥିବା,ସମିତି ବୈଠକର ଖାତାରେ ମନରେଗା ଯୋଜନାର ତଥ୍ୟ ଲେଖାକୁ ନେଇ ପୂର୍ବ ବ୍ଲକ ଅଧ୍ୟକ୍ଷ ତଥା ସମିତି ସଭ୍ୟ ହଂସରାଜ ଜୈନ ଆପତ୍ତି କରିଥଲେ।ଏହାକୁ ନେଇ ସରଗରମ ଆଲୋଚନା ହୋଇଥିଲା । ବିଡ଼ିଓ ଶ୍ରୀ ପଟେଲ ପୂର୍ବ ବୈଠକର ବିବରଣୀକୁ ଏଜେଣ୍ଡାରୁ ବାଦ ଦିଆଯିବ ବୋଲି ପ୍ରକାଶ କରିଥିଲେ ।

ଆସନ୍ତା ଅଗଷ୍ଟ ୧୫ରୁ ସମସ୍ତ ଚାଷୀଙ୍କ ଜମିର ଡିଜିଟାଲ ସର୍ଭେ ଆରମ୍ଭ ହେବ ବୋଲି ଅତିରିକ୍ତ କୃଷି ଅଧିକାରୀ ଅବିନାଶ ପାଣିଗ୍ରାହୀ ପ୍ରକାଶ କରିଥିଲେ। ସିଏଚସିରେ ଜନ୍ମ,ମୃତ୍ୟୁ ପ୍ରମାଣପତ୍ର ପ୍ରଦାନରେ ବହୁ ବିଳମ୍ବକୁ ନେଇ ସମିତି ସଭ୍ୟ ହଂସରାଜ ଜୈନ,ତୋଫାନ ନାଗ ପ୍ରଶ୍ନ କରିଥିଲେ।ଗୁଡିଘାଟ ପିଏଚସିର ନୂତନ କୋଠା ନିର୍ମାଣ ପାଇଁ ଏ ପର୍ଯ୍ୟନ୍ତ ସ୍ଥାୟୀ ଜାଗା ଚିହ୍ନଟ ହୋଇନଥିବା ଉପାଧ୍ୟକ୍ଷା ମିଥିଲା ମାଝୀ ଅଭିଯୋଗ କରିଥିଲେ । ବ୍ଲକ ଅଞ୍ଚଳରେ ଥିବା ଅଧିକାଂଶ ସ୍କୁଲକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ବହୁ ବିଳମ୍ବରେ ଆସି ଶୀଘ୍ର ଛୁଟି କରି ଚାଲି ଯାଉଛନ୍ତି ବୋଲି ସମିତି ସଭ୍ୟ ତୋଫାନ ନାଗ ଅଭିଯୋଗ କରିଥିଲେ ।

ବ୍ଲକର ବହୁ ସ୍କୁଲରେ ଶିକ୍ଷକ ଅଭାବ, ସହର ପାଖ ସ୍କୁଲରେ ଅଧିକ ସଂଖ୍ୟକ ଶିକ୍ଷକ ରହୁଥିବା ତଥା ଏକ ସ୍ଥାୟୀ ବିଇଓ ଅଫିସ୍ ନିର୍ମାଣ ପାଇଁ ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ପାଣିଗ୍ରାହୀଙ୍କ ସହ ଅନ୍ୟମାନେ ଉଦବେଗ ପ୍ରକାଶ କରିଥିଲେ।କିଶୋରୀ ବାଳିକାମାନଙ୍କୁ ଠିକ ରୂପେ ଛତୁଆ, ଅଣ୍ଡା ଯୋଗାଣ ହେଉନଥିବା,ବହୁ ଅଙ୍ଗନୱାଡି କେନ୍ଦ୍ରର କୋଠା ବିପଦପୂର୍ଣ୍ଣ ଥିବା ସମିତି ସଭ୍ୟ ତୋଫାନ ନାଗ, ଭୀମସେନ ବାଗ, ସରପଞ୍ଚ ବିଶ୍ବବିହାରୀ ଯୋଶୀ ପ୍ରମୁଖ ଅଭିଯୋଗ କରିଥିଲେ । ଉଦ୍ୟାନ ବିଭାଗକୁ ଆସୁଥିବା ବିହନ ଓ ମଞ୍ଜିର ବ୍ୟାପକ ପ୍ରଚାର ପ୍ରସାର ତଥା ଲୋକ ପ୍ରତିନିଧିଙ୍କୁ ଜଣାଇ ବଣ୍ଟନ କରିବା ପାଇଁ ବ୍ଲକ ଅଧ୍ୟକ୍ଷ ଶ୍ରୀ ମେହେର ଉଦ୍ୟାନ ଅଧିକାରୀ ମନବୋଧ ମାଝୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପଶୁପାଳନ ଓ ମତ୍ସ୍ୟ ଚାଷର ବିଭିନ୍ନ ଯୋଜନା ସମ୍ପର୍କରେ ବିଭିଓ ଡ ଅଞ୍ଜନ ମଲ୍ଲିକ ଓ ଏଏଫଓ ସୀମା ପଧାନ ବୈଠକରେ ସୂଚନା ଦେଇଥିଲେ । ବର୍ଷା ଦିନରେ ଗାଁଗୁଡିକରେ ପାଣି ପାଇପ କାମ ପାଇଁ ଠିକାଦାରମାନେ ସମସ୍ତ ରାସ୍ତା ଖୋଲିଦେଇଥିବାରୁ ଲୋକେ ଯିବା ଆସିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଥିବା,ଦରକାର ସ୍ଥାନରେ ନୂତନ ନଳକୂଅ ଖୋଲାଯାଉନଥିବା ସମିତି ସଭ୍ୟ ତୋଫାନ ନାଗ, ସରପଞ୍ଚ ବିଶ୍ବବିହାରୀ ଯୋଶୀଙ୍କ ସହ ଅନ୍ୟମାନେ ଅଭିଯୋଗ କରିଥିଲେ । ଗାଁରେଇରେ ପ୍ରତିଦିନ ବିଦ୍ୟୁତ୍ କାଟ ହେଉଥିବା ଅଭିଯୋଗ ହୋଇଥିଲା । ଗତ ୨୦୨୨ ମାର୍ଚ୍ଚ ୧୨ ରାତିରେ ବ୍ଲକ ଅଧ୍ୟକ୍ଷଙ୍କ କୋଠରୀରୁ ମୂଲ୍ୟବାନ ସାମଗ୍ରୀ ଚୋରୀ ମାମଲାରେ ଏହି ସାମଗ୍ରୀ କିଣିବା ଅର୍ଥ ବ୍ଲକ ତହବିଲରୁ ଖର୍ଚ୍ଚ ହୋଇଥିଲେ ମଧ୍ୟ ତଦନ୍ତକୁ ନେଇ ହଳଦୀ ସମିତି ସଭ୍ୟ ଟୁନାମଣି ମହାନନ୍ଦ ଓ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେରଙ୍କ ସହ ପୂର୍ବ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଓ ଉଚ୍ଚବାଚ ହୋଇଥିଲା ।

ତିନି ସମିତି ସଭ୍ୟଙ୍କ ମଧ୍ୟରେ ପ୍ରବଳ ହଟ୍ଟଗୋଳ ରୋଚକ ହୋଇଥିଲା । ଏହାରି ଉପରେ ତଦନ୍ତ କରାଯିବ ବୋଲି ବିଡ଼ିଓ ପ୍ରତିଶୃତି ଦେଇଥିଲେ । ଜିପିଡିପି ଯୋଜନାରେ ପ୍ରସ୍ତାବ ଦିଆଯାଇଛି ଗୃହୀତ ହୋଇନଥିବା, ମୁରିବାହାଲ ଅମୃତ ସରୋବର ଉନ୍ନତି ପାଇଁ ଅଧିକ ଅର୍ଥ ଦେବା, ସିଏଚସି ସମ୍ମୁଖ ରାସ୍ତାକୁ କଂକ୍ରିଟ କରାଯିବା, ଭିନ୍ନକ୍ଷମଙ୍କୁ ତଦନ୍ତ କରି ଭତ୍ତା ପ୍ରଦାନ ନେଇ ଆଲୋଚନା କରାଯାଇଥିଲା । ପଞ୍ଚାୟତକୁ ଆସୁଥିବା ପିଡ଼ିଏସ ସାମଗ୍ରୀ ସମ୍ପର୍କରେ ଯୋଗାଣ ସହାୟକମାନେ ଓ ଆବାସ ଯୋଜନାର ସମ୍ପୁର୍ଣ୍ଣ ତଥ୍ୟ ଜିଓ ଟେଗମାନେ ସରପଞ୍ଚମାନଙ୍କୁ ନ ଜଣାଇ ମନଇଚ୍ଛା କାର୍ଯ୍ୟ କରୁଥିବା ସମସ୍ତ ସରପଞ୍ଚ ଅଭିଯୋଗ କରିଥିଲେ।