ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୨/୩) : ମୁରିବାହାଲ ଡିଗ୍ରୀ ମହାବିଦ୍ୟାଳୟରେ ବୁଧବାର ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି l
ଡିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉଦଯାପନୀ ଉତ୍ସବରେ ମୁରିବାହାଲ ଥାନା ସବ-ଇନ୍ସପେକ୍ଟର ପଙ୍କଜିନୀ ବାଗ, ମୁଖ୍ୟଅତିଥି ରୂପେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ରୂପେ ଓଡ଼ିଆ ଅଧ୍ୟାପକ ଦିଲୀପ କୁମାର ପଶାୟତ,ମାଷ୍ଟର ଟ୍ରେନର ଯାଜ୍ଞସେନୀ ମାଝୀ, ପ୍ରୋଗ୍ରାମ କୋରଡିନେଟର ଅଧ୍ୟାପିକା ସରିତା ରଣା ମଞ୍ଚାସିନ ଥିଲେ l
ଏହି ଅବସରରେ ଅତିଥି ବୃନ୍ଦ ଆତ୍ମ ସୁରକ୍ଷା ପାଇଁ ଛାତ୍ରୀ ମାନେ ନିର୍ଭୟ ହେବା ସହ ଦୃଢ ମନରେ କାର୍ଯ୍ୟ କରିବା ଉପରେ, ନିଜକୁ କେବେବି ଅସହାୟ ନ ହୋଇ ସମାଜ ଗଠନ ଦିଗରେ ଯତ୍ନଵାନ ହେବା ସହ ପରସ୍ପରକୁ ସହଯୋଗ କରିବା ଆଇନ ବ୍ୟବସ୍ଥା, ସରକାରଙ୍କ ମହିଳା ମାନଙ୍କର ସୁରକ୍ଷା ପାଇଁ ଯୋଜନା ଓ ଛାତ୍ରୀ ମାନଙ୍କୁ ସ୍ୱଭାବ ଓ ଦକ୍ଷତା ଉପରେ ଆଲୋକପାତ କରିଥିଲେ l ଏହି ତାଲିମ ଶିବିର ୭ ଦିନ ଧରି ଅନୁଷ୍ଠିତ ହୋଇଥିଲା l ୭୮ ଜଣ ଛାତ୍ରୀ ତାଲିମ ଅଂଶଗ୍ରହଣ କରିଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ଭୀମରାଓ ରଣା,ଘନଶ୍ୟାମ ଖମାରି, ଗୁଣାସାଗର ମେହେର, ଶରତ ପଧାନ ପ୍ରମୁଖ ସହଗୋଗ କରିଥିଲେ l ଅଧ୍ୟାପିକା ଭିଙ୍ଗରାଜ ରଣା କାର୍ଯ୍ୟକ୍ରମ ସଞ୍ଚଳନା କରିଥିବାବେଳେ ଅଧ୍ୟାପିକା ମିସ ରଣା ଧନ୍ୟବାଦ ଅର୍ପଣ କରିଥିଲେ l