ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୦୭/୦୨) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତି ହାଇସ୍କୁଲ ଖେଳପଡିଆରେ ଚାଲିଥିବା ୧୧ତମ ଜିଲ୍ଲାସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ଶୁକ୍ରବାର ଉଦଯାପିତ ହୋଇଯାଇଛି ।
ଫାଇନାଲ ମ୍ୟାଚ ଜରାସିଂହା ଓ ନକଟାସର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଏକ ତୀବ୍ର ପ୍ରତିଦ୍ବନ୍ଦିତାପୂର୍ଣ୍ଣ ମ୍ୟାଚରେ ଜରାସିଂହା ଦଳ ୩-୨ ଗୋଲରେ ନକଟାସର ଦଳକୁ ପରାସ୍ତ କରି ବିଜେତା ଆଖ୍ୟା ଅର୍ଜନ କରିଛି । ଉଦଯାପନୀ ଉତ୍ସବରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି,ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା,ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ଲଖନା ସମିତି ସଭ୍ୟ ଭୀମସେନ ବାଗ, ଗୁଡିଘାଟ ବିଜେପି ମଣ୍ଡଳ ସଭାପତି ରାମୁ କୁମ୍ଭାର, ଗଁରେଇ ମଣ୍ଡଳ ସଭାପତି ପ୍ରଦୀପ ବଛା, ହଳଦୀ ମଣ୍ଡଳ ସଭାପତି ସୁବାସ ପୋଢ଼, ଜିଲ୍ଲା ଓଷ୍ଟା ସଂଘର କାର୍ଯ୍ୟକାରୀ ସଭାପତି ପ୍ରଦୀପ ପୁଟେଲ, ଆତ୍ମା ଅଧ୍ୟକ୍ଷ ସୁରେଶ ଭୋଇ, ବରିଷ୍ଠ ଫୁଟବଲ ଖେଳାଳୀ ଶ୍ରୀପତି ସାଣ୍ଢ,ରମାରଂଜନ ପାତ୍ର,ରାଜୀବ କୁମାର ମହାନ୍ତି,ନାରାୟଣ ସାହୁ, ରାଜୀବ କୁଅଁର,ପ୍ରଫୁଲ୍ଲ ବଘାର,ହରେକୃଷ୍ଣ ସାହୁ,ୟୁଥ୍ ଏଣ୍ଡ ସ୍ପୋର୍ଟିଁଙ୍ଗ କ୍ଲବ ସଭାପତି ପଦ୍ମଲୋଚନ ବାଗ,ସାଧାରଣ ସମ୍ପାଦକ ପ୍ରଦୀପ ବଘାର, କାର୍ଯ୍ୟକାରୀ ସଭାପତି ଭିକି ମହାରଣା ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ।ବିଜେତା ଦଳକୁ ଟ୍ରଫି ସହ ୧୦ହଜାର ଟଙ୍କା ଓ ରନର୍ସ ଅଫ ଦଳକୁ ଟ୍ରଫି ସହ ୭ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।
ମ୍ୟାଚକୁ ଶ୍ରୀବତ୍ସ ବେହେରା,ଦୁଷ୍ମନ୍ତ ସାହୁ,ଭୋଜରାଜ ଭୋଇ,ଦୁଷ୍ମନ୍ତ ବେହେରା ଓ ଯୁବରାଜ ଭୋଇ ପରିଚାଳନା କରିଥିଲେ। ଅଫିସିଆଲ ମ୍ୟାଚ ରେଫରୀ ରୂପେ ଶରତ ପଧାନ ଦାୟିତ୍ୱରେ ଥିଲେ। ସୁଦାମ ବଘାର, ଲିଲୁମୋହନ ପଧାନ,ପ୍ରଭୁଦାସ କୁମ୍ଭାର ଧାରା ବିବରଣୀ ପ୍ରଦାନ କରିଥିଲେ।ମ୍ୟାନ ଅଫ ଦି ମ୍ୟାଚ୍ କରନ ଦଣ୍ଡସେନା,ବେଷ୍ଟ ଗୋଲ କିପର ରୋହିତ ଭିତିରିଆ,ବେଷ୍ଟ ଡିଫେନ୍ସ ଡାକଟର ଭାଟି ଓ ବେଷ୍ଟ ସ୍କୋରର ରୂପେ ଶାନ୍ତନୁ ଭୋଇଙ୍କୁ ପୁରସ୍କୃତ କରାଯାଇଥିଲା । ଆୟୋଜକ ମୁରିବାହାଲ ୟୁଥ୍ ଏଣ୍ଡ ସ୍ପୋର୍ଟିଙ୍ଗ କ୍ଲବର ସଭାପତି ବଡ଼ ଭୋଇ,ସମ୍ପାଦକ ଦିବ୍ୟସୁନ୍ଦର ସାହୁ,କୋଷାଧ୍ୟକ୍ଷ ସୁଧାଂଶୁ ପୋଡ଼ ଯାଦବଙ୍କ ସହ କେଦାର ବଡଜେନା,ସାମନ୍ତ ବାଗ,ପ୍ରକାଶ ବଘାର, ଯଶୋବନ୍ତ ନାଏକ,ଗୋପୀନାଥ ମାଝୀ,ଦୂର୍ବାଦଳ ଭୋଇ,ଖଗେଶ୍ବର ଭୋଇଙ୍କ ସହ କ୍ଲବର ସମସ୍ତ ସଦସ୍ୟଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ।