32.9 C
Balāngīr
Sunday, April 20, 2025

ମୁରିବାହାଲ କମ୍ପ୍ୟୁଟର ପଏଣ୍ଟରୁ ଓକେସିଏଲ୍ ଦ୍ଵାରା କମ୍ପ୍ୟୁଟର ଶିକ୍ଷା ପାଇଁ ସଚେତନତା ରଥର ଶୁଭାରମ୍ଭ

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ମୁରିବାହାଲ, (୧୫/୦୩) : ଆ.ପ୍ର. : ମୁରିବାହାଲ ବ୍ଲକ ସଦର ମହକୁମା ମେଡିକାଲ୍ ଛକରେ ଥିବା କମ୍ପ୍ୟୁଟର ପଏଣ୍ଟରୁ ଓଡ଼ିଶା ଷ୍ଟେଟ ନଲେଜ କର୍ପୋରେସନ୍ ଲିମିଟେଡ (ଓକେସିଏଲ୍) ଦ୍ଵାରା କମ୍ପ୍ୟୁଟର ଶିକ୍ଷା ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2025 03 15 at 17.46.57 ମୁରିବାହାଲ କମ୍ପ୍ୟୁଟର ପଏଣ୍ଟରୁ ଓକେସିଏଲ୍ ଦ୍ଵାରା କମ୍ପ୍ୟୁଟର ଶିକ୍ଷା ପାଇଁ ସଚେତନତା ରଥର ଶୁଭାରମ୍ଭ

ମୁରିବାହାଲ କମ୍ପ୍ୟୁଟର ପଏଣ୍ଟର ସେଣ୍ଟର ହେଡ ପ୍ରଦୀପ କୁମାର ବଘାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁରିବାହାଲ ସଦର ପଞ୍ଚାୟତ ସରପଞ୍ଚ ବିଶ୍ବବିହାରୀ ଯୋଶୀ ମୁଖ୍ୟ ଅତିଥି, ମୁରିବାହାଲ ଥାନା ଏଏସଆଇ ସୁଶୀଲ କୁମାର ମହାପାତ୍ର, ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ସଭାପତି ଦୁର୍ଗାନନ୍ଦ ମହାକୁର,କାର୍ଯ୍ୟକାରୀ ସଭାପତି ଖଗେଶ୍ବର ସାହୁ, ଓଏଭି ସିଷ୍ଟମ ମେଣ୍ଟେନେନ୍ସ ଇନଚାର୍ଜ ପ୍ରଦୀପ ନନ୍ଦ ଓ ବିଦ୍ୟାର୍ଥୀ କୋଚିଂ ସେଣ୍ଟର୍ ହେଡ୍ ସୁମନ୍ତି ଗଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗଦେଇ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ ।

ଏହି ସଚେତନତା ରଥ ଓଡ଼ିଶା ଷ୍ଟେଟ ନଲେଜ୍ କର୍ପୋରେସନ, ଓଏସଓୟୁ ସାର୍ଟିଫିକେସନ୍ ଓ ଓଡ଼ିଶା ଷ୍ଟେଟ ଓପନ ୟୁନିଭର୍ଶିଟି ଦ୍ଵାରା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ସାର୍ଟିଫିକେଟ କୋର୍ସ ପାଇଁ ବ୍ୟାପକ ପ୍ରଚାର ପ୍ରସାର କରିବ । ଏହି କାର୍ଯ୍ୟକ୍ରମରେ ମୁରିବାହାଲ କମ୍ପ୍ୟୁଟର ପଏଣ୍ଟର ସମସ୍ତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ସେଣ୍ଟର୍ ହେଡ଼ ଶ୍ରୀ ବଘାର ଧନ୍ୟବାଦ୍ ଦେଇଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...