ଉଭୟ ଯୋଜନାରେ ସରପଞ୍ଚମାନଙ୍କୁ ସମ୍ପୁର୍ଣ୍ଣ ତଥ୍ୟ ଦେବାକୁ ବିଡ଼ିଓ ଯୋଗାଣ ଅଧିକାରୀ ଅବିନାଶ ବିଶି ଓ ବିପିସି ରବୀନ୍ଦ୍ର ବେହେରାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିଜ ବକ୍ତବ୍ୟରେ ବିଧାୟକ ଶ୍ରୀ ବାଗ ସମସ୍ତେ ମିଳିମିଶି ସରକାରୀ ଯୋଜନାର ଲାଭ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ ।

ଏହି ବୈଠକରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ, ସଦସ୍ୟା ନିରୁପମା ଗହୀର, ସଦସ୍ୟ ଗୋପୀନାଥ ପାଣିଗ୍ରାହୀ, ବିଡ଼ିଓ ପୂର୍ଣାନନ୍ଦ ପଟେଲ,ବ୍ଲକ ଉପାଧ୍ୟକ୍ଷା ଯାଜ୍ଞସେନୀ ହାତୀ, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ବିଇଓ ଶାନ୍ତନୁ କୁମାର ପଢ଼ିହାରୀ,ବିତ୍ତ ଅଧିକାରୀ ଘେନୁରାମ ତାଣ୍ଡି,ଏଇଇ ଅବିନାଶ ମୁଦି, ଅତିରିକ୍ତ ତହସିଲଦାର ଖଦାଳ ପାତ୍ର ,ମେଡିକାଲ ଇନଚାର୍ଜ ଡ ଥବିର ମେହେର, ଇଲେକଟ୍ରିକାଲ ସେକ୍ସନ ଅଫିସର ମହମ୍ମଦ ଜୁନୈଦ, ଏଏଓ ଅବିନାଶ ପାଣିଗ୍ରାହୀ, ଯୋଗାଣ ନିରୀକ୍ଷକ ଅବିନାଶ ବିଶି, ସୁପରଭାଇଜର ବୃନ୍ଦାବତୀ ଟାକ୍ରି,ଜେଇ ସନ୍ଦୀପ ଜୋଜୋ,ବ୍ଲକ ସରପଞ୍ଚ ସଙ୍ଘ ସଭାପତି ବିଶ୍ବବିହାରୀ ଯୋଶୀଙ୍କ ସହ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା,ତୋଫାନ ନାଗ, ଭୀମସେନ ବାଗ, ଟୁନାମଣି ମହାନନ୍ଦ, ଦୁଷ୍ମନ୍ତ ନାଗଙ୍କ ସହ ସମସ୍ତ ସମିତିସଭ୍ୟା ତଥା ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ବିଭିନ୍ନ ବିଷୟର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କେବଳ ଜଙ୍ଗଲ ବିଭାଗର କୌଣସି ଅଧିକାରୀ ଉପସ୍ଥିତ ନ ଥିଲେ।ଶେଷରେ ବିଡ଼ିଓ ଶ୍ରୀ ପଟେଲ ଧନ୍ୟବାଦ ଦେଇଥିଲେ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...