ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୩/୩) : ମୁରିବାହାଲ ଡିଗ୍ରୀ ମହାବିଦ୍ୟାଳୟରେ ସୋମବାର ଦିନ ଆତ୍ମ ସୁରକ୍ଷା ତାଲିମ ଶିବିର ର ଉତଘାଟିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମ ରେ ୭୮ ଜଣ ଛାତ୍ରୀ ଅଂଶଗ୍ରହଣ କରିଛନ୍ତି l ଏହି ଅବସରେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ ନାୟକଙ୍କ ସଭାପତିତ୍ୱରେ ଉତଘାଟନି ଉତ୍ସବ ରେ ଭାରତୀୟ ଜନତା ପାର୍ଟି ଜ଼ିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଆତ୍ମ ସୁରକ୍ଷା ପାଇଁ ଛାତ୍ରୀ ମାନେ ନିର୍ଭୟ ହେବା ସହ ଦୃଢ ମନରେ କାର୍ଯ୍ୟ କରିବା ଉପରେ, ନିଜକୁ କେବେବି ଅସହାୟ ନ ହୋଇ ସମାଜ ଗଠନ ଦିଗରେ ଯତ୍ନଵାନ ହେବା ସହ ପରସ୍ପର କୁ ସହଯୋଗ କରିବା ଉପରେ ବିସଦ ଭାବରେ ମତବ୍ୟକ୍ତକରିଥିଲେ l
ସମ୍ମାନନିୟ ଅତିଥି ମୁରିବାହାଲ ଥାନା ଅଧିକାରୀ ସିପୋରା ସରୟା ଲୁଗୁନ ଅଧ୍ୟାପକ ସରିତା ରଣା,ତାଲିମ ଦାତା ଭାବରେ ମାଷ୍ଟର ଟ୍ରେନର ଯାଜ୍ଞସେନି ମାଝୀ, ପ୍ରମୁଖ ଉପସ୍ଥିତ ରହି ଆଇନ ବ୍ୟବସ୍ତା, ସରକାର କୁ ମହିଳା ମାନଙ୍କର ସୁରକ୍ଷା ପାଇଁ ଯୋଜନା ଓ ଛାତ୍ରୀ ମାନଙ୍କୁ ସ୍ୱଭାବ ଓ ଦକ୍ଷତା ଉପରେ ଆଲୋକପାତ କରିଥିଲେ|ଏହି ତାଲିମ ଶିବିର ୭ ଦିନ ଧରି ଚାଲିବ ବୋଲି ଅଧ୍ୟକ୍ଷ ଶ୍ରୀ ନାୟକ ସୂଚନା ଦେଇଛନ୍ତି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ଭୀମରାଓ ରଣା,ଘନଶ୍ୟାମ ଖମାରି, ଗୁଣାସାଗର ମେହେର, ଶରତ ପଧାନ ପ୍ରମୁଖ ସହଗୋଗ କରିଥିଲେ ଲ ଅଧ୍ୟାପିକା ଯୋଗେଶ୍ୱରୀ ବେହେରା କାର୍ଯ୍ୟକ୍ରମ ସଞ୍ଚଳନା କରିଥିବାବେଳେ ମୀରାବାଈ ଗଡତିଆ ଧନ୍ୟବାଦ ଅର୍ପଣ କରିଥିଲେ l